ED ଅଫିସରେ ପୁଅକୁ ଦେଖି ଭୋ ଭୋ ହୋଇ କାନ୍ଦିଲେ Archana, କହିଲେ ମୁଁ…. ଦେଖନ୍ତୁ Video

ଆଜି ସକାଳୁ ସକାଳୁ ଅର୍ଚ୍ଚନାଙ୍କୁ ଭେଟିବା ପାଇଁ ମାନେ ନିଜ ମାଆକୁ ଭେଟିବା ପାଇଁ ଇଡି କାର୍ଜ୍ଯାଳୟରେ ପହଞ୍ଚି ଥିଲା ଅର୍ଚ୍ଚନାର 5 ବର୍ଷର ପୁଅ । ଆଉ ଯେତେ ବେଳେ ଇଡି କାର୍ଯ୍ୟଳୟ ଭିତରକୁ ଅର୍ଚ୍ଚନାଙ୍କ ପୁଅ ପଶି ଥିଲା ଠିକ ସେତିକି ବେଳେ ଅର୍ଚ୍ଚନା ତାକୁ କୁଆଡେ ଦେଖି ଭାବ ବିହୁଳ ହୋଇ ଯାଇଥିଲେ । ଅର୍ଚ୍ଚନା ନିଜ ପୁଅକୁ କୁଣ୍ଢାଇ ପକାଇ ଭୋ ଭୋ ହେଇ କାନ୍ଦି ଥିଲେ । ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ମାଆ-ପୁଅ କିଛି ସମୟ ପାଇଁ କଥା ବାର୍ତ୍ତା ହୋଇଥିଲେ ।

ଆଉ ପୁଅ କୁଆଡେ ପଚାରି ଥିଲା ମାଆ ତୁ କେବେ ଘରକୁ ଯିବୁ । ତୁ କଣ ଏଇଠି ରହି ଯିବୁ ଏମିତି ଅନେକ ପ୍ରଶ୍ନ ପଚାରିଥିଲା ଅର୍ଚ୍ଚନାର ପୁଅ ଆଉ ଯାହାର ଉତ୍ତର ଅର୍ଚ୍ଚନା ଦେଇ ପାରି ନ ଥିଲେ । ମନ ଦେଇ ପଢିବୁ ଠିକ ସମୟରେ ଖାଇବୁ ଏମିତି କିଛି କହି ଭୋ ଭୋ ହୋଇ କାନ୍ଦି ଉଠି ଥିଲା ଅର୍ଚ୍ଚନା । ଆଉ ନିଜ ପୁଅକୁ ଜାବୁଡି ଧରି ନିଜର ଅକୁହା ବେଦନାକୁ ଲୁହ ମାଧ୍ୟମରେ ନିଗାଡି ଥିଲା ଅର୍ଚ୍ଚନା । ଏ ସମୟ ଦୃଶ୍ୟ ସମସ୍ତଙ୍କୁ ଭାବ ବିହୁଳ କରିଥିଲା ।

ବ୍ଲାକ ମେଲିଂ ମାମଲାରେ ଅର୍ଚ୍ଚନା ଗିରଫ ହେବା ଦିନ ଠାରୁ ମାଆ-ପୁଅଙ୍କର କେବେ ବି ଭେଟ ହୋଇ ନ ଥିଲା । ଆଜି ଇଡି କାର୍ଯ୍ୟଳୟରେ ପ୍ରଥମ ଥର ଭେଟ ବେଶ ସମସ୍ତଙ୍କୁ ଇମୋସନାଲ କରି ଦେଇଥିଲା । ଆଉ ପାଖରେ ଉପସ୍ଥିତ ଥିଲେ ଅର୍ଚ୍ଚନାଙ୍କ ବାପା ସେ ଏହି ଦୃଶ୍ୟ ଦେଖି ସେ ବି କାନ୍ଦୁ ଥିଲେ । ତେବେ ଅର୍ଚ୍ଚନା ନିଜ ପୁଅ ପ୍ରଶ୍ନର ଉତ୍ତର ଦେଇ କହିଥିଲେ ଯେ, ସବୁ କିଛି ଠିକ ହେଇଯିବ । ମୁଁ ପୁଣି ଘରକୁ ଯିବି ତୋତେ ସ୍କୁଲ ନେଇକି ଯିବି ପୁଣି ଆଣିବା ପାଇଁ ଯିବି । ତୁ ଖାଉଥିବା ତୋ ମନ ପସନ୍ଦର ଜିନିଷ ରାନ୍ଧି କି ଦେବି ।

ଆଉ ଅଳ୍ପ ଦିନ ମୋ ବାବା ଟା ପରା ଟିକେ ରହି ଯା । ଏମିତି କିଛି କହି ଅର୍ଚ୍ଚନା ତା ପୁଅକୁ ବୁଝେଇ ଦେଇଥିଲା ଆଉ ତା ପରେ ସୁନ୍ଦରୀ ଅର୍ଚ୍ଚନାଙ୍କୁ କୋର୍ଟରେ ହାଜର କରା ଯାଇଛି । ଆଉ ସେପଟେ ମଧ୍ୟ ପହଞ୍ଚି ଛନ୍ତି କୋର୍ଟରେ ଜଗବନ୍ଧୁ ଚାନ୍ଦ । ତେବେ ଜଗବନ୍ଧୁଙ୍କୁ 15 ଦିନ ରିମାଣ୍ଡରେ ନେବା ପାଇଁ ଆବେଦନ କରିପାରେ ଇଡି । ଆଉ ରିମାଣ୍ଡ ମିଳିବା ପରେ ଜଗବନ୍ଧୁଙ୍କୁ ପଚରା ଉଚରା କରିବା ପାଇଁ ଇଡି ଅଫିସକୁ ନେବେ ଅଧିକାରୀ ମାନେ ।

ଆଉ ସୂଚନା ଅନୁଯାୟୀ କି ଅର୍ଚ୍ଚନା ଙ୍କୁ ପୁଣି ଥରେ ରିମାଣ୍ଡରେ ନେବା ପାଇଁ ଆବେଦନ କରିବ ଇଡି । ଆଉ ଅର୍ଚ୍ଚନା ଓ ଜଗାକୁ କୁଆଡେ ସାମ୍ନାସାମ୍ନି ଜେରା କରିବାକୁ ଯୋଜନା କରିଛି ଇଡି । ଆଉ ଏହାରି ଭିତରେ ପୁଅକୁ ଦେଖି ସୁନ୍ଦରୀ ଅର୍ଚ୍ଚନା ନିଜ କୋହକୁ ସମ୍ଭାଳି ପାରି ନ ଥିଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *