ଦୁବାଇର କିଛି ଅଜଣା ତଥ୍ୟ ଯାହା ଆପଣମାନେ କେବେ ବିଶ୍ୱାସ କରିନଥିବେ ।

ଦୁବାଇ ଏକ ଏପରି ଜାଗା ଯେଉଁଠିକୁ ବହୁତ ଲୋକ ଚାକିରୀ ପାଇଁ ଯାଇଥାନ୍ତି । କାରଣ ସେଠାରେ ଚାକିରୀ ସହଜରେ ମିଳିଯାଏ । ସେଠାରେ ଚାକିରୀ ପାଇ ଯାଉଥିବା ଲୋକ ମାନଙ୍କ ମଧ୍ୟରେ ଅଧିକାଂଶ ଭାରତୀୟ ହୋଇଥାନ୍ତି । ସେଠାକୁ ବହତ ଲୋକ ଅଧିକ ଟଙ୍କା ରୋଜଗାର କରିବା ପାଇଁ ଯାଇଥାନ୍ତି । କିନ୍ତୁ ଆମେ ବେଳେ ବେଳେ ଶୁଣିଥାଉ ଭାରତୀୟ ମନେ ବହୁତ ହଇରାଣ ହୋଇଥିବାର । ମାତ୍ର କେତେକ ସତ୍ୟତା ଦୁବାଇ ବିଷୟରେ ଯାହା ଆପଣ ଜାଣି ନାହାଁନ୍ତି । ଆପଣ ଭାବୁଥିବେ ଦୁବାଇକୁ ଯାଉଥିବା ବ୍ୟକ୍ତି ମାନେ ବହୁତ ବଡ଼ ବଡ଼ କମ୍ପାନୀ ରେ ଚାକିରୀ କରନ୍ତି ବୋଲି । ମାତ୍ର ସେଠାକୁ ଯାଉଥିବା ଅଧିକାଂଶ ଲୋକ ଡ୍ରାଇଭର କିମ୍ବା ହୋଟେଲ ରେ ଚାକିରୀ କରିଥାନ୍ତି ।

ପ୍ରଥମେ ପ୍ରଥମେ ଭାରତରୁ ଯାଇଥିବା ଲୋକ ମାନେ ସେଠାରେ ଠିକ ସେ ଡ୍ରାଇଭିଂ କରିପାରନ୍ତି ନାହିଁ । ସେଠାରେ ଚାଲୁଥିବା କାର ଗୁଡିକ ବାମ ପାର୍ଶ୍ୱ ଡ୍ରାଇଭିଂ ମାତ୍ର ଭାରତରେ ଡାହାଣ ପାର୍ଶ୍ୱ ଡ୍ରାଇଭିଂ ।

ଏଠାରେ ଡ୍ରାଇଭିଂ ରେ କିଛି ଭୁଲ ଥିଲେ ଜୋରିମାନା ସହ ଜେଲ ମଧ୍ୟ ହୋଇପାରେ । ଏଠାରେ ଅଟୋ ଚାଲି ନଥାଏ । ଏଠାରେ ଲୋକଙ୍କ ପାଖରେ ଏକାଧିକ କାର ଥାଏ ।

ଏଠାରେ ପାଣି ର ମୂଲ୍ୟ ଅତ୍ୟଧିକ ଥାଏ । ଏହାର କାରଣ ହେଉଛି ସମୁଦ୍ର ପାଣି ସଂଶୋଧନ ହୋଇ ପିଇବା ଉପଯୁକ୍ତ ହୋଇଥାଏ । ସେଥିପାଇଁ ପଣି ର ମୂଲ୍ୟ ଏଠାରେ ମିଳୁଥିବା ତେଲ ର ମୂଲ୍ୟର ଦୁଇଗୁଣ ଅଟେ । ଦୁବାଇରେ ମେଡ଼ିସିନ କିଣିବା ପାଇଁ ପ୍ରତିବନ୍ଧ ରହିଛି କେବଳ ପ୍ରେସ୍କୁପ୍ସନ ଦେଖେଇଲେ ମେଡ଼ିସିନ ମିଳିବ । ଯଦି କିଛି ମେଡ଼ିସିନ ଆପଣଙ୍କ ପକରେ ଅଛି ମାତ୍ର ତାହାର ପ୍ରେସ୍କୁପ୍ସନ ଆପଣଙ୍କ ପାଖରେ ନାହିଁ ତେବେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ।

ଏଠାକୁ ଲୋକେ ଭଲ ଚାକିରୀ ଦେବେ ବୋଲି କହି ଠକିକି ନେଇଅସନ୍ତି । ମାତ୍ର ଏଠାରେ ସେମାନେ ସେମାନଙ୍କ ଉପରେ ଅତ୍ୟାଚାର କରିଥାନ୍ତି । ସେମାନଙ୍କ ପସପୋର୍ଟ ନେଇଯାନ୍ତି ଯାହା ଫଳରେ ଚାକିରୀ ଯାଇଥିବା ଆସାୟୀ ଲୋକେ ଆଉ ସେଠାରୁ ଫେରି ପାରନ୍ତିନି । ବାଧ୍ୟ ହୋଇ ସେମାନଙ୍କ ଘରେ ଚାକର ଭାବେ କାମ କରନ୍ତି । ଯଦି କୌଣସି ଝିଅ ପୁଅ ବିନା ବିବାହ ରେ ଏକାଠି ରହୁଛନ୍ତି ତେବେ ଏହାପାଇଁ କଠୋର ଦଣ୍ଡ ପ୍ରଣୟନ କରିଛି ଦୁବାଇ ।

ସେମାନଙ୍କୁ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁ ଦଣ୍ଡ ଦିଆଯିବ । ଏଠାରେ ମଦ୍ୟ ପାନ କରିବା ନିଷେଧ ଅଟେ । ଯଦି ଆପଣ ମଦ୍ୟ ପାନ କରିବେ ଏଥିପାଇଁ ସରକାର ତରଫରୁ ଅନୁମତି ଆଣିବା ଦରକାର । ବାହାରେ ପିଇ ପାରିବେ ନାହିଁ । ଘର ଭିତରେ ପିଇପାରନ୍ତି । ବର୍ତ୍ତମାନ କିଛି ନିୟମ ପରିବର୍ତ୍ତନ କରାଯାଇଛି ବିଦେଶରୁ ଆସୁଥିବା ଲୋକମାନଙ୍କ ପାଇଁ । ଯଦି ଆପଣ ଦୁବାଇ ଯାଉଛନ୍ତି ତେବେ ନିଜ ପସପୋର୍ଟ ନିଜ ପାଖରେ ହିଁ ରଖନ୍ତୁ । ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *