ରାସ୍ତା ନ ଜାଣି ପଶିଗଲା କାର, ଆଉ ତା ପରେ ଯାହା ହେଲା… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ବି ଥରେ ନଜର ପକାନ୍ତୁ ଏହି ଭିଡିଓ ଉପରେ ଆଉ ଦେଖନ୍ତୁ କଣ ସବୁ ଘଟି ଯାଇଛି । ଏହି ଭିଡିଓ ରେ ୨୦ ରୁ ୩୦ ଜଣ ଲୋକ ଗୋଟେ କାର କୁ ପାଣି ଭିତରୁ ଟାଣି ଟାଣି ଆଣୁଛନ୍ତି । ବନ୍ୟା ପାଣି ଭିତରେ ବୁଡିକି ରହିଛି ଗୋଟେ କାର । ଆପଣ ମାନଙ୍କ ମନରେ ପ୍ରଶ୍ନ ନିଶ୍ଚୟ ଆସୁଥିବ କି ବନ୍ୟା ପାଣି ଭିତରକୁ ଏ କାର କେମିତି ଗଲା ? ଆଉ ଏହି କାର ରେ ଥିବା ଲୋକ ସବୁ କୁଆଡେ ଗଲେ ? ସୂଚନା ଅନୁଯାୟୀ ଗତ କାଲି ରାତି ରେ ଏଭଳି ଦୁର୍ଘଟଣା ଘଟିଛି ଆଉ କାର ଭିତରେ ଥିବା ଲୋକ ମାନେ ବି ବନ୍ୟା ପଣି ଭାସି ଯାଇଥିଲେ ।

ତେବେ ଏହି ଘଟଣା ଟି ଦେଖିବାକୁ ମିଳିଛି ଆଠଗଡ ରେ । ଏହି କର ସମୁଦାୟ ୪ ଜଣ ଲୋକେ ଥିଲେ । ଗତ କାଲି ରାତିରେ ସେମାନେ କାର ନେଇ ଘରକୁ ଫେରୁଥିବା ସମୟରେ ରାସ୍ତା ରେ ପାଣି ର ଗଭୀରତା କେତେ ଅଛି ଜାଣି ନ ପାରି ମାନେ କାର ସହ ଭାସି ଯାଇଥିଲେ ।

ପାଣି ରେ କାର ଟି ଭାସି ଯିବା ପରେ ରାତି ସାରା ସେମାନେ ନିଜର ଜୀବନ ବଞ୍ଚାଇବାକୁ ସଂଘର୍ଷ କରିଥିଲେ । ଆଉ ଜୀବନ ବିକଳରେ କାର ଉପରେ ଚଢି ଯାଇଥିଲେ କର ରେ ଥିବା ୪ ଜଣ ଲୋକ । ନିର୍ଜନ ରାତି ଆଉ ଚାରି ଆଡେ ପାଣି ର ସୁଅ ର ଗର୍ଜନ ଆଉ ସେହି ଭିତରେ କାର ଉପରେ ବସି ରହିଥିଲେ ୪ ଜଣ ।

ରାତି ୧୧ଟା ରୁ ୨ଟା ଯାଏଁ କର ଉପରେ ସେମିତି ବସି ରହିଥିଲେ ୪ ଜଣ । ଆଉ ପରେ ଖବର ପାଇବା ପରେ ୪ ଜଣଙ୍କୁ ବନ୍ୟା ପାଣି ଭିତରୁ ଉଧାର କରିଥିଲା ଅଗ୍ନିସନ ବିଭାଗ ର ସ୍ଵତନ୍ତ୍ର ଟିମ । ପୁରୁଣା କଟକ ସମ୍ବଲପୁର ରାସ୍ତା ର କଟକ ସମ୍ବଲପୁର ରାସ୍ତା ଭୋଟିକାଲ ନିଧିପୂର ଗଡା ରେ ଘଟିଛି ଏମିତି ଅଘଟଣ ।

ରାସ୍ତା ଉପରେ କେତେ ପାଣି ଯାଉଛି ନ ଜାଣିପାରି କାର ଡ୍ରାଇଭର ଜଣକ କାର ପୁରାଇ ଦେଇଥିଲେ । ରାସ୍ତା ରେ ବଡ ଖାଲ ଥିବାରୁ କାର ର ପ୍ରଥମ ଚକା ଫସିବା ପରେ ଧୀରେ ଧୀରେ କାର ଟି ସଂପୂର୍ଣ୍ଣ ପାଣି ଭିତରକୁ ପଶିଗଲା । ସ୍ଥାନୀୟ ଲୋକ ମାନଙ୍କର ସହାୟତାରେ କାର ରେ ଥିବା ୪ ଜଣଙ୍କୁ ଠାବ କରିଥିଲା ଅଗ୍ନିସମ ବିଭାଗର ଟିମ । ବର୍ତ୍ତମାନ ଓଡିଶାରେ ଚାରି ଆଡେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି ।

ଯାହା ପାଇଁ ରାସ୍ତା ଘାଟ ବୁଡି ଯାଇଛି ବନ୍ୟା ପାଣିରେ । ଏହି ଘଟଣା ଆପଣ ମାନଙ୍କ ପାଇଁ ବି ଏକ ସତର୍କ ଘଣ୍ଟି ପରି । ପାଣିର ଗଭୀରତା ସଠିକ ନ ଜାଣିଥିଲେ ପାଣି ଭିତରେ ପସନ୍ତୁ ନାହି । ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା ଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *