ଯିଏ ଯେତେ ମାଗିଲେ ବି ଏହି ୧ଟି ଜିନିଷ କେବେ ବି କାହାକୁ ଦିଅନ୍ତୁ ନାହିଁ

ନମସ୍କାର ବନ୍ଧୁଗଣ, ଆପଣମାନଙ୍କୁ ଆମର ଏହି ଲେଖାକୁ ସ୍ଵାଗତ । ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟଙ୍କ ବିଷୟରେ ତ ଆପଣମାନେ ଜାଣିଥିବେ । ସେ ଜଣେ ରାଜବୈଦ୍ୟ ସହ ଏକ ରାଜନୀତିଜ୍ଞ ମଧ୍ୟ ଥିଲେ । ସେ କହିଯାଇଥିବା ନୀତିବାଣୀ ଆଜୀବ୍ୟ ଲୋକେ ମାନେ ମାନନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତି ଶାସ୍ତ୍ରରେ ଯେଉଁ ସବୁ ଅନମୋଲ କଥା କହି ଛନ୍ତି ଯଦି କୌଣସି ବ୍ୟକ୍ତି ତାକୁ ପାଳନ କରେ  ତେବେ ସେହି ବ୍ୟକ୍ତିର ଜୀବନରେ ବହୁତ ଉନ୍ନତି ହୁଏ ଓ ଅନେକ ସୁଖ ଆସେ । ତେବେ ମଣିଷ ନିଜ ଜୀବନରେ ଏମିତି ଅନେକ ଭୁଲ କରିଥାଏ ଯାହା ଦ୍ଵାରା ସେ ଦୁଃଖ ଦୁର୍ଦଶା ଆଡକୁ ଦ୍ରୁତ ଗତିରେ ମାଡିଯାଏ । ଏହି ସବୁଠାରୁ ମନୁଷ୍ୟକୁ  ଯେତେ ସମ୍ଭବ ଦୂରେଇ ରହିବା ଆବଶ୍ୟକ ।

Image Courtesy: Google

ବନ୍ଧୁଗଣ ଆଚାର୍ଯ୍ୟ ଚାଣକ୍ୟ ଏକ ଏଭଳି ଜିନିଷ ବିଷୟରେ କହିଛନ୍ତି ଯାହାକୁ ଯଦି ଆପଣ କାହାକୁ ଦାନ କରନ୍ତି ତେବେ ଆପଣଙ୍କର ଅନେକ କ୍ଷତି ହୋଇଥାଏ । ତେବେ ଆଚାର୍ଯ୍ୟଙ୍କ ଅନୁସାରେ ଯଦି ଆପଣଙ୍କୁ ସେହି ଜିନିଷ କେହିବି ମାଗେ ଆପଣ ତାକୁ କେବେବି ଦିଅନ୍ତୁ ନାହିଁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଜିନିଷ କଣ । କୌଣସି ବି ବ୍ୟକ୍ତିର ନିର୍ବଳତା ହେଉଛି ତାର ରହସ୍ୟ । ଯଦି ନିଜର ବିଷୟରେ କିଛି ଖାସ ଯାହାକି ଆପଣଙ୍କୁ ପଛରେ ହଇରାଣରେ ପକାଇ ପାରିବ ସେହି ବିଷୟରେ କେବେବି କାହାକୁ କହିବା ଅନୁଚିତ ।

Image Courtesy: Google

ଯେମିତିକି ଆପଣ ଜାଣିଥିବେ ରାବଣର ମୃତ୍ୟୁର ରହସ୍ୟ ହେଲା ତାର ନାଭି ।  ତାର ନାଭିକୁ ମାରିବା ଦ୍ଵାରା ହିଁ ତାର ମୃତ୍ୟୁ ହେବ ଏବଂ ଏ ବିଷୟରେ କେବଳ ତାଙ୍କର ଭାଇ ବିଭୀଷଣ ବ୍ଯତୀତ ଆଉ କେହି ଜାଣିନଥିଲେ । ଯେବେ ସେମାନେ ଅଲଗା ହେଲେ ଓ ବିଭୀଷଣ ରାମ ପକ୍ଷରୁ ଯୁଦ୍ଧ ଲଢିଲେ ସେତେବେଳେ ବିଭୀଷଣ ରାବଣର ରହସ୍ୟକୁ ରାମଙ୍କ ଆଗରେ କହିଥିଲା । ଯାହାଫଳରେ ରାବଣର ମୃତ୍ୟୁ ହୋଇଥିଲା । ସେଥିପାଇଁ ଆପଣଙ୍କର ଯଦି କିଛି ରହସ୍ୟ ଅଛି ତେବେ ମରିଗଲେ ବି ସେ ବିଷୟରେ କେବେ କାହାକୁ କୁହନ୍ତୁ ନାହିଁ ।

Image Courtesy: Google

ସେ ଯିଏ ବି ହେଉ ନା କାହିଁକି ନିଜ ସାଙ୍ଗ ହେଉ କି ପତ୍ନୀ କାହା ସହ ଏ ସବୁ କଥା ଆଲୋଚନା କରିବେ ନାହିଁ, ନଚେତ ତମ ଖରାପ ଶଂସ୍ୟ ଆସିଲେ ସେମାନେ ଏହାକୁ ତମ ବିରୁଦ୍ଧରେ ପ୍ରୟୋଗ କରି ପାରନ୍ତି । ତେବେ ଯଦି ଆପଣଙ୍କୁ ଆଚାର୍ଯ୍ୟ ଚାଣକ୍ୟଙ୍କର ଏହି ନୀତିବାଣୀ ଠିକ ଲାଗୁଛି ତେବେ ନିଶ୍ଚିନ୍ତ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏହିଭଳି ଖବର ପାଇଁ ଆମ ପେଜ ଖବର ଓଡିଆକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *