ବଡ ଖବର: ପ୍ରଥମ ଥର ପାଇଁ ଓଡିଶାରେ ଲଞ୍ଚ ହେଲା Smart Electric Meter, ଏହାର କାମ ଜାଣି ଆଶ୍ଚର୍ଯ୍ୟ ହେବେ

ନମସ୍କାର ବନ୍ଧୁଗଣ, ଡିଜିଟାଲ ଯୁଗରେ ସବୁ କିଛି ଡିଜିଟାଲ ହେଉଥିବା ବେଳେ ଏବେ ଆସିଯାଇଛି ସ୍ମାର୍ଟ ମିଟର । କୋରାପୁଟ ଜିଲ୍ଲାର ଜୟପୁର ଅଞ୍ଚଳରେ ଏହି ସେବା ଆରମ୍ଭ କରାଯାଇଛି । ଏହି ସ୍ମାର୍ଟ ମିଟର ମୋବାଇଲର ସିମ କାର୍ଡ ଭଳି ଯେମିତି ମୋବାଇଲ୍ରେ ଆମେ ରିଚାର୍ଜ କରି ସୁବିଧା ପାଇଥାଉ ଠିକ ସେମିତି ଏହି ମିଟରରେ ରିଚାର୍ଜ କରି ବିଦ୍ୟୁତ ସେବା ନେଇପାରିବେ । କେବଳ ଏତିକି ନୁହେଁ ଏହି ମିଟର ରେ ଉଭୟ ପ୍ରି-ପେଡ ଓ ପୋଷ୍ଟ ପେଡ ସେବା ମଧ୍ୟ ଉପଲବ୍ଧ ରହିଛି । ଆପଣ ଚାହିଁଲେ ରିଚାର୍ଜ କରି ବିଦ୍ୟୁ ଜାଳିପାରିବେ ବା ପରେ ଯେତିକି ପରିମାଣରେ ବିଦ୍ୟୁତ ଜାଳିଥିବେ ସେତିକି ଟଙ୍କା ପଇଠ କରିପାରିବେ ।

ପ୍ରଥମ ପର୍ଯ୍ୟାୟରେ କିଛି ଘରୋଇ ମିଟର ଲଗାଯାଇଛି । ଟାଟା ପକ୍ଷରୁ ଏହି ମିଟର ସବୁ ଜାଗାରେ ଲଗାଇବା ପାଇଁ ପଦକ୍ଷେପ ନିଆ ଯାଇଛି । ଏହି ମିଟର ରେ ଥିବା ଚିପ ମାଧ୍ୟମରେ ମୋବାଇଲ ସାହାଯ୍ୟରେ ଆପଣ ଜାଣିପାରିବେ କେତେ ପରିମାଣର ଓ କେତେ ମୂଲ୍ୟର ବିଦ୍ୟୁତ ବ୍ୟବହାର କରିଛନ୍ତି । ବର୍ତ୍ତମାନ ପାଇଁ ପ୍ରଥମ ଥର ପୋଷ୍ଟ ପେଡ ଓ ପ୍ରି-ପେଡ ସେବା ପ୍ରଦାନ କରାଯାଉଛି ।

ତେବେ ପରିବର୍ତ୍ତୀ ସମୟରେ ଗ୍ରାହକ ମାନଙ୍କର ପସନ୍ଦ ଅନୁଯାୟୀ ପ୍ରି-ପେଡ ବା ପୋଷ୍ଟ ପେଡ ରେ ଏହାକୁ ପରିବର୍ତ୍ତନ କରାଯିବ । ତେବେ ଜୟପୁର ର ଉପୋଭୋକ୍ତା ମାନେ ମଧ୍ୟ ଏହାକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି । ପୂର୍ବ ରୁ ବିଦ୍ୟୁତ ବିଲ କ୍ଷେତ୍ର ରେ ଅନେକ ଅସୁବିଧା ହେଉଥିବା ବେଳେ ଆଗକୁ ଏମିତି ହେବ ନାହି ବୋଲି ଆଶା ରଖିଛନ୍ତି ଉପୋଭୋକ୍ତା ମାନେ ।

ଏ ନେଇ ସୂଚନା ରହିଛି କି ଯେଉଁ ବିଦ୍ୟୁତ ମିଟର ଲଗା ଯାଇଛି ସେଥିରେ ଅନେକ ପ୍ରକାରର କମ୍ୟୁନିକେଟ ରହିଛି ଯାହା ଚିପ ମାଧ୍ୟମରେ ସୁବିଧା ରହିଛି । ଗ୍ରାହକ ମାନେ ଚାହିଁଲେ ମୋବାଇଲରେ ଏହି ସେବାକୁ କନେକ୍ଟ କରିପାରିବେ ଓ ତାଙ୍କ ପାଖକୁ ମ୍ଯାସେଜ ମଧ୍ୟ ଆସିବ । ସେହି ସମୟରେ ଟାଟା ସର୍ଭର କୁ ମଧ୍ୟ ମ୍ଯାସେଜ ଯାଇ ପାରିବ ।

ପ୍ରଥମେ ରହିଥିଲା କଞ୍ଜ୍ଯୁମର କମ୍ୟୁନିକେଟ କରିପାରୁ ନ ଥିଲେ କିନ୍ତୁ ବର୍ତ୍ତମାନ କଞ୍ଜ୍ଯୁମର ବି କମ୍ୟୁନେଟ କରି ପାରିବ । ଏହା ସହ ଇଲେକ୍ଟ୍ରି ଅଫିସ ମଧ୍ୟ କଞ୍ଜ୍ଯୁମର ସହ କନେକ୍ଟ ହୋଇ ପାରିବେ । ବର୍ତ୍ତମାନ ସମୟରେ ଉଭୟ ପ୍ରି-ପେଡ ଓ ପୋଷ୍ଟ ପେଡ ସୁବିଧା ଦିଆ ଯାଇଛି । କିନ୍ତୁ ଆଗକୁ ଗ୍ରାହକ ମାନେ କେଉଁ ଭଳି ସୁବିଧା ଚାହିଁବେ ତାହା ସେମାନଙ୍କ ଉପରେ ନିର୍ଭର କରିବ ।

ଯଦି ଗ୍ରାହକ ଚାହିଁବେ ସେମାନେ ପ୍ରି-ପେଡ ଅନୁଯାୟୀ ବିଦ୍ୟୁତ ନେଇ ପାରିବେ ବା ପୋଷ୍ଟ ପେଡ ଅନୁଯାୟୀ ନେଇ ପାରିବେ । ତେବେ ଏ ସୁବିଧା ବିଷୟରେ ଜଣେ ଉପୋଭୋକ୍ତା କହିଛନ୍ତି ଆଗରୁ ଯେଉଁ ମିଟର ଲାଗିଥିଲା ସେଥିପାଇଁ ଅନେକ ସମସ୍ୟାରା ସମୁଖିନ୍ନ ହେବାକୁ ପଡୁଥିଲା ।

ଏମିତି କେଉଁ କେଉଁ ମାସରେ  ୧୨ ହଜାର ଟଙ୍କା ବିଲ ମଧ୍ୟ ଆସୁଥିଲା ତ ଆଉ କେଉଁ ମାସରେ ବହୁତ କମ ବିଲ ଆସୁଥିଲା । ତେବେ ଏହି ସୁବିଧାର ଲାଭ ଏବେ ଉଠାଇପାରିବେ ଉପଭୋକ୍ତା । ବନ୍ଧୁଗଣ ଆପଣଙ୍କର ଏହା ଉପରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।

Leave a Reply

Your email address will not be published. Required fields are marked *