ଦୁନିଆ ର ସବୁଠାରୁ ମହଙ୍ଗା ପରିବା, କିଣିବା ତ ଦୂରର କଥା ଦାମ ଜାଣି ଉଡିଯିବ ହୋସ

ପ୍ରାୟତଃ ପନି ପରିବା ଦାମ ମାଂସ – ମାଛ ଠାରୁ ଅଧିକ ହୋଇଥାଏ କିନ୍ତୁ ଦୁନିଆ ରେ ଏମିତି ମଧ୍ୟ ପନି ପରିବା ଅଛି ଯାହା ଦାମ ଏତେ ଅଛି ଯାହା ବଡ ବଡ ଧନୀ ଲୋକ ମଧ୍ୟ କିଣିବା ଆଗରୁ ୧୦ ଥର ଭାବିଥାନ୍ତି । ଏହି ପରିବା ଦାମ ୧୦୦୦ୟୁରୋ ପ୍ରତି କେଜି ଅଟେ ତେବେ ଭାରତୀୟ ମୁଦ୍ରା ଅନୁଯାଇ ଏହାର ଦାମ ୮୨ ହଜାର ଟଙ୍କା ପ୍ରତି କେଜି ଅଟେ । ତେବେ ଏହା ଶୁଣି ଆପଣଙ୍କ ମନରେ ଏହି କଥା ନିଶ୍ଚିନ୍ତ ଆସିଥିବ ଯେ ଏମିତି କଣ ଅଛି ଏହି ପରିବା ରେ ତେବେ ଆସନ୍ତୁ ଜାଣିବା ଏହି ପରିବା ବିଶେଷତା ବିଷୟରେ ।

ଏହି ପରିବା ନାମ ହୋପ ଶୂଟ୍ସ ଅଟେ ଏବଂ ଏହା ଫୁଲକୁ ହୋପ କୋନ୍ସ କୁହା ଯାଇଥାଏ । ତେବେ ଏହା ଫୁଲକୁ ମଦ ବନେଇବାରେ ବ୍ୟବହାର କରା ଯାଇଥାଏ ଏବଂ ଅନ୍ୟ ସବୁ ଭାଗ ଯେମିତିକି ଡାଳ, ପତ୍ର ରୋଷେଇରେ ବ୍ୟବହାର କରା ଯାଇଥାଏ, ମହଙ୍ଗା ହବାରୁ ଏହା କୌଣସି ଦୋକାନ ବା ଅନ୍ୟ ଜାଗାରେ ଦେଖା ଯିବା ବହୁତ କଷ୍ଟକର ଅଟେ । ହାପ ଶୁଟ୍ସ ବହୁତ ପ୍ରକାର ଔଷଧୀୟ ଗୁଣ ଦ୍ଵାରା ପରି ପୂର୍ଣ ହୋଇଥାଏ ସେଥିପାଇଁ ଏହାକୁ ଜଡୀ ବୁଟି ରେ ମଧ୍ୟ ବ୍ୟବହାର କରା ଯାଇଥାଏ । ଦାନ୍ତ ଦରଜ ରେ ଏହା ବହୁତ ଲାଭକାରୀ ହୋଇଥାଏ ଏହାଛଡା ଟିବି ଭଳି ଗମ୍ଭୀର ରୋଗରେ ମଧ୍ୟ ଏହାର ଚିକିତ୍ସା କରା ଯାଇଥାଏ, ଏଥିରେ ଏନ୍ଟିବାୟୋଟିକ ଗୁଣ ମଧ୍ୟ ଥାଏ ।

ହାପ ଶୁଟ୍ସକୁ ଲୋକ କଞ୍ଚା ମଧ୍ୟ ସେବନ କରନ୍ତି ତେବେ ଏହା ବହୁତ ପିତା ଥାଏ, ଏହାର ଡାଳ ବ୍ୟବହାର ସାଲାଡ ରେ କରା ଯାଇଥାଏ, ଏହାର ଆଚାର ମଧ୍ୟ ବନା ଯାଇଥାଏ, ଯାହା ଖାଇବା ପାଇଁ ବହୁତ ସୁଆଦିଆ ଏବଂ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ । ହାପ ସୁତ୍ସ ଔଷଧୀୟ ଗୁଣ ବିଷୟରେ ବହୁତ ଆଗରୁ ଲୋକ ଜାଣିଛନ୍ତି, ୮୦୦ଇସବି ସମୟ ଆଖ ପାଖ ରେ ଲୋକ ଏହାକୁ ବିୟର ରେ ମିଶାଇ ପିଉଥିଲେ ଓ ଏହି ଉପାୟ ଲୋକ ଆଜି ପର୍ଯ୍ୟନ୍ତ କରନ୍ତି ।

ସର୍ବ ପ୍ରଥମେ ଏହାର ଚାଷ ଉତର ଜର୍ମାନୀ ରେ ହୋଇଥିଲା ଓ ଏହା ପରେ ପୁରା ବିଶ୍ଵ ରେ ବ୍ୟାପୀ ଗଲା, ଏହାର ଗୁଣ ବିଷୟରେ ଜାଣି ବ୍ରିଟିଶ ୧୮ ଶତାବ୍ଦୀ ରେ ଏହା ଉପରେ କର ମଧ୍ୟ ଲାଗୁ କରିଥିଲେ, ଏହା ଛଡା ଏହା ମଧ୍ୟ ନିୟମ କରା ଗଲା ଯେ ମଦ ବନେଇବାରେ ଏହାର ଉପଯୋଗ ନିଶ୍ଚିନ୍ତ କରା ଯାଉ ଯାହା ଦ୍ଵାରା ମଦ ସୁଆଦ ବଢିବ । ହାପ ସୁତ୍ସ ଚାଷ ପାଇଁ ମାର୍ଚ ଠାରୁ ଜୁନ ମାସ ସମୟ ବହୁତ ପର୍ଯ୍ୟାପ୍ତ ଅଟେ, ଏହାର ଗଛ ଓଦା ମାଟି ସହ ସୂର୍ଯ୍ୟ କିରଣ ପାଇ ଶୀଘ୍ର ବଢିବାକୁ ଲାଗିଥାଏ ।

Leave a Reply

Your email address will not be published. Required fields are marked *