ପେଟର ଚର୍ବି ହଟାଇବାର ସବୁଠୁ ସହଜ ଉପାୟ ! Morning Drink for Belly Fat Loss

ବନ୍ଧୁଗଣ ଶରୀରରେ ଯେତେବେଳେ ଧୀରେ ଧୀରେ ଚର୍ବି ଜମା ହେବାକୁ ଲାଗିଥାଏ । ସେତେବେଳେ ଶରୀର ମୋଟା ହେବାକୁ ଲାଗିଥାଏ । ଏଥିସହ ଶରୀରରେ ଅତ୍ୟଧିକ ଚର୍ବି ଜମା ହେବା କାରଣରୁ ବିଭିନ୍ନ ପ୍ରକାର ସ୍ଵାସ୍ଥଗତ ସମସ୍ଯା ମଧ୍ୟ ଶରୀରରେ ଆସିଥାଏ । ଚର୍ବି ଶରୀରରେ ଜମା ହେବା ପଛରେ ଅନେକ ଗୁଡିଏ କାରଣ ରହିଛି । ତେବେ ଶରୀରରେ ଜମି ରହିଥିବା ଏହି ଚର୍ବିକୁ କମ୍ କରିବା ପାଇଁ ଆପଣ ମାନଙ୍କୁ ସହଜ ଏକ ଉପାୟ ବତାଇବୁ । ଯାହାକୁ ଆପଣାଇ ଯେଉଁ ମାନଙ୍କର ଅତ୍ୟଧିକ ଫ୍ୟାଟ ବା ଚର୍ବି ହୋଇଯାଇଛି । ସେମାନେ ଧୀରେ ଧୀରେ କରି ବଡିରୁ ଫ୍ୟାଟ କମାଇ ପାରିବେ ।

ଆପଣ ମାନଙ୍କୁ ଫ୍ୟାଟ ଲୁଜ୍ କରିବା ପାଇଁ ଯେଉଁ ଉପାୟଟି କହିବୁ । ସେଥିପାଇଁ ମୁଖ୍ଯତଃ 3 ଟି ସାମଗ୍ରୀର ଦରକାର ପଡିବ । ତାହା ହେଉଛି ଉଷୁମ ପାଣି, ଲେମ୍ବୁ ଓ ଆପେଳ ସାଇଡ ଭିନେଗାର । ଏହି ସାମଗ୍ରୀ ସବୁ ବ୍ୟବହାର କରି ଆପଣ ନିଜ ଶରୀରରେ ବର୍ଷ ବର୍ଷ ଧରି ଜମି ରହିଥିବା ଜିଦିରୁ ଜିଦିଆ ଚର୍ବିକୁ ହଟାଇ ପାରିବେ ।

ତେବେ ପ୍ରଥମେ ଆପଣ 1 ଗ୍ଳାସ ସାମାନ୍ୟ ଉଷୁମ ପାଣି ନିଅନ୍ତୁ । ତାପରେ ସେହି ଉଷୁମ ପାଣିରେ ଆପଣ ଫାଳେ ଲେମ୍ବୁକୁ ଚୁପୁଡି ତାହାର ରସ ପାଣିରେ ମିଶାନ୍ତୁ । ତାପରେ 2 ଚାମଚ ଆପେଲ ସାଇଡ ଭିନେଗାର ସେଥିରେ ମିଶାନ୍ତୁ । ଶେଷରେ ସେହି 3 ଟି ଜାକ ସାମଗ୍ରୀକୁ ଭଲ ଭାବେ ମିଶାଇ ଦିଅନ୍ତୁ । ଆପଣଙ୍କର ଫ୍ୟାଟ ଲୁଜ୍ କରିବା ପାଇଁ ଏହି ଡ୍ରିଂକ ବନି ପ୍ରସ୍ତୁତ ହୋଇଯିବ ।

ବିଶେଷ କରି ପେଟରେ ଜମି ରହିଥିବା ଚର୍ବିକୁ ହଟାଇବା ପାଇଁ ଏହା ବହୁତ ପ୍ରଭାବଶାଳୀ ଘରୋଇ ଉପଚାର ଅଟେ । ଏହି ପ୍ରୋସେସରେ ଆପଣ ଡ୍ରିଂକ ପ୍ରସ୍ତୁତ କରି ସକାଳେ ତାହାର ସେବନ କରନ୍ତୁ । ଏହି ଡ୍ରିଂକ୍ ସେବନ କରିବାର ତୁରନ୍ତ ଅନ୍ୟ କିଛି ଖାଦ୍ୟ ପଦାର୍ଥକୁ ଖାଆନ୍ତୁ । ଡ୍ରିଂକ୍ ସେବନ କରିବାର ଅଧ ଘଣ୍ଟା ବା 45 ମିନିଟ ପରେ ଯାଇ ଅନ୍ୟ କିଛି ଖାଦ୍ୟ ଖାଆନ୍ତୁ ।

ତେବେ କିଛି ଦିନ ପର୍ଯ୍ୟନ୍ତ ନିୟମିତ ଭାବେ ପ୍ରତିଦିନ ସକାଳେ ଏହି ଡ୍ରିଂକକୁ ବନାଇ ତାହାକୁ ପିଅନ୍ତୁ । କିଛି ଦିନ ଡ୍ରିଂକର ସେବନ କରିବା ପରେ ଆପଣ ନିଜ ଠାରେ ହେଉଥିବା ପରିବର୍ତ୍ତନକୁ ନିଜେ ଲକ୍ଷ କରିପାରିବେ ।

ଆପଣଙ୍କ ଶରୀରରେ ହରମୋନ ବାଲାନ୍ସ ହୋଇ ରହିବ, ପେଟ ସଫା ହେବ ଓ ସ୍କିନ ମଧ୍ୟ ଗ୍ଲୋ କରିବ । ଧୀରେ ଧୀରେ ଶରୀରରେ ଜମି ରହିଥିବା ଚର୍ବି ମଧ୍ୟ କମିବାକୁ ଲାଗିବ । ତେବେ ବନ୍ଧୁଗଣ ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *