ଦୁଇ ଭାଇଙ୍କ ସହ ହେଲା ଦୁଇ ଭଉଣୀଙ୍କର ବିବାହ – ଚତୁର୍ଥୀ ରାତିରେ ହେଲା କିଛି ଏମିତି କି ଦୁଇ ଭାଇ ମିଳିଲେ ବେହୋସ

ଆଜି କାଲି ଦୁନିଆ ଏତେ ଖରାପ ହେଲାଣି ଯେ କାହା ଉପରେ ବିଶ୍ବାସ କରିବେ ଓ କାହା ଉପରେ ନାହିଁ ଏହା ଜାଣିବା ବି ବହୁତ କଷ୍ଟ । ଏମିତି ତ ବିବାହ ସମ୍ବନ୍ଧିତ ବହୁତ ନ୍ଯୁଜ ଆମେ ଶୁଣିବାକୁ ପାଉଛୁ । କେବେ ପୁଅମାନେ ଧୋକା ଦେଉଛନ୍ତି ତ କେବେ ଝିଅ ମାନେ । କେଉଁଠି ଯୌତୁକ ନିର୍ଯ୍ୟାତନା ତ କେଉଁଠି ଝିଅ ମାନେ ହେଉଛନ୍ତି ଫେରାର । ଆଜି ବି ଆମେ ସେହିଭଳି ଏକ ଘଟଣା ବିଷୟରେ କହିବୁ ଆପଣମାନଙ୍କୁ ।

ଘଟଣାଟି ହେଲା ଗଜାନନ୍ଦ ଦୁଇ ଭାଇ ରାମନାରାୟଣ ଓ ରାଜେଶ କୁ ଅଲବର ରେ ରହୁଥିବା ଦୁଇ ଭଉଣୀଙ୍କ ସହ ବିବାହ କରିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ସେହି ଦୁଇଭଉଣୀ ଏହି ବିବାହ ପାଇଁ ସେମାନଙ୍କ ଠାରୁ ୧୧ ଲକ୍ଷ ଟଙ୍କା ମଧ୍ଯ ନେଇଥିଲେ । କିନ୍ତୁ ଚତୁର୍ଥୀଦିନ ରାତିରେ ଖିରରେ ନିଶା ବଟିକା ଦେଇ ଦୁଇ ଭଉଣୀ ଘରୁ କଳାକନା ବୁଲାଇ ଫେରାର ହୋଇଯାଇଛନ୍ତି । ବିବାହରେ ୯ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା ।

ଏନେଇ ପୁଅର ଘରଲୋକ ଦୁଇ ଭଉଣୀ ଓ ତାଙ୍କ ଦଲାଲଙ୍କ ନାଁରେ ହରମାଡା ଥାନାରେ FIR ରୁଜୁ କରିଛନ୍ତି । ପୋଲିସ ଏନେଇ ଦୁଇ ଝିଅଙ୍କୁ ଖୋଜିବା ପାଇଁ ତନାଘନା ଆରମ୍ଭ କରିଛି । ପୋଲିସ ଙ୍କ କହିବା ଅନୁସାରେ ସେମାନଙ୍କ ଫୋନ ବନ୍ଦ ଅଛି । ପୋଲିସ ଙ୍କ ତଥ୍ଯ ଅନୁସାରେ ବିବାହ ପାଇଁ ଦୁଇ ଭାଇ ୧୧ ଲକ୍ଷ ଟଙ୍କା ଦେଇଥିବା ବେଳେ ବିବାହର ୪ ଦିନ ପରେ ଦୁଇ ଭଉଣୀ ସମସ୍ତ ଗହଣା ଓ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି ।

ତେବେ ଏଭଳି ଏକ ଘଟଣା ବହୁତ ହିଁ ଲଜ୍ୟା ଜନକ ଅଟେ । ଆଜି କାଲିର ପରିସ୍ଥିତି ଏମିତି ହେଲାଣି ଯେ ଲୋକେ ଆଉ କିଛି ବି ମାନୁ ନାହାନ୍ତି । ଚୋରୀ ଠୁ ଆରମ୍ଭ କରି ରେପ ପର୍ଯ୍ୟନ୍ତ ବହୁତ ଦୁର୍ନୀତ ହେଉଥିଲେ ବି ସରକାର ଏ ନେଇ କିଛି କଡା ପଦକ୍ଷପ ନେଉ ନାହିଁ । ଯାହା ବହୁତ  ଲୋକଙ୍କୁ ଅସୁବିଧାରେ ପକାଉଛି । ତେବେ ଏହି ଘଟଣା ଉପରେ ଆପଣ ମାନଙ୍କର କଣ ମତ ନିଶ୍ଚୟ ଜଣେଇବେ ।

Leave a Reply

Your email address will not be published. Required fields are marked *