ବନ୍ୟା ସ୍ଥିତି ହେଲା ଭୟଙ୍କର, କାହ ପାଇଁ ସଜା ହୋଇଥିବା ବେଳେ କାହା ପାଇଁ ହୋଇଛି ମଜାର କାରଣ… ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଏବେ ଯେଉଁଠି ଦେଖ ବନ୍ୟା ପାଣି ଦେଖିବାକୁ ବ୍ରିଜ ଉପରେ ଲୋକ ମାନଙ୍କର ଗହଳି ଲାଗୁଛି । ବ୍ରିଜ ତଳେ ଅକାତ କାତ ପାଣି । ଦୀର୍ଘ ଦିନ ରୁ ବର୍ଷା ଲଗାଣ ହେଉଥିବାରୁ ବନ୍ୟା ସ୍ଥିତି ଦେଖା ଯାଉଛି । ତେବେ ବର୍ଷା କମିବାରୁ ପ୍ରତେକ ବ୍ରିଜ ଉପରେ ପଣି ଦେଖିବାକୁ ଗହଳି ଜମିଛି । କିଏ ବୁଟ, ଚଣା, ପାମ୍ପଡ ର ମଜା ନେଲାଣି ତ ଆଉ କିଏ ପୁଅ ସହ ସେଲଫି ନେଉଛନ୍ତି ବ୍ରିଜ ପାଖରେ । ଲଗାଣ ବର୍ଷା ସାଙ୍ଗକୁ ହୀରାକୁଦ ଜଳ ଭଣ୍ଡାରରୁ ବନ୍ୟା ପାଣି ନିଷ୍କାସନ ପରେ ଏବେ ରାଜ୍ୟର ଅନେକ ଜାଗାରେ ସୃଷ୍ଟି ହୋଇଛି ବନ୍ୟା ପରିସ୍ଥିତି ।

ତଳିଆ ଅଞ୍ଚଳର ଲୋକଙ୍କର ଅବସ୍ଥା ବେହାଲ ହୋଇଥିବା ବେଳେ ଉପର ଅଞ୍ଚଳର ଲୋକ ମାନଙ୍କ ପାଇଁ ଏହା କୌଣସି ପର୍ଯ୍ୟଟନ ଠାରୁ କମ ନୁହେଁ । ଜଣେ ମହିଳା ଯିଏ କି ବନ୍ୟା ପାଣି ଦେଖିବାକୁ ତାଙ୍କ ପରିବାର ସହ ଆସିଛନ୍ତି ସେ କହିଛନ୍ତି ବର୍ଷା ଲଗାତାର ହୋଇ ଥିବାରୁ ସେମାନଙ୍କୁ ଘରୁ ବାହାରି ପାରୁ ନ ଥିଲେ । କିନ୍ତୁ ଏବେ ବର୍ଷା ଛାଡି ଯାଇ ଥିବାରୁ ସେମାନେ ଆସିଛନ୍ତି ବ୍ରିଜ କୁ ପାଣି ଦେଖିବାକୁ ।

ଏଠାରେ ଲୋକ ମାନେ ଭିଡ ଜମିଛି ଆଉ ସେମାନେ ବନ୍ୟା ପାଣି ର ମଜା ମଧ୍ୟ ନେଉଛନ୍ତି । ବନ୍ୟା ପଣି ହୁ ହୁ ହୋଇ ମାଡି ଆସୁଛି ଯାହାକୁ ଦେଖି ଲୋକେ ମାନେ ଏହାର ମଜା ନେଉଛନ୍ତି । କିନ୍ତୁ ତଳିଆ ଅଞ୍ଚଳର ଅବାସ୍ତବତା ସ୍ଥିତି କୁ ନଜର ପକାଇବା ଦରକାର । ଘରେ ଘରେ ପସିଛି ପାଣି ଆଉ ଦୀର୍ଘ ୫ରୁ ୬ ଦିନ ହେବ ଲୋକେ ଶୋଇବା କଣ ଭୁଲି ଯାଇଛନ୍ତି ।

ଖାଇବା ପିଇବା ତ ଦୂରର କଥା ଚୁଲି ଭିତରେ ପାଣି ପସିଛି । ଆଉ ଘର ଭିତରେ ପଶିଲେଣି ବନ୍ୟା ପାଣିରେ ଭାସି ଆସୁଥିବା ବିଷାକ୍ତ ସାପ । ପ୍ରଥମ ମହଲା ବୁଡି ଛାତ ଉପରେ ପହଞ୍ଚିଲାଣି ପାଣି । ପରିବାର ସହ ଲୋକେ ଚାଳ ଛପର ଉପରେ ବସିଲେଣି । ତଳିଆ ଅଞ୍ଚଳରେ ଘର ବୁଡି ଯାଇଥିବାରୁ ଘରର ଜିନିଷ ପାତ୍ର ସବୁ ଉଚ୍ଚ ସ୍ଥାନକୁ ନେଇ ଯାଉଛନ୍ତି ଲୋକେ ।

ଆପଣ ମାନେ ଏହି ଭିଡିଓ ରେ ଦେଖି ପାରିବେ କିପରି ଗୋଟେ କାର ବନ୍ୟା ପାଣିରେ ଭାସି ଯାଉଛି । ରାତି ସାରା ୪ ଜଣ ଏହି କାର ଉପରେ ବସିବା ପରେ ଉଧାରକାରୀ ଦଳ ତାଙ୍କୁ ଉଧାର କରିଛନ୍ତି । ଏ ହେଉଛି ତଳିଆ ଅଞ୍ଚଳର ଲୋକ ମାନଙ୍କର ଦାରୁଣ ଅବସ୍ଥା ।

ସତ କହିବାକୁ ଗଲେ ବନ୍ୟା ପାଣି ଆସିଲେ ତ ଉପର ମୁଣ୍ଡ ର ଲୋକେ ମଜା ନିଅନ୍ତି କିନ୍ତୁ ତଳିଆ ଅଞ୍ଚଳର ଲୋକେ ବର୍ଷା ଆସିଲେ ପ୍ରମାଦ ଗଣିବା ଆରମ୍ଭ କରି ଦିଅନ୍ତୁ । କିନ୍ତୁ ତଳିଆ ଅଞ୍ଚଳର ଲୋକଙ୍କ ମନରେ ଆତଙ୍କ ଦେଖା ଯାଉଛି ବନ୍ୟା ପାଣି କୁ ଦେଖି । ବନ୍ଧୁଗଣ ଆପଣ ମାନଙ୍କର ଏହା ଆଉପରେ ମତାମତ ଆମକୁ କମେଣ୍ଟ ମାଧ୍ୟମ ରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *