ଡ୍ରାଇଭିଙ୍ଗ ଲାଇସେନ୍ସ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର, ଆଉ ଯିବାକୁ ପଡିବନି RTO ଅଫିସ୍, 7 ଦିନରେ ଘରେ ପହଞ୍ଚିବ DL…. ଦେଖନ୍ତୁ କେମିତି

ନମସ୍କାର ବନ୍ଧୁଗଣ, ରାସ୍ତାରେ ଗାଡି ଚଳାଇବା ପାଇଁ ସରାକାରଙ୍କ ନିୟମ ଅନୁଯାୟୀ ଗାଡିର ଲାଇସେନ୍ସ ଥିବା ନିହାତି ଆବଶ୍ୟକ ନଚେତ ଆପଣଙ୍କୁ ଜୋରିମାନା ଦେବାକୁ ପଡିଥାଏ । କିନ୍ତୁ ଚିନ୍ତାର ବିଷୟ ଏହା ହୋଇଥାଏ କି ଡ୍ରାଇଭିଙ୍ଗ ଲାଇସେନ୍ସ ଆପ୍ଳାଏ କଲା ପରେ ମଧ୍ୟ ସମୟରେ ମିଳିନଥାଏ । ଯାହାଫଳରେ କୌଣସି ଜରୁରୀ କାର୍ଯ୍ୟରେ ମଧ୍ୟ ରାସ୍ତାକୁ ଗାଡି ବାହାର କରିହୁଏ ନାହିଁ । କିନ୍ତୁ ଏବେ ଗାଡି ଚାଳକ ମାନଙ୍କ ପାଇଁ ଆସି ସାରିଛି ଏକ ବଡ ଖୁସି ଖବର । ତାହା ସମ୍ପର୍କରେ ଆସନ୍ତୁ ଜାଣିବା ସମ୍ପୂର୍ଣ ଭାବରେ ।

DL ପାଇଁ ଅନେକ ଦିନ ପର୍ଯ୍ୟନ୍ତ ଅପେକ୍ଷା କରିବା ପାଇଁ ପଡୁଥିଲା ଗାଡି ଚାଳକ ମାନଙ୍କୁ । ଯାହା ଫଳରେ ସେମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିଲେ । ସରକାରଙ୍କ ନିୟମ କଡା କଡି ତ ଥାଏ କି ରାସ୍ତାରେ ବିନା dlରେ ଗାଡି ଚଳାଇଲେ ଦେବାକୁ ପଡିବ ଫାଇନ କିନ୍ତୁ । DL ମିଳିବାର ସମୟରେ ବ୍ୟତିକ୍ରମ ସରକାରଙ୍କ ନିୟମ ଉପରେ ଗୋଟିଏ ପ୍ରଶ୍ନ ଲାଗଉଥିଲା । ତେବେ ଏହି ପ୍ରଶ୍ନ ଆଉ ଉଠିବ ନାହିଁ ।

କାରଣ ଏବେ ମାତ୍ର ୭ ଦିନରେ ଆପଣ ମାନେ ନିଜର DL ଏବେ ପାଇପାରିବେ । ଯଦି ଆପଣ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ ବନାଇବା ପାଇଁ ଭାବୁଛନ୍ତି ତେବେ ଏହା ଏକ ଉପଯୁକ୍ତ ସମୟ ଅଟେ । କାରଣ ଡ୍ରାଇଭିଙ୍ଗ ଲାଇସେନ୍ସ ମିଳିବାର ନିଯମରେ ଏବେ ପରିବର୍ତ୍ତନ ଆସିସାରିଛି । ବର୍ତ୍ତମାନ ଆପଣଙ୍କୁ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇବା ପାଇଁ କୌଣସି ଜାଗାକୁ ଯାଇ ଘଣ୍ଟା ଘଣ୍ଟା ଲାଇନ ଲାଗାଇ ଠିଆ ହେବାର ଆବଶ୍ୟକତା ନାହିଁ ।

ଆପଣ ଘରେ ବସି ଡ୍ରାଇଭିଙ୍ଗ ଲାଇସେନ୍ସ ଆବେଦନ କରିପାରିବେ । ଏବଂ ଆପଣ ନିଜ ଘରେ ବସି ମଧ୍ୟ ନିଜ କବାଟ ପାଖରେ ଡ୍ରାଇଭିଙ୍ଗ ଲାଇସେନ୍ସ ପାଇପାରିବେ । ସୂଚନା ଅନୁସାରେ ଚଣ୍ଡିଗଡରେ ଏହି ନିଯମରେ ପରିବର୍ତ୍ତନ ଲାଗୁ ହୋଇସାରିଛି । ଆପଣଙ୍କୁ ଏବେ କୌଣସି RTO  ଅଫିସ ଯିବାକୁ ପଡିବ ନାହିଁ । କିମ୍ବା କୌଣସି ଠକେଇର ସାମ୍ନା ମଧ୍ୟ କରିବାକୁ ପଡିବ ନାହିଁ ।

ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ସୁବିଧା ରହିଛି ।ବହୁତ କିଛି ସରକାରୀ କାର୍ଯ୍ୟ ଗୁଡିକ ଏବେ ଅଲଲାଇନ ଘରେ ବସି କରାଯାଇ ପାରୁଛି । ଆପଣ DL ଆବେଦନ କରିବା ପାଇଁ ଚାହୁଁଥିଲେ ପ୍ରଥମେ ଆପଣଙ୍କୁ ଅଫିସିଆଲ ୱେବ ସାଇଟ sarathi.parivahan.gov.inକୁ ଯିବାକୁ ପଡିବ । ଏଠାରେ ପ୍ରଥେମ ଆପଣଙ୍କୁ ଆପଣଙ୍କ ରାଜ୍ୟ ଚୟନ କରିବାକୁ ପଡିବ । ଏହାପରେ ଆପଣଙ୍କୁ ଅନଲାଇନ ଗୋଟିଏ ଛୋଟ ପରୀକ୍ଷା ଦେବାକୁ ପଡିବ ।

ଡ୍ରାଇଭିଙ୍ଗ ଲାଇସେନ୍ସ ପୂର୍ବରୁ ଏକ ଲର୍ନିଙ୍ଗ ଲାଇସେନ୍ସ ଦିଆଯାଏ । ଯାହାର ପରୀକ୍ଷା ଦେବା ପାଇଁ ଆପଣଙ୍କୁ RTO କାର୍ଯ୍ୟଳୟକୁ ଯାଇ ଦେବାକୁ ପଡିବ । ଯଦି ଆପଣ ପରୀକ୍ଷାରେ ସଫଳ ହୁଅନ୍ତି ତେବେ ଆପଣଙ୍କ ଡ୍ରାଇଭିଙ୍ଗ ଲାଇସେନ୍ସ ଆପଣଙ୍କ ଘରେ ସାତ ଦିନ ମଧ୍ୟରେ ପହଞ୍ଚିଯିବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *