ମହାଦେବ କହିଛନ୍ତି କଣ ଅଟେ ମୃତ୍ୟୁର ସଂକେତ, ଏହିସବୁ ସଙ୍କେତରୁ ଜଣାପଡେ କି ମୃତ୍ୟୁ ଆପଣଙ୍କର କେତେ ନିକଟରେ

ମହାଦେବଙ୍କୁ ମହାକାଳ ବି କୁହାଯାଏ । ମହାକାଳ ଅର୍ଥାତ ମୁର୍ତ୍ୟୁ ଯାହାର ଅଧୀନରେ ଅଛି । ସୃଷ୍ଟିର ରଚନା ଭଗବାନ ବ୍ରହ୍ମା କରିଛନ୍ତି ଏବଂ ଏହାର ସଂହାର ଭଗବାନ ଶିବ କରିଛନ୍ତି । ଭଗବାନ ଶିବଙ୍କୁ କେତେକ ଧର୍ମ ଗ୍ରନ୍ଥରେ ଅଜନ୍ମା ଏବଂ ଅନାଦି ବୋଲି କୁହାଯାଇଛି । ଶିବପୁରାଣ ଅନୁସାରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ମୁର୍ତ୍ୟୁ ସମ୍ବନ୍ଧିତ କିଛି ବିଶେଷ ରହସ୍ୟ ବିଷୟରେ କହିଛନ୍ତି । ଏହି ସଙ୍କେତ ବିଷୟରେ ବୁଝି ପାରିଲେ ଆପଣ ଜାଣି ପାରିବେ କି କୌଣସି ବି ମଣିଷର ମୁର୍ତ୍ୟୁ ସମୟ କେତେ ନିକଟତ୍ତର ହେଉଛି ।

ଶିବପୁରାଣରେ ମୁର୍ତ୍ୟୁର ସଙ୍କେତ

ଶିବପୁରାଣରେ ଭଗବାନ ଶିବ ମାତା ପାର୍ବତୀଙ୍କୁ କହିଛନ୍ତି କି ଯେଉଁ ମନୁଷ୍ୟର ମୁଣ୍ଡ ଉପରେ କାଉ, ଶାଗୁଣା ଏବଂ ପାରା ଆସି ବସିଥାଏ ତେବେ ବୁଝି ଯାଆନ୍ତୁ କି ତାହାର ମୃତ୍ୟୁ ୧ ମାସ ମଧ୍ୟରେ ହିଁ ହୋଇଯିବ । ଶିବପୁରାଣରେ ଏହାର ଉଲ୍ଲେଖ କରାଯାଇଛି ।

ମହାଦେବ କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ଅଚାନକ ନୀଳ ମାଛି ଆସି ଘେରି ଯିବେ ତେବେ ବୁଝି ଯାଆନ୍ତୁ କି ସେହି ବ୍ୟକ୍ତିର ଆୟୁ ଗୋଟିଏ ମାସ ଠାରୁ ଅଧିକ ନୁହେଁ ।

ଶିବପୁରାଣ ଅନୁସାରେ ଯେଉଁ ବ୍ୟକ୍ତିଙ୍କୁ ଗ୍ରହର ଦର୍ଶନ ହେବା ପରେ ବି ତାହାକୁ ଦିଗର ଜ୍ଞାନ ନ ରହିବ ଏବଂ ମନରେ ସବୁବେଳେ ବ୍ୟାକୁଳତା ରହିବ ତେବେ ତାହାର ମୃତ୍ୟୁ ୬ ମାସ ମଧ୍ୟରେ ହୋଇଯାଏ ।

ଭଗବାନ ଶିବ କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ଚନ୍ଦ୍ରମା ଏବଂ ସୂର୍ଯ୍ୟଙ୍କ ଆଖପାଖରେ ଚମକୁଥିବା କଳା କିମ୍ବା ଲାଲ ରଙ୍ଗ ଦେଖିବାକୁ ମିଳିଥାଏ ତେବ ସେହି ବ୍ୟକ୍ତିର ମୃତ୍ୟୁ ୧୫ ଦିନ ମଧ୍ୟରେ ହୋଇଥାଏ । ଯେଉଁ ବ୍ୟକ୍ତିଙ୍କୁ ତାରା କିମ୍ବା ଚନ୍ଦ୍ରମା ଦେଖାଯାଉ ନାହିଁ ତେବେ ସେହି ବ୍ୟକ୍ତିଙ୍କର ୧ ମାସ ଭିତରେ ହିଁ ମୃତ୍ୟୁ ହୋଇଯାଏ ।

ମହାଦେବ ମାତା ପାର୍ବତୀଙ୍କୁ କହିଲେ ସଙ୍କେତ

ଭଗବାନ ଶିବ କହିଛନ୍ତି କି ଯେଉଁ ବ୍ୟକ୍ତିଙ୍କୁ ନିଜ ଛାଇ ଜଳ, ତେଲ, ଘିଅ କିମ୍ବା ଆଇନାରେ ବି ଦେଖାଯାଉ ନାହିଁ ତେବେ ଜାଣି ନିଅନ୍ତୁ କି ୬ ମାସ ମଧ୍ୟରେ ସେହି ବ୍ୟକ୍ତିର ମୃତ୍ୟୁ ନିଶ୍ଚିତ ଅଟେ ।

ଶିବ ପୁରାଣ ଅନୁସାରେ ଯେଉଁ ବ୍ୟକ୍ତିକୁ ଅଚାନକ ସୂର୍ଯ୍ୟ ଏବଂ ଚନ୍ଦ୍ରରେ ରାହୁ ଗ୍ରସ୍ତ ଦେଖାଯାଏ ଅର୍ଥାତ ସେହି ବ୍ୟକ୍ତିଙ୍କୁ ଚନ୍ଦ୍ରମା ଏବଂ ସୂର୍ଯ୍ୟ କଳା ଦେଖାଯାଏ, ତେବେ ତାହାର ମୁର୍ତ୍ୟୁ ୬ ମାସ ମଧ୍ୟରେ ହୋଇଯାଏ ।

ଯେଉଁ ବ୍ୟକ୍ତିଙ୍କୁ ଅଗ୍ନିର ପ୍ରକାଶ ଠିକ ଭାବରେ ଦେଖାଯାଏ ନାହିଁ ଏବଂ ଅଗ୍ନି ଚାରି ପଟେ ଅନ୍ଧାର ଦେଖାଯାଏ ତେବେ ବୁଝି ଯାଆନ୍ତୁ କି ୬ ମାସ ଭିତରେ ସେହି ବ୍ୟକ୍ତିର ମୃତ୍ୟୁ ସୁନିଶ୍ଚିତ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଖବର ଓଡିଆ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *