ଏହି ୨୨ ବର୍ଷୀୟ IASଙ୍କର କାମ କରିବାର ତରିକା ସବୁଠୁ ଅଲଗା – ଯେଉଁଥିପାଇଁ ସାରା ବିଶ୍ୱ କରୁଛି ତାଙ୍କର ପ୍ରଶଂସା, ଆପଣ ମଧ୍ୟ ଜାଣି ରଖନ୍ତୁ

ଏବେ କିଛି ଦିନ ତଳେ ଗୋଟେ ମହିଳାଙ୍କ ଫୋଟୋ ସୋଶଲ ମିଡିଆ ରେ ବହୁତ ଭାଇରାଲ ହୋଇଥିଲା ଓ ତାଙ୍କ ବିଷୟରେ ଅଧିକା ଜଣାଇବାକୁ ସମସ୍ତଙ୍କର ଆଗ୍ରହ ଦେଖିବାକୁ ମିଳିଥିଲା । ତେବେ ଆଜି ଆମେ ଆପଣଙ୍କୁ ସେହି ମହିଳା ଙ୍କ ସମ୍ବନ୍ଧରେ ହିଁ କହିବାକୁ ଯାଉଛୁ । ତେବେ ସେହି ମହିଳା ଜଣଙ୍କ କୌଣସି ସାଧାରଣ ମହିଳା ନୁହନ୍ତି ସେ ହେଉଛନ୍ତି ଆଇଏଏସ ସ୍ମିତା ସଭରୱାଲ । ଆଜ୍ଞା ହଁ ସ୍ମିତା ସଭରୱାଲ ହେଉଛନ୍ତି ଦେଶର ସବୁଠୁ ଯୁବ ଆଇଏଏସ ।

ସ୍ମିତା ସଭରୱାଲ ପଶ୍ଚିମ ବଙ୍ଗଳାରେ ଜନ୍ମ ଗ୍ରହଣ କରିଛନ୍ତି । ସ୍ମିତାଙ୍କ ବାପା ଭାରତୀୟ ସେନାରେ ଅଧିକାରୀ ଥିଲେ ।

ବାପାଙ୍କ ଚାକିରି ପାଇଁ ତାଙ୍କୁ ବହୁତ ଜାଗା ସ୍ଥାନାନ୍ତରିତ ହେବାକୁ ପଡିଥିଲା ସେଥିପାଇଁ  ସ୍ମିତା ଦେଶର ବହୁ ଜାଗାରେ ପାଠ ପଢା ପୂରା କରିଛନ୍ତି । ତାଙ୍କର ନିଯୁକ୍ତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ହୋଇଥିଲା । ଯାହାଙ୍କୁ ଜନତାଙ୍କ ଅଧିକାରୀ ନାମରେ ଜଣା ଯାଉଥିଲା । ଆଇଏଏସ୍ ଶ୍ରେଣୀରେ ଟପ୍ କରିବା ପରେ ସ୍ମିତାଙ୍କ ପରିଜନ ତାଙ୍କୁ ସିଭିଲ୍ ସର୍ବିସରେ ଯିବା ପାଇଁ ପ୍ରୋତ୍ସାହନ ଦେଲେ ।

ଯେତେବେଳେ ସେ କେବଳ ୨୨ ବର୍ଷୀର ଥିଲେ ସ୍ମିତା କଡା ପରିଶ୍ରମ କରି ଦେଶର ଚତୁର୍ଥ ସ୍ଥାନ ହାସିଲ କଲେ । ସେ ୟୁପିଏସ୍ ସି ପରୀକ୍ଷା ପାସ୍ କରିବାରେ ସବୁଠାରୁ କମ୍ ବୟସର ଛାତ୍ରୀ ଅଟନ୍ତି ବୋଲି କୁହାଯାଉଛି । ସ୍ମିତା ତେଲେଙ୍ଗାନା କ୍ୟାଡରର ଆଇଏଏସ୍ ଟ୍ରେନିଙ୍ଗ୍ ନେଲେ ଓ ନିଯୁକ୍ତି ପରେ ସେ ଚିତୁର୍ ରେ ସବ୍-କଲେକ୍ଟର କଡପ୍ପା ରୁରାଲ୍ ଡେଭେଲପମେଣ୍ଟ ଏଜେନ୍ସିରେ ପ୍ରୋଜେକ୍ଟ ଡାଇରେକ୍ଟର୍, ବାରଂଗଲ୍ ନଗର ନିଗମ କମିଶନର୍ , ଓ କୁରନୁଲର ସଂଯୁକ୍ତ କଲେକ୍ଟର ରହିଛନ୍ତି।

ସେ ଡିଉଟୀ ଆରମ୍ଭ କରିବା ଦିନରୁ ବହୁତ ଦାୟିତ୍ୱ ନିର୍ବାହ କରିଛନ୍ତି ଯେଉଁଥିପାଇଁ ଆଜି ସେ ଜନସାଧାରଣଙ୍କ ଦ୍ୱାରା ପ୍ରସଂଶିତ ହେଉଛନ୍ତି । ସେ କେବଳ ତାଙ୍କ କାମ କରିବାର ତାରିକା ପାଇଁ ଆଜି ଏତେ ପ୍ରଶଂସନୀୟ । ସେ ସରକାରଙ୍କ ଦ୍ଵାରା ହେଉଥିବା ସବୁ ଯୋଜନା ଗୁଡିକ କେମିତି ଜନସାଧାରଣଙ୍କ ପାଖରେ ପହଞ୍ଚି ପାରିବ ସେଥିପାଇଁ ଅଧିକ ପ୍ରଯତ୍ନଶୀଳ ।

Leave a Reply

Your email address will not be published. Required fields are marked *