କଳିଯୁଗ ଶେଷରେ ଜନ୍ମ ନେବେ ହେତୁବାଦି, ଆଗରୁ ଥିଲା ପ୍ରମାଣ… ଦେଖନ୍ତୁ ଏ ବିଷୟରେ କଣ କହୁଛନ୍ତି ବାବା Dibakar Das

ବନ୍ଧୁଗଣ ମହାପୁରୁଷ ଅଚ୍ୟୁତାନନ୍ଦଙ୍କ ତାଳ ପୋଥିରେ ଲେଖାଅଛି ମାଳିକା ଯାହା ଗୋଟିଏ ପରେ ଗୋଟିଏ ସତ ପ୍ରମାଣିତ ହୋଇଛି । ଆଉ ଆଜିର ଦୁନିଆରେ ସମୟକୁ ଦେଖିଲେ ମାଳିକାରେ ଯାହା ଲେଖା ଥିଲା ତାହା କେବେ ବି ମିଛ ନୁହେଁ । ଆସିଲା ସୂର୍ଯ୍ୟପରାଗ ଓ ଚନ୍ଦ୍ରଗ୍ରହଣ । ଯେବେ ସାରା ଓଡିଶାରେ ସରକାର ବନ୍ଦ ଡାକରା ଦେଲେ ସେତେବେଳେ ଆପଣଙ୍କର ଦେବନିତି ପ୍ରଭୁ ଜଗନ୍ନାଥଙ୍କର ରାତି ଅଧରୁ ସେଶ ହେଲା । ଯେବେ ପାକ ନିଷେଧ ହେଲା ହାଣ୍ଡିଛାଡ ହେଲା ସେତେବେଳେ ଚାଲିଲା ହାଣ୍ଡିଜୋଡ ଅଭିଯାନ ।

ଯେବେ ପରାଗରେ ପାକ ନିଷେଧ କରାଗଲା ସେତେବେଳେ ଚିକେନ ବିରିଆନୀ ବ୍ୟାନର ଭୁବନେଶ୍ଵର ଓ ବରମପୁର ରେ ଖିଆଗଲା । କିନ୍ତୁ ଦୁଖଦାୟକ ଘଟଣା ହେତୁବାଦୀଙ୍କ ସହ ପରମ୍ପରାବାଦୀ ଲାଗିଲା । ପରମ୍ପରାବାଦୀଙ୍କ କାରଣରୁ ହେତୁବାଦୀ ମାନେ ଆଜି ବାହାରେ ବୁଲୁଛନ୍ତି । ମହାପୁରୁଷ ୬୦୦ ବର୍ଷ ତଳେ ହେତୁବାଦୀଙ୍କ ବିଷୟରେ ମାଳିକାରେ ଲେଖି ଯାଇଛନ୍ତି । ମାଳିକାରେ ଲେଖାଅଛି କଳିଯୁଗରେ ଜ୍ଞାନକୁ କେହି ଖାତିର କରିବେ ନାହି ଏତେ ବିଜ୍ଞାନର ଭାଉ ବଢିବ କି ଚନ୍ଦ୍ରମଣ୍ଡଳରେ ଲୋକେ ପସିବେ ଆଉ ଲୋକେ ହେବେ ହାଉଜାଉ ।

ଛାଡଖାଇ ଉର୍ବରୁ ଚଳିତ ବର୍ଷ ମାଡଖାଇରେ ପରିଣତ ହେଲା । ବ୍ଯକ୍ତିର ମୃତ୍ୟୁ ପରେ ଶ୍ରାଦ୍ଧ ଦିଆଯାଏ ଯାହାର ବିରୋଧ କରାଯାଇଛି ଆଉ ମୃତ ବ୍ୟକ୍ତିଙ୍କ ପାଇଁ ଶ୍ରାଦ୍ଧ ମଣିଷ ଭୁଲିଗଲାଣି କଳିଯୁଗରେ । ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ହେତୁବାଦୀ ମାନେ ଚିକେନ ବିରିଆନୀ ଖାଇ ବିଜ୍ଞାନର ଦ୍ଵାହି ଦେଇଥିଲେ । ଜଗନ୍ନାଥଙ୍କ ନାଁ ରେ ମହାପ୍ରସାଦକୁ ନିନ୍ଦା କରାଗଲା । ଏହାର ପରିଣାମ ବହୁତ ଜଲ୍ଦି ଭୋଗିବାକୁ ପଡିବ । କଳିଯୁଗରେ ଶେଷ ସମୟ ଆସିଗଲାଣି ।

ତେଣୁ ବିଜ୍ଞାନ କୁ ନ ମାନି ଧର୍ମ ରେ ଯାହା ଅଛି ତାହା ଆପଣ କରିବା ଉଚିତ । ବିଜ୍ଞାନର ଦ୍ଵାହି ଦେଇ ମଣିଷ ଏମିତି କାମ କରିବ ବୋଲି ମହାପୁରୁଷ ଲେଖି ଯାଇଛନ୍ତି । ଦେବିଦେବତା ନ ମାନିଲେ ପାପ ରେ ସବୁ ନାସ ହେବ । ତେଣୁ ଯେଉଁଠି ମହାପ୍ରଭୁ ଜଗନ୍ନାଥ ଙ୍କ ଅପମାନ ହେଉଛି ସେଠାରେ ପ୍ରତିବାଦ କରିବା ଉଚିତ । ବିଜ୍ଞାଙ୍କୁ ଦ୍ଵାହି ଦେଇ ଧର୍ମ କୁ ଆଡେଇ ଦେବେ ତାହା ଆଜି ସତ୍ୟ ପ୍ରମାଣିତ ହୋଇଛି ଯାହା ୬୦୦ ବର୍ଷ ତଳେ ମାଳିକା ରେ ଲେଖା ଯାଇଥିଲା ।

ଲକ୍ଷ୍ମଣ ଙ୍କୁ ଇଡିଏଟ କୁହାଗଲା ଏ କଳିଯୁଗରେ ଏହା ଠାରୁ ନିନ୍ଦନୀୟ କଥା ଆଉ କଣ ହୋଇପାରେ । କଳିଯୁଗରେ ମହାପ୍ରଭୁ ଭକ୍ତ ଗଣ ଙ୍କୁ କହିଛନ୍ତି ତୁ ମୋର ସବୁ ନିନ୍ଦା କରିବୁ କିନ୍ତୁ କଇବଲ୍ୟ କେବେ ନିନ୍ଦା ନାହି । ଏହା ଘୋର ପାପ ଅନ୍ୟାୟ । ତେଣୁ ସାବଧାନ କରିଛି ମାଲିକ ଏହାକୁ ନେଇ । ନିଜେ ଖାଇବ ନିଜ ବିଚାର ଉପରେ ନିର୍ଭର କରେ ।

ବିଜ୍ଞାନ କୁହେ ସପ୍ତାହକୁ ଥରେ ଉପବାସ ରହିବାକୁ ଏ କଥାକୁ କେତେ ଜଣ ମାନିଛନ୍ତି । ଆମେ ଖାଇବା ନ ଖାଇବା ଆମ ନିଜର ରୁଚି ହେବ ଉଚିତ । ଲୋକ ଦେଖାଣିଆ କରି ଖାଇବା ଉଚିତ ନୁହେଁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *