ବନ୍ଧୁଗଣ ସରିଗଲା ଲେଡି ଡନଙ୍କ ଖେଳ । ଶେଷ ହେଲା ବନ୍ଧୁକ ମୁନରେ ରାଜୁତି । ଶେଷରେ ଜେଲ ଗଲେ ଲେଡି ବିଲଡର । ଏହି ଲେଡି ଡନ ଜଣକ ହେଉଛନ୍ତି କଟକ ବାରଙ୍ଗ ଅଂଚଳରେ ପ୍ରଭାବ ବିସ୍ତାର ଅକରିଥିବା ବହୁ ଚର୍ଚ୍ଚିତ ବ୍ଲୁ ଷ୍ଟାର ବିଲଡରର ମାଲିକାଣୀ ପିଙ୍କି ପ୍ରଧାନ । ତାଙ୍କୁ କୋର୍ଟ ଚାଳନ କରିଛି ବାରଙ୍ଗ ଥାନା ପୋଲିସ । ଗତ ୧୭ରୁ ପିଙ୍କିଙ୍କୁ କମିଶନର ପୋଲିସ ଆରେଷ୍ଟ କରିଥିଲା । କିନ୍ତୁ ଅସୁସ୍ଥ ହେବାର କହିବାକୁ ତାଙ୍କୁ ଏସସିବିରେ ଭର୍ତ୍ତି କରା ଯାଇଥିଲା ।
ତେବେ ଶେଷରେ ତାଙ୍କୁ ଚୌଦ୍ବାର ଜେଲକୁ ପଠାଇ ଦିଆ ଯାଇଛି । ତାଙ୍କ ବିରୁଦ୍ଧରେ ଅଭିଯୋଗ ହୋଇଛି ବାରଙ୍ଗ ଅଂଚଳର କୁନ୍ତୀ ପ୍ରଧାନ ନାମକ ମହିଳାଙ୍କ ଜମି ଉପରେ ଜୋର ଜବରଦସ୍ତ ରାସ୍ତା ନିର୍ମାଣ କରିଥିଲେ । ଏହାର ପ୍ରତିବାଦ କରିବାରୁ ସମ୍ପୃକ୍ତ ମହିଳା ଓ ତାଙ୍କ ପରିବାରକୁ ଲୋକଙ୍କୁ ପିଙ୍କି ପ୍ରଧାନ ଓ ତାଙ୍କର କିଛି ଲୋକ ମାଡ ମାରି ଗୁରୁତର କରିଥିଲେ । ଏହା ପରେ ବାରଙ୍ଗ ପୋଲିସ ପିଙ୍କିଙ୍କୁ ଗିରଫ କରିଥିଲା ।
ସେ ଗିରଫ ହେବ ଅପରେ ତାଙ୍କ ବିରୁଦ୍ଧରେ ଅନେକ ଲୋକେ ଅଭିଯୋଗ କରିବାର ସାମନାକୁ ଆସିଛନ୍ତି । କଟକର ରାହୁଲ ଭଟ୍ଟିୟା ନାମକ ଏହି ବ୍ୟକ୍ତି ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ପିଙ୍କି ଟଣକ ଠାରୁ ଏକ ଏକର ୨୮ ଡିଶ୍ମିଲର ଏକ ଜମି ହଡପ କରି ନେଇଛନ୍ତି । ଏହା ସହ ତାଙ୍କୁ ଧମକ ମଧ୍ୟ ଦେଇଛନ୍ତି । ସେ ଏହି ମାମଲାରେ ବାରଙ୍ଗ ଥାନାରେ ଏଫାୟାର ଦେଇଛନ୍ତି ।
ବ୍ୟକ୍ତି ଜଣକ କହିଛନ୍ତି ଯେ ପିଙ୍କି ପ୍ରଧାନ ଓ ତାଙ୍କ ବ୍ଲୁ ଷ୍ଟାର କମ୍ପାନୀ ତାଙ୍କର ବାରଙ୍ଗରେ ସ୍ଥିତି ଏକ ଜମିକୁ କବଜାରେ ରଖିଛନ୍ତି । ଏହା ସହ ଲୋକଙ୍କୁ ଦେଖାଇ ପଇସା ହଡପ କରୁଥିଲେ ପିଙ୍କି ପ୍ରଧାନ । ବ୍ୟକ୍ତି ଜଣକ ଆହୁରି ମଧ୍ୟ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତି ସେହି ପ୍ଲାଟ କିଣିବା ଏପାଇଁ ଟଙ୍କା ଦେଇଛନ୍ତି ତୁରନ୍ତ ଫେରାଇ ନିଅନ୍ତୁ । କେହି ବି ଏହି ଚାକରରେ ନ ପଡିବା ପାଇଁ ବ୍ୟକ୍ତି ଜଣକ କହିଛନ୍ତି । କାରଣ ସେହି ଜମିକୁ ନେଇ କେସ ଚାଲିଛି ।
ତେଣୁ ସାଧାରଣ ଲୋକେ କୌଣସି ଅସୁବିଧାର ସମୁଖିନ୍ନ ନ ହୁଅନ୍ତୁ ବୋଲି ରାହୁଲ ଭଟ୍ଟିୟା କହିଛନ୍ତି । ୨୦୨୧ରେ ରାହୁଲଙ୍କର ପିଙ୍କିଙ୍କ ସହ ସାକ୍ଷାତ ହେବା ପରେ ବଳ ପୂର୍ବକ ପିଙ୍କି ତାଙ୍କର ଜମିକୁ ହଡପ କରିଛନ୍ତି । ଏହି ଘଟଣା ଉପରେ ପ୍ରଶାସନ ଦୃଢ କାର୍ଯ୍ୟ ଅନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି ରାହୁଲ ଭଟ୍ଟିୟା ଦାବି କରିଛନ୍ତି ।
ଏବେ ପ୍ରଶ୍ନ ଉଠିଛି କାହା ଛତ୍ରଛାୟା ତଳେ ରହି ପିଙ୍କି ପ୍ରଧାନ ଲେଡି ଡନ ହୋଇଥିଲେ । ସମସ୍ତଙ୍କୁ ଧମକ ଦେଲେ ମଧ୍ୟ କାହିଁକି କେହି ମୁହଁ ଖୋଲୁ ନ ଥିଲେ । ପୋଲିସ ସେହି ସମୟରେ କଣ କରୁଥିଲା ଯେତେବେଳେ ପିଙ୍କି ଲୋକଙ୍କର ଜମି ହଡପ କରୁଥିଲେ ତାହା ଏବେ ବଡ ପ୍ରଶ୍ନ ।
ବନ୍ଧୁଗଣ ଆପଣ ମାନଙ୍କର ଲେଡି ଡନ ପିଙ୍କି ପ୍ରଧାନଙ୍କ କାର୍ଯ୍ୟକଳାପ ବିଷୟରେ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।