ଗୋଟେ ଫିଲ୍ମ କରି ରାତାରାତି ହିଟ ହୋଇଥିବା ଏହି ଅଭିନେତ୍ରୀ, ଏବେ ନଜର ଆସିବେ ଦେହଜୀବୀ ଭୂମିକାରେ

୨୦୧୭ ମସିହାରେ ପଞ୍ଜାବୀ ଫିଲ୍ମରୁ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ପାୟଲ ରାଜପୁତ ତେଲଗୁ ଫିଲ୍ମ “ଆରଏକ୍ସ ୧୦୦” ରେ ମୁଖ୍ୟ ଭୂମିକାରେ ଅଭିନୟ କରି ରାତାରାତି ସୁପର ଷ୍ଟାର ହୋଇଥିଲେ । ସେହି ଫିଲ୍ମ ରେ ସେ ଅନେକ ବୋଲ୍ଡ ସିନ୍ ଦେଇଥିଲେ । ଏଥିରେ ତାଙ୍କର ସହ କଳାକାର ଥିଲେ କାର୍ତ୍ତିକ । ସେ ପଞ୍ଜାବୀ ଓ ତେଲଗୁ ସିନେମାରେ ଅଭିନୟ କରନ୍ତି ।  ଆସନ୍ତୁ ଜାଣିବା ପାୟଲଙ୍କ ବିଷୟରେ କିଛି ତଥ୍ୟ ।

ପାୟଲଙ୍କ ଜୀବନ

ପାୟଲ ତାଙ୍କର ବୋଲ୍ଡନେସ ପାଇଁ ଖୁବ ଚର୍ଚ୍ଚିତ । କେବଳ ଫିଲ୍ମ ନୁହେଁ ବରଂ ସେ ଅନେକ ଟିଭି ସିରିୟଲ ରେ ମଧ୍ୟ କାମ କରିଛନ୍ତି । ସେ ତାଙ୍କର ଟେଲିଭିଜନ କ୍ୟାରିୟର ‘ସପନୋ ସେ ଭାରେ ନେନା ସିରିୟଲ’ ରୁ କରିଥିଲେ । ତାଙ୍କର ଜନ୍ମ ଗୁରଗାଁଓ ରେ ୫ ଡିସେମ୍ବର ୧୯୯୦ ରେ ହୋଇଥିଲା । କିନ୍ତୁ ବର୍ତ୍ତମାନ ସେ ମୁମ୍ବାଇରେ ରହୁଛନ୍ତି ।

ଫିଲ୍ମ କ୍ୟାରିୟର

ପାୟଲ ଅନେକ ଫିଲ କରିଛନ୍ତି କିନ୍ତୁ ପରାୟତଃ ସବୁଥିରେ ତାଙ୍କୁ ସାଇଡ ଅଭିନେତ୍ରୀ ଭାବେ କାମ ମିଳିଥିଲା , କିନ୍ତୁ ଆରଏକ୍ସ ୧୦୦ ରେ ସେ ପ୍ରଥମ ଥର ପାଇଁ ମୁଖ୍ୟ ଭୂମିକା ରେ ଅଭିନୟ କରିଥିଲେ । ତାଙ୍କ ଫିଲ୍ମ ମଧ୍ୟରେ ହିନ୍ଦୀ, ପଞ୍ଜାବୀ ଓ ତେଲଗୁ ଭାଷାର ଫିଲ୍ମ ସାମିଲ ଅଛି ।

ତେବେ ବହୁତ ଦିନ ପରେ ପୁଣି ପାୟଲ ଙ୍କୁ ଆଉ ଏକ ବୋଲ୍ଡ ଅବତାରରେ ଦେଖିବାକୁ ମିଳିବ । ତାଙ୍କର ଆସନ୍ତା ଫିଲ୍ମ ଟାଇଗର ରାଓ ନାଗେଶ୍ଵରଙ୍କ ବୟୋପିକ ଉପରେ ଆଧାରିତ । ଏଥିରେ ତାଙ୍କୁ ଏକ ଦେହାଜୀବୀ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କୁ ଶେଷ ଥର ଏକ ଆଇଟମ ଗୀତରେ ଦେଖିବାକୁ ମିଳିଥିଲା ଯାହା ଫିଲ୍ମ ସୀତା ର ଅଟେ । ସେହି ଫିଲ୍ମ ରେ କାଜଲ ଅଗ୍ରୱାଲ ମୁଖ୍ୟ ଅଭିନେତ୍ରୀ ଥିଲେ ।

ବର୍ତ୍ତମାନ ପାୟଲ ଯେଉଁ ଅଭିନୟ କରିବାକୁ ଯାଉଛନ୍ତି ଏହା ତାଙ୍କ ଜୀବନର ସବୁଠୁ ବୋଲ୍ଡ ଅଭିନୟ ହେବ । ଏହାର ସ୍କ୍ରିପ୍ଟ ପ୍ରସୂତ ହୋଇସାରିଛି ଓ ଫିଲ୍ମ ଉପରେ କାମ ମଧ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ଦର୍ଶକ ମାନେ ପାୟଲ ଙ୍କୁ ଏହି ବୋଲ୍ଡ ଅବତାରରେ କେତେ ପସନ୍ଦ କରିବେ ଏହା ତ ଫିଲ ଦେଖିବା ପରେ ହିଁ ଜଣା ପଡିବ । ଏମିତି ରେ ତାଙ୍କର ଫ୍ୟାନ ଫଲୋଇଂ କୀଚଚି କମ ନୁହେଁ ।

Leave a Reply

Your email address will not be published. Required fields are marked *