ଏବେ Whatsapp ଜରିଆରେ ଆପଣଙ୍କ ଏମିତି ଜାଣିପାରିବେ ଟ୍ରେନର PNR ଓ ଲାଇଭ ଲୋକେସନ, କେମିତି ଦେଖନ୍ତୁ

ନମସ୍କାର ବନ୍ଧୁଗଣ, ଟ୍ରେନ ରେ ଯାତ୍ରା କରୁଥିବା ଯାତ୍ରୀ ଙ୍କ ପାଇଁ ଆସିଲା ବହୁତ ବଡ ଖୁସି ଖବର । ଏଣିକି PNR ଷ୍ଟାଟସ ଓ ଲାଇଭ ଟ୍ରେନ ଷ୍ଟାଟସ ଅର୍ଥାତ କେଉଁଠି ଟ୍ରେନ ଅଛି ଏ ସବୁ ୱ୍ହାଟସପର ରେ ଚେକ କରି ପାରିବେ । ଯାତ୍ରୀ ଙ୍କ ସୁବିଧା ଲାଗି ଭାରତୀୟ ରେଳ ବିଭାଗ ପକ୍ଷର ରୁ ଏଭଳି ନିସ୍ପତି ନିଆ ଯାଇଛି । IRCTC ପ୍ୟାସେଞ୍ଜର ଏଣିକି ସିଧା ସଳଖ ୱ୍ହାଟସପ ରେ PNR ଷ୍ଟାଟସ ଓ ଲାଇଭ ଷ୍ଟାଟସ ଚେକ କରି ପାରିବେ । ଫଳରେ ଟ୍ରେନ ଟ୍ରାକିଂ ଷ୍ଟାଟସ ଓ ଯାତ୍ରା ବିବରଣୀ ସମ୍ବଧିତ ତଥ୍ୟ ବିଭିନ୍ନ ଆପ ରେ ଡାଉନ ଲୋଡ ବେଳେ ହେଉଥିବା ଅସୁବିଧାକୁ ଦୂର କରିବ ।

ଖାଲି PNR ଷ୍ଟାଟସ କି ଲାଇଭ ଟ୍ରେନ ଷ୍ଟାଟସ ବ୍ଯତୀତ ପୂର୍ବ ରେଲୱେ ଷ୍ଟେସନ, ଆଗାମୀ ରେଲୱେ ଷ୍ଟେସନ ଓ ଅନ୍ୟ ଯାତ୍ରା ର ବିବରଣୀ ସମ୍ପର୍କରେ ମଧ୍ୟ ଆପଣ ୱ୍ହାଟସପ ରେ ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ମାତ୍ର ୧୦ ସଂଖ୍ୟା ବିଶିଷ୍ଟ PNR ନମ୍ବର ୱ୍ହାଟସପ ଚ୍ୟାଟ ବୋର୍ଡ ରେ ଦେବାକୁ ପଡିବ । ଏହା ପରେ ଆପଣ ସବୁ ତଥ୍ୟ ପାଇ ପାରିବେ । ଏହା ଛଡା ଯାତ୍ରୀ ମାନେ ଲାଇଭ ଟ୍ରେନ ଷ୍ଟାଟସ ପାଇଁ ରେଲୱେ ହେଲ୍ପ ଲାଇନ ନମ୍ବର ୧୩୯ ଡାଏଲ କରି ପାରିବେ । ଏବେ ଆସନ୍ତୁ ଜାଣିବା ୱ୍ହାଟସପ ରେ PNR ଷ୍ଟାଟସ ଓ ଲାଇଭ ଟ୍ରେନ ଷ୍ଟାଟସ ହେକ କରିବେ ।

ସୂଚନା ଅନୁଯାୟୀ ରେଲୱେଓଫି ର ୱ୍ହାଟସପ ଚ୍ୟାଟ ବଟ ନମ୍ବର ୯୮୮୧୧୩୩୨୨ ଫୋନ ରେ ସେଭ କରନ୍ତୁ । ଏହା ପରେ ଫୋନ ରେ ୱ୍ହାଟସପ ଆପ୍ଲିକେସନ ଅପଡେଟ ରନ୍ତୁ । ୱ୍ହାଟସପ ଓପନ କରି କଣ୍ଟ୍ରାକ୍ଟ ଲିଷ୍ଟ ଋଫରେସନ କରନ୍ତୁ । ରେଲୱେଓଫି ର ଚ୍ୟାଟ ୱିଣ୍ଡୋ ଓପନ କରି ୧୦ ସଂଖ୍ୟା ବିଶିଷ୍ଟ PNR ନମ୍ବର ଦେଇ ୱ୍ହାଟସପ ଚ୍ୟାତ ରେ ଏହାକୁ ପଠାନ୍ତୁ । ଏହା ପରେ ରେଲୱେଓଫି ଚ୍ୟାଟ ବଟ ଆପଣଙ୍କୁ ସମସ୍ତ ତଥ୍ୟ ପ୍ରଦାନ କରିବା ସହ ଆପଣ ଯାତ୍ରା କରୁଥିବା ଟ୍ରେନ ରେ ଲାଇଭ ମଧ୍ୟ ପ୍ରଦାନ କରିବ ।

ଯାତ୍ରା ଆରମ୍ଭ କରିବା ପୂର୍ବରୁ ଆପଣ PNR ନମ୍ବର ଦେଇ ଲାଇଭ ଅପଡେଟ ଯାଇ ପାରିବେ । ଏମିତି କି ଟ୍ରେନ କେଉଁଠି ଅଛି ଆପଣ ତାହା ୱ୍ହାଟସପ ଜରିଆରେ ଜାଣି ପାରିବେ । ଏହା ବ୍ଯତୀତ ଯାତ୍ରୀ ମାନେ ଟ୍ରେନ ରେ ଯାତ୍ରା ସମୟରେ ଖାଦ୍ୟ ମଧ୍ୟ ଅର୍ଡର କରି ପାରିବେ । ଏଥିପାଇଁ ଆପଣଙ୍କୁ IRCTC ଆପ ଯୂପ ବ୍ୟବହାର କରିବାକୁ ପଡିବ ।

ଏହି ଆପ ମାଧ୍ୟମରେ ଆପଣ ଅନ ଲାଇନ ରେ ଖାଦ୍ୟ ଅର୍ଡର କରି ପାରିବେ । ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *