ସୋଇଲା ବେଳେ ଦେଖି ଥିବା ଏହି ୫ଟି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ, ନଚେତ ଅସୁବିଧାରେ ପଡି ପାରନ୍ତି ଆପଣ

ସୋଇଲା ବେଳେ ସ୍ଵପ୍ନ ସମସ୍ତେ ଦେଖି ଥାନ୍ତି, ସ୍ଵପ୍ନ ଦେଖିବା ଗୋଟେ ସାମାନ୍ୟ ପ୍ରକ୍ରିୟା ଅଟେ । କିଛି ସ୍ଵପ୍ନ ଏମିତି ଥାଏ ଯାହା ନିଦ ଭାଙ୍ଗିଲା ପରେ ମନେ ରୁହେ ନାହିଁ, କିନ୍ତୁ କେତେ ସ୍ଵପ୍ନ ଏମିତି ମଧ୍ୟ ଥାଏ ଯାହା ନିଦ ଭାଙ୍ଗିଲା ପରେ ମଧ୍ୟ ମନେ ରୁହେ । ଆମେ ପ୍ରାୟତଃ ନିଜ ସ୍ଵପ୍ନ ବିଷୟରେ କାହାକୁ ନା କାହାକୁ କହି ଥାଉ, କିନ୍ତୁ ଆପଣଙ୍କୁ ଜାଣିବା ଆବଶ୍ୟକ ଯେ କିଛି ସ୍ଵପ୍ନ କାହାକୁ କହିବା ଠିକ ନୁହଁ । ଶାସ୍ତ୍ର ଅନୁଯାଇ ଏହି ସ୍ଵପ୍ନ ଗୁଡିକ କାହା ସହ ଶେୟର କରିବା ଉଚିତ ନୁହେଁ ।

ଆସନ୍ତୁ ଜାଣିବା ଏହି ସ୍ଵପ୍ନ ଗୁଡିକ ବିଷୟରେ :

ପ୍ରକୃତି ସମ୍ବନ୍ଧିତ ସ୍ଵପ୍ନ :

ଯଦି ଆପଣ ସ୍ଵପ୍ନ ରେ ପ୍ରକୃତି ଯେମିତିକି ସମୁଦ୍ର, ପାହାଡ ଏବଂ ଗଛ ଲତା ଦେଖନ୍ତି ତେବେ ବୁଝି ଯାଅନ୍ତୁ ଯେ ଆପଣଙ୍କ ଜୀବନ ରେ ଖୁବ ସିଗ୍ର ଖୁସି ଖବର ଆସିବାକୁ ଯାଉଛି ।

ମୃତ୍ୟୁ ଦେଖିବା :

ବହୁତ ଲୋକ ନିଜର ବା ଅନ୍ୟ ମୃତ୍ୟୁ ସ୍ଵପ୍ନ ଦେଖି ଡଋ ଯାଆନ୍ତି କିନ୍ତୁ ଏହି ସ୍ଵପ୍ନ ଦେଖି ଆପଣ ଡରନ୍ତୁ ନାହିଁ, ମୃତ୍ୟୁ ସ୍ଵପ୍ନ ଆପଣଙ୍କ ଅସୁବିଧା ସମାପ୍ତ ପାଇଁ ଇସାରା କରି ଥାଏ ।

ସାପ ଦେଖିବା :

ସ୍ଵପ୍ନ ରେ ସାପ ଦେଖି ଡରିବା ଦରକାର ନାହିଁ, ସାପ ଦେଖିବା ଆପଣଙ୍କ ବ୍ୟବସାୟ ବଢିବା ଆଡୁକୁ ଈଷାରା କରୁଅଛି । ସ୍ଵପ୍ନ ରେ ସାପ ଦେଖିବା ଧନ ଲାଭ ସମ୍ଭାବନା ଅଟେ, ସେଥିପାଇଁ ସ୍ଵପ୍ନ ବିଷୟରେ କାହାକୁ କହିବା ଉଚିତ ନୁହେଁ । କାହିଁକିନା ଶାସ୍ତ୍ର ଅନୁଯାଇ ସ୍ଵପ୍ନ କହିଲେ ଆପଣଙ୍କୁ ଏହାର ଫଳ ପ୍ରାପ୍ତି ହୁଏ ନାହିଁ ।

ଭଗବାନ ଦର୍ଶନ :

ଯଦି ଆପଣ ସପରେ ଭଗବାନଙ୍କ ଛାଇ ବା ଭଗବାନଙ୍କ ଦର୍ଶନ ପ୍ରାପ୍ତ କରୁଛନ୍ତି ତେବେ ବୁଝି ଯାଆନ୍ତୁ ଯେ ଆପଣଙ୍କ ଜୀବନରେ ଖୁବ ସିଗ୍ର ସୁଖ ଆସିବାର ଅଛି । ସ୍ଵପ୍ନ ରେ ଭଗବାନ ଦର୍ଶନ ବହୁତ ବଡ ସଫଳତା ସଂକେତ ଅଟେ । ଏହି ସ୍ଵପ୍ନ କାହାକୁ କୁହନ୍ତୁ ନାହିଁ ନଚେତ ଭଲ କାମ ମଧ୍ୟ ଖରାପ ହୋଇ ପାରେ ।

ମାଛ ଦେଖିବା :

ଯଦି ଆପଣ ସୋଇଲା ବେଳେ ମାଛ ପହଁରିବାର ଦେଖନ୍ତି ବା ମାଛ ରନ୍ଧା ହେଉଥିବାର ଦେଖନ୍ତି ତେବେ ଏହି ସ୍ଵପ୍ନ ବିଷୟରେ କାହାକୁ କୁହନ୍ତୁ ନାହିଁ । କାହିଁକିନା ସ୍ଵପ୍ନ ରେ ମାଛ ଦେଖିବା ଅର୍ଥ ଆପଣ ଖୁବ ସିଗ୍ର ଧନ ଲାଭ କରିବେ ।

Leave a Reply

Your email address will not be published. Required fields are marked *