ଏମିତି ଅଭିନୟ ଦେଖି ସହି ପାରୁନାହାନ୍ତି ଦର୍ଶକ! ଯିଏ ଯାହା ପାରିଲା ଫୋପାଡିଲା…ଦେଖନ୍ତୁ Video

ସେଦିନ ଖଣ୍ଡଗିରି ଆଉ ଆଜି ଅନୁଗୁଳ । ସେହି ଅଭିନେତା ସେହି ଖଳନାୟକ ପିୟୁଷ । ହଁ ଦର୍ଶକ ବହନ୍ତୁ ଖଳନାୟକ ପୀୟୂଷ ଙ୍କୁ କୁଆଡେ ଆଉ ଠାରେ ଚେୟାର ମା-ଡ ହୋଇଛି । ଭଲ କରି ଦେଖି ନିଅନ୍ତୁ ଏ ଦୃଶ୍ୟକୁ ନାଟକ ଯାତ୍ରା ସମ୍ରାଟ ତୁଳସୀ ଗଣନାଟ୍ଯର ନାଟକ ଅଧୀନସ୍ଥ ହେଉଥିଲା ଅଧା ରାତିର ସାଥି । ଆଜି ଏହି ନାଟକରେ ଖଳନାୟକ ଭୂମିକାରେ ଅଭିନୟ କରୁଥିଲେ ପୀୟୂଷ ।

ଆଉ ପିୟୁଷ ଙ୍କ ଏଭଳି ନିଖୁଣ ଅଭିନୟ ଦେଖି ଲୋକେ ଭୁଲି ଯାଇଥିଲେ ମଞ୍ଚ ଉପରେ ହେଉଥିବା ନାଟକ ଟା ନାଟକ ନୁହେଁ । ମଞ୍ଚ ଉପରେ ଘଟୁଥିବା ଘଟଣା ଗୁଡିକ ସତ ବୋଲି ଲାଗୁଥିଲା । ସେଥିପାଇଁ ତ ଖଣ୍ଡଗିରୀ ରେ ଲୋକେ ଚେୟାର ଫୋପାଡି ଥିଲେ । ପୁଣି ଆଜି ଅନୁଗୁଳରେ ଚେୟାର ଫୋପାଡି ଛନ୍ତି । ଦର୍ଶକ ବନ୍ଧୁ ଜଣେ କଳାକାର ପାଇଁ ତାର ଦର୍ଶକ ହେଉଛି ଭଗବାନ ।

ଇଏ ନାୟକ ଭୂମିକାରେ ମଞ୍ଚ ଉପରକୁ ଓଲହାଉଛି ତା ପାଇଁ ଲୋକ କାନ୍ଦନ୍ତି । ତା ପାଇଁ ଲୋକ ତାଳି ମାରନ୍ତି । ଆଉ ଯିଏ ଖଳନାୟକ ଭୂମିକରେ ମଞ୍ଚ ଉପରକୁ ଓଲହାଏ ତାକୁ ଲୋକେ ଗାଳି ଦିଅନ୍ତୁ । ଏତେ ଜୋରରେ ତାଳି ଆସି ସେତେ ସିଏ ସୁପର ହିଟ ନାୟକ । ତେ ଜୋରରେ ଗାଳି ଆସେ ନିନ୍ଦା ଆସେ ସେ ହେଉଛି ସୁପରହିଟ ଖଳନାୟକ । ସେହି ଖଳନାୟକ ପିୟୁଷ ।

ତାଙ୍କ ଅଭିନୟ ମଞ୍ଚ ତଳେ ବସି ନାଟକ ଦେଖୁଥିବା ସବୁ ଦର୍ଶକଙ୍କୁ ଜୀବନ୍ତ ଲାଗୁଥିଲା । ସତର ଯେମିତି ଲାଗୁଥିଲା ଅଧା ରାତିର ସାଥି ନାଟକରେ ପୀୟୂଷ ତାଙ୍କ ମା ଙ୍କୁ ଏତେ ନିର୍ଯ୍ୟାତନା ଦେଉଛନ୍ତି କି ଗୋଟେ ପୁଅ ଆଉ ମା କେବେ ବସି ସେ ନାଟକ ଦେଖିପାରିବ ଆହି । କାରଣ ସେ ନାଟକକୁ ପିୟୁଷ ଜୀବନ୍ତ ଭାବେ ଏଭଳି ନିଭାଉଥିଲେ ଯାହାକୁ ଦେଖି କେହି ଇ ବିଶ୍ଵାସ କରିପାରୁ ନ ଥିଲେ । ମଞ୍ଚ ଉପରେ ନାଟକ ଚାଲିଛି ।

ଆମେ ରାତି ଅନିଦ୍ରା ହୋଇ ତୁଳସୀ ଗଣନାଟ୍ଯର ସେହି ଅଧ ରାତିର ସାଥି ନାଟକ ଦେଖୁଚୁ । ଅଭିନେତା ପିୟୁଷ କୁହନ୍ତି ଏହା ମୋ ପାଇଁ ଆଶୀର୍ବାଦ । ମୁଁ ଚେଷ୍ଟା କରିବି ମୋ ଜୀବନ ଥିବା ଯାଏଁ ମୁଁ ଏଭଳି ଅଭିନୟ କରିବି । ଏମିତି ଅଭିନୟକୁ ଜୀବନ୍ତ ରୂପ ଦେବାକୁ ଚେଷ୍ଟା କରିବି । ଏଠାରେ ଗୋଟେ କଥା ମନକୁ ଆନ୍ଦୋଳିତ କରୁଛି ଯଦି ମଞ୍ଚ ଉପରେ ହେଉଥିବା ଏଭଳି ଅତ୍ୟାଚାରକୁ ସହିପାରୁ ନାହାନ୍ତି ଉପସ୍ଥିତ ଥିବା ଦର୍ଶକ ମାନେ ବାସ୍ତବିକ ଆମ ସମାଜରେ ପ୍ରତି ଦିନ ଏଭଳି ଘଟଣା ଗୁଡିକ ଘଟୁଛି ।

ଯାହାକୁ ନେଇ ତୁଳସୀ ଗଣନାଟ୍ୟ ର ଅଧ ରାତିର ସାଥି ନାଟକରେ ଉପସ୍ଥାପନ କରା ଯାଇଛି । ଯଦି ଆମ ସମାଜରେ ଏଭଳି ଘଟୁଥିବା ଅତ୍ୟାଚାରକୁ ଯେଉଁ ମାନେ ଚେୟାର ଫୋପାଡି ରୋକିବାକୁ ଚେଷ୍ଟା କରୁଛନ୍ତି ସେଭଳି ମଧ୍ୟ ଆମ ସମାଜର ଦର୍ଶକ ବାହାରିବା ଦରକାର । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବରକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *