ଦିନରେ ସୋଇଲେ ବା ରାତିରେ ଡେରି ପର୍ଯ୍ୟନ୍ତ ଚାହିଁଲେ କଣ ହୁଏ – ନିଶ୍ଚୟ ଜାଣନ୍ତୁ

ବିଜୁଳି ଉତ୍ପାଦନ ପାଇଁ ଲୋକ ପ୍ରାକୃତିକ ନିଦ ଭୁଲି ଯାଇଛନ୍ତି, ଆଗରୁ ଲୋକ ରାତି ୭ ରେ ଖାଉ ଥିଲେ ଏବଂ ଏହା ପରେ ପ୍ରାୟତଃ ୮ ରେ ସୋଇ ପଡୁ ଥିଲେ କିନ୍ତୁ ଆଜିକା ଲୋକ ୧୧ ନହେଲେ ସୋଊ ନାହାନ୍ତି ତେବେ ଏହା ଅର୍ଥ ଆଜିକା ଲୋକ ମଧ୍ୟ ରାତି ରେ ହିଁ ସୋଊଛନ୍ତି କିନ୍ତୁ ବହୁତ ଡେରିରେ । ଏମିତି ସ୍ଥିତି ରେ ଯିଏ ଡେରି ରେ ସୋଇଛି ସେ ଡେରି ରେ ଉଠିବ ତେବେ ସେହି ଲୋକ ର ନିଦ ପୂର୍ଣ ହେବ ନଚେତ ନିଦ ପୂର୍ଣ ହେବ ନାହିଁ ।

ବହୁତ ଲୋକଙ୍କୁ ଦିନରେ ଶୋଇବା ଅଭ୍ୟାସ ହୋଇ ଥାଏ ତେବେ କେତେକ ଲୋକ ଦିନରେ ୩-୪ ଘଣ୍ଟା ସୋଇ ଥାନ୍ତି ।

ତେବେ ବୈଜ୍ଞାନିକଙ୍କ ଅନୁଯାଇ ଦିନ ଖାଇବା ପରେ ଟିକେ ଆରାମ କରିବା ଉଚିତ ଏବଂ ରାତି ଖାଇବା ପରେ ଟିକେ ବୁଲିବା ଉଚିତ ଅଟେ । ଆଜି ର ଲୋକ ଦିନ ରାତି ନିଜ ଅନୁଯାଇ କାମ କରୁଛନ୍ତି ପ୍ରକୃତି ଅନୁଯାଇ ନୁହଁ ତେବେ ବହୁତ ଲୋକଙ୍କର ଡେରି ରାତି ପର୍ଯ୍ୟନ୍ତ ଟିଭି ଦେଖିବା ଅଭ୍ୟାସ ଅଟେ ଏବଂ କେତେକ ଲୋକ ଅଫିସ କାମ ପାଇଁ ବହୁତ ରାତି ପର୍ଯ୍ୟନ୍ତ କାମ କରନ୍ତି ଓ ସକାଳ ରେ ଡେରି ପର୍ଯ୍ୟନ୍ତ ସୁଅନ୍ତି ।

ଶାସ୍ତ୍ର ଅନୁଯାଇ ଏହି ଭଳି ଦିନଚର୍ୟା ବୃଦ୍ଧ ଅବସ୍ତା ଶୀଘ୍ର ଆଣି ଥାଏ । ପୂର୍ବ କାଳ ଲୋକ କହୁଥିଲେ ଯିଏ ରାତି ରେ ଜଲ୍ଦି ସୋଇ ଥାଏ ଏବଂ ସକାଳେ ଜଲ୍ଦି ଉଠି ଥାଏ ସେହି ପରି ଲୋକକୁ କୌଣସି ପ୍ରକାର ରୋଗ ହୋଇ ନଥାଏ । ନିଦ ସମୟ ଖରାପ ହେଲେ ନିଦ ପୂର୍ଣ ହୁଏ ନାହିଁ, ବୈଜ୍ଞାନିକଙ୍କ ଅନୁଯାଇ ନିଦ ନିଜେ ବହୁତ ପ୍ରକାର ରୋଗ ଭଲ କରି ଥାଏ ।

ବହୁତ ଏମିତି ରୋଗ ଅଛି ଯାହା ଭଲ ନିଦ ହେଲେ ଶରୀର ନିଜେ ଭଲ କରି ଥାଏ । ନିଦ କମି ଗଲେ ବା ପୂର୍ଣ ନହେଲେ ଆଖି ଆଖ ପାଖ ଜାଗା କଳା ହୋଇ ଥାଏ । ଶାସ୍ତ୍ର ଅନୁଯାଇ ମାଂସାହାରୀ ଲୋକ ଏବଂ ହିଂସା କରୁଥିବା ଲୋକ ମୂର୍ଛା ରେ ଜିଅନ୍ତି ଏବଂ ମୂର୍ଛା ରେ ମରି ଯାଆନ୍ତି । ଶୋଇବାର ମହତ୍ଵ ଜାଣିବା ଜରୁରୀ ଅଟେ, କିଛି ଲୋକ ଉଠିଲେ ମଧ୍ୟ ଶୋଇଲା ଭଳି ଲାଗନ୍ତି କାହିଁକିନା ତାଙ୍କ ନିଦ ପୂର୍ଣ ହୋଇ ନଥାଏ । ତେବେ ରାତିରେ ଡେରିରେ ସୋଇଲେ ଏବଂ ଦିନରେ ସୋଇଲେ ବୃଦ୍ଧାବସ୍ତା ଶୀଘ୍ର ଆସେ ଓ ବହୁତ ପ୍ରକାର ରୋଗ ମଧ୍ୟ ଦେଖାଦିଏ ।

Leave a Reply

Your email address will not be published. Required fields are marked *