ଏହି ୪ଟି ଜାଗାରେ କଳାଜାଇ ଥିବା ଲୋକ ହୋଇଥାନ୍ତି ଭାଗ୍ୟଶାଳି

ମନୁଷ୍ୟ ଶରୀରରେ ବହୁତ ଜାଗାରେ କଳାଜାଇ ରହିଥାଏ ତେବେ ଏହି କଳାଜାଇ ର ନିଜର ଗୋଟେ ମହତ୍ଵ ହୋଇଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଶରୀର ଏମିତି କିଛି ବିଶେଷ ଜାଗା ହୋଇଥାଏ ଯେଉଁଠାରେ କଳାଜାଇ ରହିଲେ ମଣିଷ ବହୁତ ଭାଗ୍ୟବାନ ଏବଂ ଧନୀ ହୋଇଥାଏ, ତେବେ ପ୍ରାୟତଃ ସମସ୍ତଙ୍କ ଷଋର ଏବଂ ଚେହେରାରେ କଳା ଜାଇ ଆପଣ ଦେଖିବାକୁ ପାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଶରୀର ୪ଟି ବିଶେଷ ଜାଗା ବିଷୟରେ କହିବୁ ଯେଉଁଠି କଳାଜାଇ ରହିବା ଅତ୍ୟନ୍ତ ଶୁଭକାରୀ ଅଟେ ।

୧. ଥୋଡି :

ତେବେ ଆପଣ ବହୁତ ମହିଳା ବା ପୁରୁଷଙ୍କର ଥୋଡିରେ କଳାଜାଇ ଥିବାର ଦେଖିଥିବେ ତେବେ କଣ ଆପଣ ଏହାର ଅର୍ଥ ଜାଣିଛନ୍ତି ଯେଉଁ ମହିଳାଙ୍କ ଥୋଡିରେ କଳାଯାଇଥାଏ ତାଙ୍କୁ ସଜେଇ ହବା ବହୁତ ପସନ୍ଦ ହୋଇଥାଏ, ଏହି ଭଳି ମହିଳାଙ୍କ ଜୀବନରେ କେବେ ଧନ କମ ହୋଇନଥାଏ, ଥୋଡିରେ ଥିବା କଳାଜାଇ ଆପଣଙ୍କ ଉଜ୍ଵଳ ଭାଗ୍ୟ ବିଷୟରେ କହିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯେଉଁ ପୁରୁଷଙ୍କ ଥୋଡିରେ କଳାଜାଇ ଥାଏ ସେହି ଲୋକ ପାଖରେ କେବେ ଧନ କମ ହୋଇନଥାଏ ଏବଂ ସେହି ଲୋକ ରୋଜଗାର କରିବାର ନୂଆ ନୂଆ ରାସ୍ତା ବାହାର କରିଥାଏ ।

୨. ନାକ :

ଯେଉଁ ମାନଙ୍କ ନାକ ମଝିରେ କଳାଜାଇ ହୋଇଥାଏ ଏହି ଭଳି ଲୋକ ବହୁତ ସ୍ବାଭିମାନୀ ସ୍ଵଭାବର ହୋଇଥାନ୍ତି, ଏହି ଭଳି ଲୋକ ବ୍ୟବସାୟ କରନ୍ତୁ ବା ଚାକିରି ତାଙ୍କୁ ସବୁ କାର୍ଯ୍ୟ କ୍ଷେତ୍ରରେ ସଫଳତା ମିଳିଥାଏ, ଏହି ଭଳି ଲୋକଙ୍କୁ କେବେ ଆର୍ଥିକ ସମସ୍ଯା ହୋଇନଥାଏ, ଏହି ଭଳି ଲୋକଙ୍କ ଜୀବନସାଥୀ ତାଙ୍କୁ ବହୁତ ଭଲ ପାଇଥାନ୍ତି ।

୩. ହାତ ପାପୁଲି :

ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯଦି କୌଣସି ବ୍ୟକ୍ତିର ହାତ ପାପୁଲିରେ କଳାଜାଇ ହୋଇଥାଏ ତେବେ ସେହି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି, ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଯଦି କଳାଜାଇ ମହିଳାଙ୍କର ବାଁ ଏବଂ ପୁରୁଷଙ୍କର ଡାହାଣ ହାତରେ ହୋଇଥାଏ ତେବେ ଏହା ଆହୁରି ଶୁଭ ଏବଂ ଲାଭଦାୟକ ହୋଇଥାଏ ।

୪. ପିଠି :

ଯେଉଁ ବ୍ୟକ୍ତି ମାନଙ୍କର ପିଠିରେ କଳାଜାଇ ହୋଇଥାଏ ଏହି ଭଳି ଲୋକ ବହୁତ ଧନବାନ ହୋଇବା ସହ ବହୁତ ରୋମାଣ୍ଟିକ ହୋଇଥାନ୍ତି, ଏହି ଭଳି ଲୋକଙ୍କୁ କମ ପରିଶ୍ରମରେ ମଧ୍ୟ ବହୁତ ଉନ୍ନତି ମିଳିଥାଏ, ତେବେ ଜ୍ଯୋତିଷ ଶାସ୍ତ୍ର ଅନୁଯାଇ ଏହି ଭଳି ଲୋକ ବହୁତ ଭାଗ୍ୟଶାଳି ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *