ସବୁଦିନ ରାତି ଅଧରେ ଏହି ବାଘ ଗାଈକୁ ଦେଖା କରିବା ପାଇଁ ଆସୁଥିଲା, ସତ୍ୟାତା ଜଣା ପଡିଲା ତ ସମସ୍ତଙ୍କ ହୋସ ଉଡିଗଲା

ଏହି ଦୁନିଆରେ ମା ନିଜ ସନ୍ତାନ ପାଇଁ ସବୁ କିଛି ତ୍ୟାଗ କରିଦିଏ । ନିଜେ ଭୋକିଲା ରହି ସନ୍ତାନର ପେଟ ଭର୍ତ୍ତି କରିଥାଏ ଗୋଟିଏ ମା । କିନ୍ତୁ ବର୍ତ୍ତମାନର ମନୁଷ୍ୟ ମମତାକୁ ସେହିଭଳି ମହତ୍ଵ ଦେଉ ନାହିଁ । କିନ୍ତୁ ପଶୁମାନଙ୍କ ମଧ୍ୟରେ ଏହା ଆଜି ବି ଜୀବିତ ଅଛି । ମନୁଷ୍ୟଙ୍କ ଠାରୁ ବହୁତ ଭଲ ହୋଇଥାନ୍ତି ଏହି ପଶୁ ଯେଉଁମାନେ ବିନା ସ୍ଵାର୍ଥରେ ଭଲ ପାଇବା ବାଣ୍ଟି ଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି ଘଟଣା ବିଷୟରେ କହିବୁ ଯେଉଁଠି ଗୋଟିଏ ଗାଈ ଗୋଟିଏ ବାଘକୁ ନିଜ ସନ୍ତାନ ଭଳି ପାଳି ପୋଷୀ ବଡ କରିଥିଲା । ଏହି କଥା ଏତେ ଚର୍ଚିତ ଥିଲା କି ଦୂର ଦୂର ଲୋକମାନେ ଆସି ଏହି ଗାଈ ଓ ବାଘକୁ ଦେଖିବାକୁ ଆସୁଥିଲେ । ଏହି କାହାଣୀର ଆରମ୍ଭ ଜୁନ ୨୦୦୨ ଗରମ ଦିନରେ ହୋଇଥିଲା । ଗୁଜୁରାଟ ବରୋଦାର ଆଣ୍ଟୋଲି ଗାଁରେ ପ୍ରାୟତଃ ଚାଷୀ ଆଖୁ ଚାଷ କରନ୍ତି । ଗୁଜୁରାଟରେ ବାଘ ସଂଖ୍ୟା ବହୁତ ଅଧିକ ।

ସେଥିପାଇଁ ଏଠି ବାଘ ଦେଖିବା କୌଣସି ଆଶ୍ଚର୍ଯ୍ୟ କର ଘଟଣା ନୁହେଁ । ଆଖୁ ଗଛ ବହୁତ ବଡ ବଡ ସେଥିପାଇଁ ବାଘମାନଙ୍କ ଲୁଚିବା ବହୁତ ସହଜ ଥିଲା। ଏହି ଗାଁରେ ସବୁବେଳେ ଗୋଟିଏ ବାଘ ଦେଖାଯାଉଥିଲା । ଯିଏକି ସେହି ଗାଁର ପାଳିତ ପଶୁମାନଙ୍କୁ ଶିକାର କରୁଥିଲା । ଗ୍ରାମବାସୀମାନଙ୍କ ବାରମ୍ବାର ଅଭିଯୋଗ ଦେବା ପରେ ବନ ବିଭାଗର ଲୋକମାନେ ଆସି ସେହି ବାଘକୁ ଧରି ଏକ ଘନ ଜଙ୍ଗଲ ମଧ୍ୟରେ ଛାଡି ଦେଲେ । କିନ୍ତୁ ପୁଣି ମାସେ ପରେ ଗୋଟିଏ ବାଘ ଗାଁରେ ଦେଖିବାକୁ ମିଳିଲା ।

ଗ୍ରାମବାସୀମାନେ କହିଲେ କି ଏହା ସେହି ବାଘ ନୁହେଁ ଯାହାକୁ ବନ ବିଭାଗ ଧରିଥିଲେ ଏହା ତାର ଛୁଆ ଅଟେ । କିନ୍ତୁ ଯେତେବେଳେ ବନ ବିଭାଗ ଏହି ବାଘକୁ ଧରିବା ପାଇଁ ଏହି ଗାଁ ଭିତରକୁ ଆସିଲେ ତେବେ ତାଙ୍କୁ ଏକ ଭିନ୍ନ କାହାଣୀ ଶୁଣିବାକୁ ମିଳିଲା । ଏହି ଗାଁରେ ଗୋଟିଏ ନିଚ୍ଛ ଜାତିର ପରିବାର ଗାଁ ଠାରୁ କିଛି ଦୂରରେ ରହୁଥିଲା । ଯାହାଙ୍କ ପାଖରେ ଗୋଟିଏ ଗାଈ, ମଇଁଷି, ଦୁଇଟି ବଳଦ ଥିଲା । ଏହି ପରିବାରର ଘରର ଚାଷ ଜମି ମଝିରେ ଥିଲା ଓ ଘରର ଚାରି ଦିଗରେ କେବଳ ଚାଷ ଜମି ଥିଲା ।

ଏହି ଘରେ ରହୁଥିବା ଜଣେ ୬୦ ବର୍ଷ ବୁଢାର କହିବା ଅଟେ କି ସବୁଦିନ ରାତିରେ ତାଙ୍କ ଗାଈକୁ ଦେଖା କରିବା ପାଇଁ ଗୋଟିଏ ବାଘ ଆସିଥାଏ । ପ୍ରଥମେ ପ୍ରଥମେ ଏହି କଥା ଉପରେ କେହି ବି ବିଶ୍ଵାସ କରିଲେ ନାହିଁ । କିନ୍ତୁ ଗ୍ରାମବାସୀମାନେ ଯେତେବେଳେ ଏହାକୁ ନିଜ ଆଖିରେ ଦେଖିଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଦେଖିଲେ କି ରାତିରେ ଗୋଟିଏ ବାଘ ଆସି ଗାଈ ପାଖକୁ ଆସୁଛି ଓ ଗାଈ ତାକୁ ନିଜ ବାଛୁରି ଭଳି ତାର ଶରୀରକୁ ଚାଟୁଛି । ପୁଣି କିଛି ଘଣ୍ଟା ପରେ ବାଘଟି ସେହି ସ୍ଥାନରୁ ଚାଲି ଯାଉଛି ।

ଧୀରେ ଧୀରେ ଏହା କଥା ସେହି ଗାଁ ଛଡା ଅନ୍ୟ ଆଖାପାଖ ଗାଁରେ ବି ବ୍ୟାପିବାକୁ ଲାଗିଲେ ଓ ସମସ୍ତେ ରାତିରେ ଲୁଚି ଲୁଚି ଆସି ଏହି ଗାଈ ଓ ବାଘକୁ ଦେଖିବାକୁ ଲାଗିଲେ । କେତେ ଥର ତ ଗାଈ ଏହି ବାଘକୁ ନିଜ କ୍ଷୀର ପିଇବାକୁ ଦେଉଥିଲା । ବନ ବିଭାଗ ବାଘକୁ ଧରିବା ପାଇଁ ଚେଷ୍ଟା କରିଗଲା । କିନ୍ତୁ ସେମାନେ ଆଜି ପର୍ଯ୍ୟନ୍ତ ଏହି ବାଘକୁ ଧରି ପାରିଲେ ନାହିଁ । କହିଦେଉଛୁ କି ଏହା ୧୮ ବର୍ଷ ତଳର ଘଟଣା ଅଟେ ଓ ଆଜି ଏହି ବାଘ କେଉଁ ସ୍ଥାନରେ ଅଛି କାହାକୁ ବି ଜଣା ନାହିଁ ।

Leave a Reply

Your email address will not be published. Required fields are marked *