ଏହି 4 ଟି ମାସରେ ଜନ୍ମିତ ଝିଅ – ବହୁତ୍ ଭାଗ୍ୟଶାଳୀ ହୋଇଥାନ୍ତି, Sadhu Vani

କେଉଁ ମାସରେ ଝିଅ ଜନ୍ମ ହୋଇଥିଲେ ଲକ୍ଷ୍ମୀମନ୍ତ ହୋଇଥାନ୍ତି । ହଁ ଆଜ୍ଞା ଝିଅ ମାନଙ୍କୁ ଘରର ଲକ୍ଷ୍ମୀ ବୋଲି ମାନାଯାଇଥାଏ । କାରଣ ଘରେ ଯେତେବେଳେ ଗୋଟେ ଝିଅ ଜନ୍ମ ହୋଇଥାଏ । ସେତେବେଳେ ଘରକୁ ଲକ୍ଷ୍ମୀ ଆସିଲେ ବୋଲି ଆମେ ମାନେ କହିଥାଉ । ତେବେ ଆଜି ଆମେ ଜାଣିବା । ଯେ କେଉଁ ଆସରେ ଝିଅ ମାନେ ଜନ୍ମ ହୋଇଥିଲେ ସେମାନେ ଲକ୍ଷ୍ମୀମନ୍ତ ସ୍ଵଭାବର ହୋଇଥାନ୍ତି ।

ଫେବୃଆରୀ ମାସ;- ଏହି ମାସକୁ ଜନ୍ମ ହୋଇଥିବା ଝିଅ ମାନେ ସ୍ଵଭାବର ଉଚ୍ଚକୋଟିର ହୋଇଥାନ୍ତି । ଏମାନଙ୍କ ସ୍ଵଭାବ ବହୁତ ବିନମ୍ର ହୋଇଥାଏ । ଏହି ଝିଅ ମାନେ ବୁଦ୍ଧିମତୀ ହେବା ସହ ସବୁ ପରିସ୍ଥିତିକୁ ଭଲ ଭାବେ ନିର୍ବାହ କରିଥାନ୍ତି । ବିବାହ ପରେ ଏମାନଙ୍କୁ ଭଲ ଶାଶୁଘର ପରିବାରଟିଏ ମିଳିଥାଏ । ଏମାନେ ନିଜ ଘର ପରିବାର ସହ ନିଜ ଶାଶୁଘର ପରିବାରର ଭଲ ଭାବେ ଯତ୍ନ ନେଇଥାନ୍ତି ।

ଏପ୍ରିଲ ମାସ;- ଶାସ୍ତ୍ର ଅନୁଯାଇ ଏହି ମାସ ବହୁତ ଶୁଭ ମାସ ହୋଇଥାଏ । ଏହି ମାସକୁ ଜନ୍ମ ହୋଇଥିବା ଝିଅଙ୍କ ଠାରେ ଲକ୍ଷ୍ମୀମନ୍ତ ଗୁଣ ରହିଥାଏ । ଏହି ମାସର ଝିଅ ମାନଙ୍କ ଗ୍ରହ ଚଳନ ବହୁତ ଗୁରୁତ୍ଵ ହୋଇଥାଏ । ଯାହା ଦ୍ଵାରା ଏମାନଙ୍କୁ ଜୀବନରେ ସଫଳତା ପ୍ରାପ୍ତ ହୋଇପାରିଥାଏ । ଭାଗ୍ୟଦେବୀ ଅନେକ ସମୟରେ ଏମାନଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।

ଜୁନ ମାସ;- ଏହି ମାସରେ ଜନ୍ମ ହୋଇଥିବା ଝିଅ ମାନେ ସୌଭାଗ୍ୟଶାଳୀନୀ ହୋଇଥାନ୍ତି । ଏହି ମାସରେ ଯଦି କୌଣସି ପରିବାରରେ ଝିଅ ଜନ୍ମ ହୋଇଥାଏ । ତେବେ ସେହି ଘରକୁ ମାତା ଲକ୍ଷ୍ମୀଙ୍କର ଆଗମନ ହୋଇଲା ବୋଲି କୁହାଯାଇଥାଏ । ଏହି ଜୁନ ମାସରେ ଜନ୍ମିତ ଝିଅ ମାନେ ବହୁତ କଠିନ ପରିଶ୍ରମୀ ହୋଇଥାନ୍ତି । ଏମାନେ ନିଜର ଲକ୍ଷ ପ୍ରାପ୍ତି ନିମନ୍ତେ ବହୁତ ଚେଷ୍ଟା ଚଳାଇଥାନ୍ତି ।

ସେପ୍ଟେମ୍ବର;- ଏହି ମାସରେ ଜନ୍ମିତ ଝିଅ ମାନଙ୍କର କୁଣ୍ଡଳୀରେ ଚନ୍ଦ୍ର, ବୁଧ ଏବଂ ଶୁକ୍ର ଏହି 3 ଟି ଯାକ ଗ୍ରହର ମିଳନ ହୋଇଥାଏ । ଯେଉଁ କାରଣରୁ ଏହି ସେପ୍ଟେମ୍ବର ମାସରେ ଜନ୍ମିତ ଝିଅ ମାନଙ୍କର ଆର୍ଥିକ ସ୍ଥିତି ବହୁତ ଭଲ ରହିଥାଏ । ଏହି ଝିଅ ମାନଙ୍କର ବିବାହ ଧନୀ ପାତ୍ର ସହ ହୋଇଥାଏ । ତେଣୁ ଏମାନେ ନିଜ ଜୀବନରେ ଅଭାବ ଅସୁବିଧାର ଅଧିକ ସାମ୍ନା କରିନଥାନ୍ତି ।

ପୋଷ୍ଟଟି ଆପଣଙ୍କୁ କିପରି ଲାଗିଲା ? ଆପଣଙ୍କର ମତାମତ ଆମକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଏଥିସହ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ପେଜକୁ ଗୋଟିଏ ଲାଇକ୍ ଓ ଅନ୍ୟ ମାନଙ୍କ ସହ ଶେୟାର ମଧ୍ୟ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *