Dipika କହିଛିନ୍ତି ତାଙ୍କ ସଂଘର୍ଷର କାହାଣୀ, ଶୁଣନ୍ତୁ ତାଙ୍କ ମୁଁହରୁ କେମିତି ଥିଲା ତାଙ୍କ ସଂଘର୍ଷ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ । ଏହାରି ମଧ୍ୟରେ ବୀତି ଯାଇଛି ଦୀର୍ଘ ୧୯ ଦିନ ଜଣେ ପ୍ରେମିକା ପ୍ରେମିକ ଘର ଆଗରେ ସ୍ତ୍ରୀ ର ଅଧିକାର ଓ ୧୯ ମାସର ପୁଅକୁ ବାପର ପରିଚୟ ଦେବା ପାଇଁ ଲଢେଇ ଜାରି ରଖିଛନ୍ତି । ଏ ନେଇ ଦୀପିକା ନିଜ ଜୀବନର ସଂଘର୍ଷର କାହାଣୀ ବିଷୟରେ କିଛି କହିଛନ୍ତି । ସେ କହିଛନ୍ତି ସେ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି । ତାଙ୍କ ବାପା ଯାହା ରୋଜଗାର କରିଥାନ୍ତି ପୁରା ପରିବାରର ଭରଣପୋଷଣ ହୋଇଥାଏ । ପାଠ ପଢିବା ପରେ ଦୀପିକା ସୋ ରୁମରେ କାମ କରି ନିଜ ଖର୍ଚ୍ଚ ଉଠାଉଥିଲେ ।

ସେ ପ୍ଲେ ସ୍କୁଲରେ ମଧ୍ୟ ପଢାଉଥିଲେ ସେହି ସମୟରେ ତାଙ୍କର ଦରମା ରହିଥିଲା ୫୦୦ ଟଙ୍କା । ତାଙ୍କ ଜୀବନରେ ସେ ବହୁତ ସଂଘର୍ଷ କରିଛନ୍ତି । ଏମିତିକି ସେ ଶ୍ରୀରାମ ମେଡିକାଲର ଫ୍ରନ୍ଟ ଅଫିସରେ ଏକ ବର୍ଷ ଆମ କରିଛନ୍ତି । ଏହାରି ମଧ୍ୟରେ ତାଙ୍କ ବାପାଙ୍କର ଦେହାନ୍ତ ହୋଇଗଲା । ସେ ରି ଆପ୍ଲିକେସନ ସ୍କିମରେ ଆଗ୍ରିକଲଚର ଡିପାର୍ଟମେଣ୍ଟରେ ଆପ୍ଳାଏ କରିଥିଲେ କିନ୍ତୁ ଆଜିକୁ ୬ ବର୍ଷ ହେଲାଣି ମିଳି ନାହି । ଏହା ପରେ ତାଙ୍କୁ ବେଜପା ସୋ ରୁମରୁ ଫୋନ ଆସିଥିଲା ଆଉ ସେ ପରେ ସେଠାରେ ଏକ ମାସ କାମ କରିଥିଲେ ।

ଏହା ପରେ ଦରମା ଠିକ ଭାବେ ନ ମିଳିବାରୁ ସେ ଚାକିରି ଛାଡି ଦେଇଥିଲେ । ଏହା ପରେ ଦୀପିକା ତାଙ୍କ ବାପାଙ୍କର ଯାହା ପେନସନ ମିଳିଥିଲା ସେହି ପଇସାରେ ଦୋକାନ ଖୋଲିଥିଲେ ୱାନ ବାଏ ଟ୍ରାଫିକ ରୋଡରେ । ଭେଜପା ସୋ ରୁମରୁ ଦିନେଶଙ୍କ ସହ ତାଙ୍କର ପରିଚୟ ହୋଇଥିଲା । ସେଠାରୁ ୧ଲକ୍ଷ ରୁ ଦେଢ ଲକ୍ଷ ମଧ୍ୟରେ ଦିନେଶ କାର କିଣିଥିଲେ । ସେହି ସମୟରେ ଦୀପିକା ସେଲ୍ସରେ କାମ କରୁଥିଲେ ଆଉ ସେଠାରୁ ହିଁ ଦୁହିଙ୍କର ବନ୍ଧୁତା ଆରମ୍ଭ ହୋଇଥିଲା । ପରେ ଦୀପିକା ପେଟ ସପ କରିବା ପରେ ତାଙ୍କୁ ଦିନେଶ ପ୍ରପୋଜ କରିଥିଲେ ।

ଦୁହିଙ୍କର ସମ୍ପର୍କ ଏକ ବର୍ଷ ହେବା ପରେ ଦୀପିକା ପ୍ରେଗେଣ୍ଟ ହୋଇଥିଲେ ପରେ ଆଜି ତାଙ୍କ ଜୀବନ କେମିତି ଅଛନ୍ତି ତାହା ବର୍ତ୍ତମାନ ସୋସିଆଲ ମିଡିଆରେ ଦେଖା ଯାଉଛି । ପ୍ରେଗନେନ୍ଟ ହେବା ପରେ ସମାଜ ତାଙ୍କୁ ଖରାପ ନଜରେ ଦେଖୁଥିଲା ଏଣୁତେଣୁ କଥା ମଧ୍ୟ ଶୁଣିବାକୁ ପଡୁଥିଲା । ଦିନେଶଙ୍କ ଛୁଆକୁ ଜନ୍ମ ଦେବା ସମୟରେ ମଧ୍ୟ ସେ ଅନେକ ସଂଘର୍ଷ କରିଛନ୍ତି । କୋରୋନା ସମୟରେ ବହୁତ ଅସୁବିଧାର ସମୁଖିନ୍ନ ହୋଇଛନ୍ତି ଦୀପିକା । ଏମିତିକି ଦୀପିକାଙ୍କ ମା ଓ ଭଉଣୀ ବହୁତ ସମର୍ଥନ କରିଛନ୍ତି ।

ଦୀପିକାଙ୍କର ମେଡିକାଲରେ ବାପର ନାଁ ସେ ମିଛ କହିଥିଲେ ଆଉ ତାଙ୍କର ସିଜରିୟାନ ହୋଇଥିଲା । ମେଡିକାଲରେ ଦୀପିକାଙ୍କ ମା ସବୁ କିଛି ବୁଝିଥିଲେ । ଦୀପିକା ଆଜି ବି ଆଶା ରଖିଛନ୍ତି ଦିନେଶ ନିଶ୍ଚୟ ତାଙ୍କୁ ଓ ପୁଅକୁ ଗ୍ରହଣ କରିବେ ଯଦି ସତରେ ତାଙ୍କର ଭଲ ପାଇବା ରହିଥିବା ଆଉ ତାଙ୍କୁ ନ୍ୟାୟ ମିଳିବ । ବନ୍ଧୁଗଣ ଆପଣ ମାନଙ୍କର ଦୀପିକାଙ୍କ ଜୀବନର ସଂଘର୍ଷମଯ କାହାଣୀ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *