ଭୋକ ଲାଗୁଛିକି ? ପାଖରେ ପଇସା ନାହିଁ ? ଚିନ୍ତା କରିବାର ଆବଶ୍ୟକ ନାହିଁ ପୁରୁଣା ପ୍ଲାଷ୍ଟିକ ପଦାର୍ଥ ଦେଇ ପେଟପୂରା ଖାଇପାରିବେ- କେମିତି ଜାଣନ୍ତୁ

ଭଲ ଭଲ ସ୍ଥାନ ବୁଲିବା ସହ ଭଲ ଭଲ ଖାଦ୍ୟ ଖାଇବାକୁ କିଏବା ପସନ୍ଦ ନକରେ । ଆମେ ସମସ୍ତେ ଭଲ ରେଷ୍ଟୁରାଣ୍ଟରେ ବସି ଖାଇବାକୁ ପସନ୍ଦ କରୁ । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ରେଷ୍ଟୁରାଣ୍ଟ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଖାଇବା ବଦଳରେ ପଇସା ନୁହଁ ଆଉକିଛି ନିଆଯାଏ । ଆମ ଦେଶର ଛତିଶଗଡ ରାଜ୍ୟର ଅମ୍ବିକାପୁର ଗୋଟେ ଜଣାଶୁଣା ସହର । ସମ୍ପୂର୍ଣ ଭାରତବର୍ଷରେ ସଫାସୁତୁରାରେ ଏହା ୨ୟ ସ୍ଥାନରେ ଅଛି ।

ଏବେ ଏଠାରେ ଏମିତି ଏକ କାର୍ଯ୍ୟ କରାଯାଉଛି ଯେଉଁଠି ଭୋକିଳାକୁ ଖାଦ୍ୟ ଦେବାସହ ପ୍ରକୃତିକୁ ମଧ୍ୟ ବଞ୍ଚାଯାଇ ପାରୁଛି ।

ଅମ୍ବିକାପୁର ନଗର ନିଗମର କମିଶନର ମନୋଜ ସିଂହ ଓ ତାଙ୍କର ପୁତ୍ରୀ କାମୟାନି ଗୋଟେ ଏମିତି କେଫେ ଖୋଲିଛନ୍ତି ଯେଉଁଥିରେ ୧ କିଲୋଗ୍ରାମ ପ୍ଲାଷ୍ଟିକ ଦେଲେ ଖାଦ୍ୟ ମାଗଣାରେ ଦିଆଯାଉଛି । ୧.୫ କିଲୋଗ୍ରାମ ପ୍ଲାଷ୍ଟିକ ଦେଉଥିବା ଲୋକକୁ ସକାଳର ଖାଦ୍ୟ ମଧ୍ୟ ଦିଆଯାଉଛି । ଏହି ରେଷ୍ଟୁରାଣ୍ଟର ନାମ “ଗାର୍ବେଜ କାଫେ “ ଯାହାର ଲକ୍ଷ ହେଉଛି ଅଧିକ ପ୍ଲାଷ୍ଟିକ ଏକାଠି କରି ଏହା ସାହାଯ୍ୟ ରେ ରାସ୍ତା ନିର୍ମାଣ କରିବା ।

 

ଛତିଶଗଡରେ ଆଗରୁ ମଧ୍ୟ ପ୍ଲାଷ୍ଟିକରେ ରାସ୍ତା ନିର୍ମାଣ ସରିଛି । ଏ ପର୍ଯ୍ୟନ୍ତ ଭାରତରେ ପାଖାପାଖି ୧୦୦୦୦୦ କିମି ପ୍ଲାଷ୍ଟିକ ସଡକ ଅଛି । ପ୍ଲାଷ୍ଟିକରେ ନିର୍ମିତ ସଡକ ସାମାନ୍ୟ ସଡକ ଠାରୁ ୩ ଗୁଣା ଅଧିକ ସମୟ ପର୍ଯ୍ୟନ୍ତ ଚାଲେ । ଯଦି ଆପଣ ମଧ୍ୟ ଏହି ରେଷ୍ଟୁରାଣ୍ଟକୁ ଯିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଛତିଶଗଡର ସର୍ଗୁଜା ଜିଲ୍ଲାକୁ ଯିବାକୁ ପଡିବ । ଅମ୍ବିକାପୁର ଯିବା ପାଇଁ କୌଣସି ସିଧା ବସ, ଟ୍ରେନ ଓ ଉଡାଜାହାଜ ନହିଁ ।

ନୂଆ ଦିଲ୍ଲୀ ରୁ ଅମ୍ବିକାପୁରର ରାସ୍ତା ଆକାଶମର୍ଗରେ ୮୫୬ କିମି ଅଟେ । ଅମ୍ବିକାପୁର ଯିବାପାଇଁ  ଆପଣଙ୍କୁ ନୂଆ ଦିଲ୍ଲୀରୁ ବାରଣାସୀ ପାଇଁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ପାରିବେ । ଏହାପରେ ବାରଣାସୀରୁ ଇଣ୍ଡିଗୋ ଏୟାରଲାଇନ୍ସ ନେଇ ସିଧା ଅମ୍ବିକାପୁର ଯାଇ ପାରିବେ ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ପୋଷ୍ଟଟି ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *