୪ଜଣ ସାଙ୍ଗଙ୍କର ଏହି ସେଲଫି ହେଉଛି ଭାଇରାଲ ! କଣ ଅଛି ଏହି ଫଟୋରେ? କଣ ଆପଣ କହିପାରିବେ ଏହି ଫୋଟୋରେ ଥିବା ରହସ୍ୟ

ଇଣ୍ଟରନେଟରେ ପ୍ରତିଦିନ କିଛି ନା କିଛି ଭାଇରାଲ ହେଉଛି, ସେଥି ମଧ୍ୟରୁ କିଛି ଫଟୋ ଏବଂ କିଛି ଭିଡିଓ । ଏଥର ସୋସିଆଲ ମିଡିଆରେ ୪ ଜଣ ଝିଅଙ୍କ ସେଲଫି ଭାଇରାଲ ହେଇଛି । ଆପଣଙ୍କୁ ଏହା କୌଣସି ବଡ କଥା ପରି ଲାଗୁ ନଥିବ । କିନ୍ତୁ ଆପଣ ଜାଣି ରଖନ୍ତୁ ଏହି ଫଟୋ ଅନ୍ୟ ସେଲଫି ମାନଙ୍କ ମଧ୍ୟରୁ ସମ୍ପୂର୍ଣ ଭାବରେ ଅଲଗା । ତେବେ କଣ ଅଲଗା ଅଛି ଏହି ଫୋଟୋ ରେ ଆସନ୍ତୁ ଜାଣିବା ।

ଭାଇରାଲ ହେଉଥିବା ସେଲଫି ରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା

କଥାଟି ହେଲା ଏହି ଫଟୋରେ ଏମିତି କିଛି ଗଡବଡ ହେଇଛି ଯେ ଏହା ଗୋଟେ ଦିନରେ ଭାଇରାଲ ହେଇଗଲା ଏବଂ ୨୪ ଘଣ୍ଟା ମଧ୍ୟରେ ଏହାକୁ ୫ ଲକ୍ଷ ଲୋକ ଦେଖିଛନ୍ତି । କଣ ଅଛି ଏହି ଫଟୋରେ? କଣ ଏହା ପଛର ରହସ୍ୟ ? ଅବଶ୍ୟ ଏହି ପ୍ରଶ୍ନ  ଆପଣଙ୍କ ମନରେ ଉଙ୍କି ମାରୁଥିବ ।  ତେବେ ଆସନ୍ତୁ ଜାଣିବା ଏହି ଫଟୋ ବିଷୟରେ ।

ଏହି ଫଟୋକୁ what୦୪୭ ନାମକ ଇମଗୁର ଆକାଉଣ୍ଟରୁ ଶେୟାର କରାଯାଇଛି । ଏହି ଫଟୋ ସହ କ୍ୟାପ୍ସନ ଲେଖାଯାଇଛି ଯେ “ଇଟ ଟୁକ ମି ଫରଏଭର ଟୁ ଫାଇଣ୍ଡ ହ୍ଵାଟ ୱାଜ ରଙ୍ଗ ହିୟର । “ ଏହି କ୍ୟାପ୍ସନ ପଢିବା ପରେ ଲୋକମାନେ ଏହି ଫଟୋରେ ତୃଟି ଖୋଜିବାକୁ ଲାଗିଲେ, କିନ୍ତୁ ଏଥିରେ ଅଧିକାଂଶ ଲୋକ ଭୁଲ ପ୍ରମାଣିତ ହେଉଛନ୍ତି ।

ବହୁତ ପ୍ରଚେଷ୍ଟା ପରେ ମଧ୍ୟ ଲୋକମାନେ ଏହି ଫଟୋରେ କୌଣସି ତ୍ରୁଟି ପାଇ ପାରୁନାହାନ୍ତି । ତ୍ରୁଟି ଖୋଜି ପାରୁନଥିବା ଲୋକେ ଏଥିରେ ଅଜବ କମେଣ୍ଟ କରୁଛନ୍ତି । କଣ ଆପଣ ଏହି ଫଟୋର ରହସ୍ୟ ବିଷୟରେ କହି ପାରିବେ ? ଯଦି ନାହିଁ ତେବେ ଆମେ ଆପଣଙ୍କୁ ଏହି ଫଟୋରେ ଥିବା ତ୍ରୁଟି ବିଷୟରେ ଅବଗତ କରାଇବୁ । ଆପଣଙ୍କ ନନରେ ଆସୁଥିବା ସମସ୍ତ ପ୍ରଶ୍ନର ଉତରଦେବୁ । ତେବେ ଆସନ୍ତୁ ଜାଣିବା ଏହାର ରହସ୍ୟ ।

କଥାଟା ଏପରି ଜେ ଏହି ଫଟୋରେ ୪ ଝିଅଙ୍କ ବ୍ୟତୀତ ଯେତେ ଜଣ ଲୋକ ଦେଖା ଯାଉଛନ୍ତି ସମସ୍ତଙ୍କ ଚେହେରା ଏକା ପ୍ରକାରର । ଯଦି ବିଶ୍ଵାସ ହେଉନାହିଁ ତେବେ ଆପଣ ଧ୍ୟାନରେ ଏହି ଫଟୋକୁ ଦେଖନ୍ତୁ । ଏହି ଫଟୋରେ ୪ ଜଣ ଝିଅଙ୍କ ବ୍ୟତୀତ ଯେତେ ଲୋକ ଅଛନ୍ତି ସେମାନେ ପୁରୁଷ, ନାରୀ କିମ୍ବା ଛୋଟ ଛୁଆ ହୁଅନ୍ତୁ ସମସ୍ତଙ୍କ ଚେହେରା ଏକା ପ୍ରକାରର । ପ୍ରକୃତରେ ଏହି ଫଟୋକୁ ଫଟୋଶପ ମାଧ୍ୟମରେ ଏଡିଟ କରାଯାଇଛି । ଫଟୋର ଏହି ରହସ୍ୟ ପାଇଁ ଏହା ଭାଇରାଲ ହେଇଥିଲା ।

Leave a Reply

Your email address will not be published. Required fields are marked *