ଯଦି ଆପଣଙ୍କ ଘରେ ଲାଗିଛି ଏହି ଗଛ, ତେବେ ବର୍ଷିବ ପଇସା ଓ ମିଳିବ ସମୃଦ୍ଧି

ପ୍ରକୃତି ଆମକୁ ଗଛ ଲତାକୁ ଉପହାର ସ୍ୱରୂପ ବହୁତ ଅମୂଲ୍ୟ ଜିନିଷ ଦେଇଛି । ଯଦି ଗଛ ଲତା ଏହି ପୃଥିବୀରେ ନଥାନ୍ତେ ଜୀବନ ସମ୍ଭବ ହୋଇ ନଥାନ୍ତା । ଗଛ ଲତାଙ୍କ ଠାରୁ ଆମକୁ ଅକ୍ସିଜେନ ମିଳିଥାଏ ଯିଏ ଜୀବନ ପାଇଁ ବହୁତ ଆବଶ୍ୟକ ଅଟେ । ଏମିତି ବହୁତ ଗଛ ଲତା ପ୍ରକୃତି ଆମକୁ ଦେଇଛି ଯିଏ ଆମ ପାଇଁ ବହୁତ ଲାଭକାରୀ ପ୍ରମାଣିତ ହୋଇଥାଏ । ବହୁତ ଗଛ ଲତାକୁ ଔଷଧୀ ରୂପରେ ବ୍ୟବହାର କରାଯାଏ ଯାହା ଦ୍ଵାରା ଅସାଧ୍ୟ ରୋଗରୁ ମୁକ୍ତି ମିଳିଥାଏ  ଓ ଏମିତି ବହୁତ ଗଛ ଲତା ଅଛନ୍ତି ଯାହାକୁ ଘରେ ଲଗାଇବା ଶୁଭ ବୋଲି ମାନନ୍ତି ।

ଯଦି ଆପଣ ଏହି ଗଛ ଲତାକୁ ନିଜ ଘରେ ଲଗାନ୍ତି ତେବେ ଏଥିରୁ ଆପଣଙ୍କୁ ଆର୍ଥିକ ସମସ୍ୟାରୁ ମୁକ୍ତି ମିଳିଥାଏ ଓ ଧନ ପାଇବାର ଉପାୟ ମିଳିଥାଏ । ଆଜି ଆମେ ଆପଣଙ୍କୁ ଏହି ଲେଖା ମାଧ୍ୟମରେ ଏମିତିକା ଗଛ ଲତା ବିଷୟରେ ଜଣାଇବୁ ଯାହାକୁ ନିଜ ଘରେ ଲଗାଇ ଆପଣ ନିଜର ଭାଗ୍ୟ ବଦଳାଇ ପାରନ୍ତି ।

ଆସନ୍ତୁ ଜାଣିବା କେଉଁ କେଉଁ ଗଛ ଲତା ବଦଳାଇ ପାରନ୍ତି ଭାଗ୍ୟ

ମନି ପ୍ଳାଣ୍ଟ

ଏହି ଗଛ ନାମ ଶୁଣିଲା ପରେ ଲାଗେ କି ଏହାର ସମ୍ବନ୍ଧ ଧନ ସହିତ ଅଛି । ଲୋକେ ମାନନ୍ତି କି ଏହି ଗଛ ଘରେ ଲଗାଇବା ଦ୍ଵାରା ଘରେ ସୁଖ ସମୃଦ୍ଧି ବଢିଥାଏ । ମନି ପ୍ଳାଣ୍ଟକୁ ଅଗ୍ନୀକୋଣରେ ଲଗାଇବା ବହୁତ ଶୁଭ ହୋଇଥାଏ ଓ ଧନ ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ ।

କଦଳୀ ଗଛ

ଆପଣ ସମସ୍ତେ ଏହି କଥା ଜାଣିଥିବେ କି ସମୃଦ୍ଧି ପାଇବା ପାଇଁ କଦଳୀ ଗଛକୁ ପୂଜା ଯାଏ । ଘରର ଅଗଣାରେ କଦଳୀ ଗଛ ଲଗାଇବା ବହୁତ ଶୁଭ ହୋଇଥାଏ ଓ ସୁଖ ସମୃଦ୍ଧି ମିଳିଥାଏ ।

ତୁଳସୀ ଗଛ

ହିନ୍ଦୁ ଧର୍ମରେ ତୁଳସୀ ଗଛକୁ ବହୁତ ପବିତ୍ର ଓ ପୂଜନୀୟ ମାନନ୍ତି । ତୁଳସୀକୁ ମା ଲକ୍ଷ୍ମୀଙ୍କର ଦ୍ଵିତୀୟ ରୂପ ବୋଲି ମାନନ୍ତି ।  ଘରେ ତୁଳସୀ ଗଛ ପୂର୍ବ ଦିଗ ବା ଐଶାନ୍ୟ କୋଣରେ ଲଗାଇବା ଆବଶ୍ୟକ । ଯଦି ତୁଳସୀ ଗଛ ଆପଣଙ୍କ ଘରେ ଲାଗିଥାଏ ତେବେ ଏଥିରୁ ସମସ୍ତ ପ୍ରକାରର ରୋଗାଣୁ ଘରକୁ ଆସିବା ପୂର୍ବରୁ ହିଁ ନଷ୍ଟ ହୋଇ ଯାଇଥାଏ ।

ରଜନୀଗନ୍ଧା

ରାଜନୀଗନ୍ଧାର ତିନି ପ୍ରକାରର କିସମ ଥାଏ । ଏଥିରୁ ସୁଗନ୍ଧିତ ତୈଳ ବା ଇତର ବି ତିଆରି କରାଯାଏ । ଏଥିରୁ କିଛି ଔଷଧୀୟ ଗୁଣ ବି ମିଳିଥାଏ ଯେଉଁଥିରୁ ଆପଣଙ୍କୁ ଗମ୍ଭୀର ରୋଗରୁ ମଧ୍ୟ ମୁକ୍ତି ମିଳିଥାଏ ।

ଅଶ୍ଵଗନ୍ଧା

ବାସ୍ତୁ ଶାସ୍ତ୍ର ଅନୁସାରେ ଅଶ୍ଵଗନ୍ଧା ଗଛ ଲଗାଇଲେ ସୁଖ ସମୃଦ୍ଧି ମିଳିଥାଏ । ଅଶ୍ଵଗନ୍ଧା ଗଛରେ ବହୁତ ପ୍ରକାରର ଲୋକପ୍ରିୟ ଆୟୁର୍ବେଦିକ ଔଷଧୀୟ ଗୁଣ ମିଳିଥାଏ ଯେଉଁଥିରୁ ଆମକୁ ବହୁତ ଲାଭ ମିଳିଥାଏ ।

Leave a Reply

Your email address will not be published. Required fields are marked *