ଏବେ ବିଛା ବି କରିବେ ଅଭିନୟ! ଦେଖନ୍ତୁ Video କେମିତି ବିଛା କରୁଛି Acting

ବନ୍ଧୁଗଣ ସିନେମାର ନାଁ ରହିଛି ବିଛା ଗ୍ୟାଙ୍ଗ କାରଣ ଏହି ଫିଲ୍ମର ମୁଖ୍ୟ ଚରିତ୍ର ହେଉଛି ବିଛା । ଆଜ୍ଞା ହଁ ଏହି କଥାଟି ଆପଣଙ୍କୁ ଶୁଣିବାକୁ ଅଜବ ଲାଗୁଥିଲେ ବି କଥାଟି ସତ ଅଟେ । ଏହି ଭିଡିଓରେ ଆପଣ ମାନେ ଦେଖିପାରିବେ ସଞ୍ଜୟ ନାୟକ ବିଛା ଦେଖାଉଛନ୍ତି । ଶଙ୍କର ଚରିତ୍ରରେ ନାୟକ ଏହି ସିନେମାରେ ଅଭିନୟ କରୁଛନ୍ତି । ଶୁଟିଙ୍ଗ ସେଠାରେ ବିଛା ଆଉ ତାକୁ ଯତ୍ନ ସହକାରେ ରଖାଯାଇଛି । ନିର୍ଦ୍ଦେଶକ ସଞ୍ଜୟ ନାୟକ ଦେଖାଉଛନ୍ତି ବିଚାକୁ କିପରି କଣ୍ଟ୍ରୋଲ କରାଯାଇପାରିବ ।

ହିରୋ ଦୀପକ ହେଉଛନ୍ତି ବିଛା ଗ୍ୟାଙ୍ଗର ମୁଖିଆ ଯିଏ ପୂରାପୂରି ବିଛା ଭଳି ହୋଇଯିବେ । ଏଥିପାଇଁ ଚାଲିଛି ପ୍ରସ୍ତୁଇତି । ପ୍ରଥମେ ହାତ ହେବ ବିଛା ତା ପରେ ପୁରା ଶରୀର । ତେବେ ଏହି ସିନେମାରେ ଦୀପକଙ୍କ ହାତ ବିଛା ଭଳି ହୋଇଯାଇଛି ଆଉ ସେ ଡାକ୍ତରଙ୍କୁ ଦେଖାଇବା ପାଇଁ ଆସିଛନ୍ତି କାଜଲଙ୍କ ସହ । ଡାକ୍ତର ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି ଆଉ କହୁଛନ୍ତି ଏହା କିଭଳି ସମ୍ଭବ ।

ଏପରି ପ୍ରସ୍ତୁତି କରୁଛନ୍ତୁ କଳାକାର ମାନେ । ଦୀପିକାଙ୍କ ସହ ମୁଖ୍ୟ ନାୟିକା ଭାବେ ଅଭିନୟ କରୁଛନ୍ତି ଆରଲିନ ଅଙ୍କିତା ଯିଏ ଅଧା ଲେଖା ଗପ ସିନେମାରେ ଅଭିନୟ କରିଥିଲେ । ସିନେମାରେ ବିଛା ହେଉଛି ମୂଳ ତା ପାଇଁ ସବୁ କିଛି ଆଗଉଛି । ଆଉ ନାୟକଙ୍କର ବିଛା ସହ ସିନ ଅଧିକ ରହିଛି । ସେଥିପାଇଁ ସିନେମାରେ ଦୀପିକାଙ୍କ ହାତକୁ କିଭଳି ବିଛା ଭାବେ ସଜାଯାଉଛି ।

ଏହି ସିନେମାଟି ତରଙ୍ଗ ସିନେ ପ୍ରଡକଶନ ଆରମ୍ଭ କରିଛି । ଦୀପିକାଙ୍କ ସହ ପ୍ରଥମ ଥର ଯୋଡି ବନିଛି ଆର୍ଲିନଙ୍କ ସହ । ଏହି ସିନେମାରେ ଖୁବ ଚ୍ୟାଲେଞ୍ଜ ଭରା ରହିଛି । ଦୀପିକାଙ୍କ ସହ ନାୟିକା କେତେ କଫର୍ଟଟେବଲ ଅଛନ୍ତି ତାହା ବିଷୟରେ ସେ କହିଛନ୍ତି ଯେ ରଜ କୁଇନ ସୋ ରେ ସେ ଭାଗ ନେଇଥିଲେ ଆଉ ସେଥିରେ ଜଜ ଥିଲେ ଦୀପକ, ସଂବିତ, ଅନୁଭା ।

ଏହି ଫିଲ୍ମରେ ଶଙ୍କର କିଭଳି ନିଜ ହାତକୁ ଅସ୍ତ୍ର ଭଳି ବ୍ୟବହାର କରୁଛନ୍ତି ତାହା ଆପଣ ମାନେ ଏହି ଭିଡିଓରେ ଦେଖି ପାରିବେ । ଶଙ୍କର କେବେ ଆକ୍ସନ ମୁଡ ରେ ତ କେବେ ଫନି ମୁଡରେ ଅଛନ୍ତି । ଶୁଟିଙ୍ଗ ସେଠାରେ ମଜା ମସ୍ତିରେ ଚାଲୁଅଛି ସିନ । ଅନ୍ୟ କଳାକାର ମାନେ ବି ପୁରା ପ୍ରସ୍ତୁତ ଅଛନ୍ତି । ନିର୍ଦ୍ଦେଶନା ଫିଲ୍ମରେ ଡାଇଲଗ କିଭଳି କହିବେ ତାହା ସମସ୍ତଙ୍କୁ ଶିଖାଉଛନ୍ତି ।

ଦୀପିକା ମଧ୍ୟ ବିଛା ସହ ରିୟଲ ସେଲ କରିବାର ନଜର ଆସୁଛନ୍ତି । ଏହି ସିନେମାରେ ୩୦% ଗ୍ରାଫିକ ବ୍ୟବହାର କରାଯିବ । ଡ୍ରାମା ସହ ସିନେମାରେ ବହୁତ ଭଲ କାହାଣୀ ଦେଖିବାକୁ ପାଇବେ ଦର୍ଶକ ମାନେ । ତେବେ ଏହି ସିନେମାରେ ବହୁତ ଭଲ କାହାଣୀ ରହିଛି କିପରି ଶଙ୍କର ର ଜୀବନ ବଦଳି ଯାଉଛି ଆଉ ସେ ବିଛା ଗ୍ୟାଙ୍ଗ ରେ କଣ ପାଇଁ ସାମିଲ ହେଉଛି ।

ବନ୍ଧୁଗଣ ଆପଣ ମାନଙ୍କର ବିଛା ଗ୍ୟାଙ୍ଗ ସିନେମା ର କାହାଣୀ କେମିତି ଲାଗିଲା ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *