ବଲୀଉଡ ର ଏହି 4ଟି ମୁସ୍ଲିମ ଅଭିନେତ୍ରୀ ମାନେ ବାଛିଲେ ହିନ୍ଦୁ ବର, ଏମାନେ ତ ସାଙ୍ଗରେ ରହିବା ପରେ ବିବାହ କଲେ

ବଲିଉଡରେ ପ୍ରେମ ବିବାହ ର ପରମ୍ପରା ଅଧିକ ଚାଲିଥାଏ ଓ ପ୍ରେମରେ ଜାତି ଧର୍ମ କିଛି ଦେଖାଯାଏ ନାହି । ଆପଣଙ୍କୁ କାହାର କିଛି କଥା ଭଲ ଲାଗିଗଲେ ତେବେ ଆପଣଙ୍କ ମନକରିଥାଏ ତାହାରି ସହିତ ଜୀବନ କାଟିବା ପାଇଁ । ଏହା ପରେ ଦୁନିଆ ଆପଣଙ୍କ ବିପରୀତ ହେଇଜାଉ ବା ନିଜେ ଭଗବାନ ଆସି ଆପଣଙ୍କୁ ଏହି ବିବାହ କରିବାକୁ ମନା କଲେ ମଧ୍ୟ ଆପଣ ଶୁଣନ୍ତି ନାହିଁ ଏବଂ ସେହି ବ୍ୟକ୍ତିକୁ ଆପଣ ସବୁ କିଛି ମାନି ନିଅନ୍ତି ।

କିଛି ଏମିତି ହିଁ ଘଟିଲା ଯେତେବେଳେ ବଲିଉଡ ର ଏହି ୪ ଟି ମୁସଲିମ ଅଭିନେତ୍ରୀ ହିନ୍ଦୁ ବର ବାଛିଥିଲେ । ଏହା ପରେ ଆଜି ସେମାନେ ନିଜ ପରିବାର ସହିତ ସୁଖରେ ଜୀବନ କାଟୁଛନ୍ତି । ସେମାନଙ୍କ ମଧ୍ୟରୁ କିଛି ପିତାମାତା ହୋଇ ସାରିଲେଣି , କିଛି ପିତାମାତା ହେବାକୁ ଯାଉଛନ୍ତି ତ ଆଉ କିଛି ନିଜ ନିଜ କାମରେ ଅଧିକ ଧ୍ୟାନ ଦେଉଛନ୍ତି ।

ବଲିଉଡ ଜଗତର କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ନିଜ ଜୀବନସାଥି ସହିତ ବିବାହ କରି ନିଜ ଜୀବନକୁ ସୁଖମୟ କରିନେଇଛନ୍ତି । ଆଜି ଆମେ ବଲିଉଡର ସେହି ୪ ଟି ସୁନ୍ଦରୀ ମୁସଲିମ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ହିନ୍ଦୁଧର୍ମର ଲୋକଙ୍କୁ ଜୀବନସାଥି ବାଛିନେଲେ ।

ନର୍ଗିସ ଓ ସୁନୀଲ ଦତ୍ତ

ଦିନ ଥିଲା ଯେତେବେଳେ ନର୍ଗିସ ରାଜ କପୁରଙ୍କୁ ଭଲ ପାଉଥିଲେ କିନ୍ତୁ ସେ ବିବାହିତ ଥିବାରୁ ନରଗିସ ସୁନୀଲ ଦତ୍ତଙ୍କ ପ୍ରାସ୍ତାବ ସ୍ଵୀକାର କରିଥିଲେ । କାରଣ ସୁନୀଲ ଦତ୍ତ ନରଗିସଙ୍କର ସହକଳାକାର ହେବା ସହିତ ତାଙ୍କର ବହୁତ ବଡ ପ୍ରଶଂସକ ଥିଲେ । ନରଗିସ ମୁସଲିମ ଝିଅ ଥିଲେ ଏବଂ ସୁନୀଲ ଦତ୍ତ ପଞ୍ଜାବୀ ପୁଅ ଥିଲେ । ଏମେନଙ୍କ ବିବାହରେ କିଛି ଅସୁବିଧା ଆସିଥିଲା କିନ୍ତୁ ଶେଷରେ ସବୁ ଠିକ ହୋଇଯାଇଥିଲା । ଏମାନଙ୍କର ଦୁଇଟି ଝିଅ ଓ ଗୋଟିଏ ପୁଅ ହେଲେ ଏବଂ ଏମାନଙ୍କର ପୁଅ ବଲିଉଡର ଅଭିନେତା ସଞ୍ଜୟ ଦତ୍ତ ଅଟନ୍ତି ।

ମଧୁବାଲା ଓ କିଶୋର କୁମାର

ପୂର୍ବ ସମୟର ସୁନ୍ଦରୀ ଅଭିନେତ୍ରୀ ମଧୁବାଲା ନିଜର ଅଭିନୟ ଓ ସୌନ୍ଦର୍ଜ୍ୟ ପାଇଁ ସମସ୍ତଙ୍କର ହୃଦୟ ଜିତିଥିଲେ । ତାଙ୍କର ପ୍ରକୃତ ନାମ ମଧୁବାଲା ନୁହେଁ ମୁମତାଜ ଜାହାଁ ବେଗମ ଥିଲା । ସେ ପ୍ରସିଦ୍ଧ ଗାୟକ କିଶୋର କୁମାରଙ୍କୁ ବିବାହ କରିଥିଲେ ।

ସବାନା ଓ ମନୋଜ ବାଜପେୟୀ

ଫିଲ୍ମ କରିବ ଓ ହୋଗୀ ପ୍ୟାର କି ଜିତ ଭଳି ଫିଲ୍ମ ରେ ଅଭିନୟ କରିଥିବା ଅଭିନେତ୍ରୀ ସବାନା ନିଜ ସରଳ ଗୁଣ ଯୋଗୁ ସମସ୍ତଙ୍କର ହୃଦୟ ଜିତିଥିଲେ । ସେ ବଲିଉଡର ଆଭିନେତା ମନୋଜ ବାଜପେୟୀଙ୍କୁ ବିବାହ କରି ନିଜର ସଂସାର ଗଢିଥିଲେ ।

ଶୋହା ଅଲି ଖାନ ଓ କୃନାଲ ଖେମୁ

ପ୍ରସିଦ୍ଧ ଅଲି ପଟୌଦି ଓ ଅଭିନେତ୍ରୀ ସରମିଲା ଟ୍ୟାଗୋରଙ୍କ ଝିଅ ଶୋହା ଅଲି ଖାନ କୃନାଲ ଖେମୁଙ୍କୁ ଭଲ ପାଇଥିଲେ ଏହା ପରେ ଦୁଇ ଜଣ କିଛି ବର୍ଷ ପର୍ଯ୍ୟନ୍ତ ପରସ୍ପରକୁ ଡେଟ କରିଥିଲେ, ସାଥି ହୋଇ ରହିଥିଲେ ଏବଂ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଆଜି ଏମାନଙ୍କର ଗୋଟିଏ ଝିଅ ଅଛି ଯାହାର ଫଟୋ ଶୋହା ସୋସିଆଲ ମିଡିଆରେ ଶେୟାର କରନ୍ତି ।

Leave a Reply

Your email address will not be published. Required fields are marked *