ଭାରତରେ ଏମିତି ବାହିତ ଏଇତିହାସିକ ମନ୍ଦିର ଅଛି, ଯାହା ନିଜ ଅଦ୍ଭୁତ କାରଣ ପାଇଁ ପ୍ରସିଦ୍ଧ ଅଟନ୍ତି, କର୍ନାଟକରେ ସ୍ଥିତ ବେଣୁଗୋପାଲା ସ୍ଵାମୀ ମନ୍ଦିର ମଧ୍ୟ ଏହି ଅଦ୍ଭୁତ ମନ୍ଦିର ରୁ ଗୋଟେ ଅଟେ । ବେଣୁଗୋପାଲା ମନ୍ଦିର କର୍ନାଟକ ହୋସା କନ୍ନମବାଡି ରେ କୃଷ୍ଣ ରାଜା ସାଗର ଡ୍ୟାମ ପାଖରେ ସ୍ଥିତ ଅଟେ, ଏହି ମନ୍ଦିର ମୂଳ ରୂପରେ ୧୨ ଶତାପଦୀ ରେ ହୋୟସଲ ରାଜବଂଶ ଦ୍ଵାରା ନିର୍ମାଣ କରା ଯାଇଥିଲା ।
ଏହି ମନ୍ଦିର ୭୦ବର୍ଷ ପାଇଁ ପାଣିରେ ରହିଲା ଏବଂ ୨୦୧୧ରେ ଏହାର ନବୀକରଣ ପୂର୍ଣ ହୋଇ ପାରିଲା । ତେବେ ଆସନ୍ତୁ ଏହି ମନ୍ଦିର ବିଷୟରେ ଅଦ୍ଭୁତ କଥା ଗୁଡିକ ଜାଣିବା ।
ଆଗରୁ କନ୍ନମବାଡିରେ ସ୍ଥିତ ଥିଲା ମନ୍ଦିର :
୧୯୦୯ରେ ସାର ଏମ ୱିଶ୍ୱେଶ୍ୱରୈଯା ଦ୍ୱାରା କୃଷ୍ଣା ରାଜା ସାଗର ବନ୍ଧ ପରିଯୋଜନା କଳ୍ପନା କରା ଯାଇଥିଲା, ସେତେବେଳେ ଏହି ମନ୍ଦିର କନ୍ନମବାଡି ପରିସର ରେ ସ୍ଥିତ ଥିଲା । କେଆରଏସ ବନ୍ଧ ପରିଯୋଜନା ପୂର୍ଣ ହେଲା ପରେ କନ୍ନମବାଡି ଗାଁ ଏବଂ ଏହାର ଆଖ ପାଖ ସବୁ ଜାଗା ପାଣିରେ ଭାସି ଯିବାର ସମ୍ଭାବନା ଥିଲା ।
ତେବେ ମୈସୂର ତତ୍କାଲୀନ ରାଜା କୃଷ୍ଣ ରାଜା ୱାଡିଯାର ଚତୁର୍ଥ କନ୍ନମବାଡି ନିବାସୀମାନଙ୍କ ପାଇଁ ନୂଆ ଗାଁର ନିର୍ମାଣ ଆଦେଶ ଦେଲେ ଏବଂ ଏହାକୁ ହୋସା କନ୍ନମବାଡି ନାମ କରଣ କରାଗଲା । ମୂଳ ମନ୍ଦିର ପରିସର ପ୍ରାୟତଃ ୫୦ ଏକଡ କ୍ଷେତ୍ର ରେ ବ୍ୟାପ୍ତ ଥିଲା, କେଆରଏସ ବନ୍ଧ ପୂର୍ଣ ହେଲା ପରେ ଏହି ମନ୍ଦିର ୭୦ ଠାରୁ ଅଧିକ ବର୍ଷ ପର୍ଯ୍ୟନ୍ତ ପାଣିରେ ବୁଡି ରହିଲା । ଏହା ପରେ ଖୋଡେ ଫାଉଣ୍ଡେସନ ମନ୍ଦିରକୁ ସ୍ଥାନାନ୍ତରିତ କଲେ।
ଏବଂ ପୁନରସ୍ଥାପିତ କରିବା କାର୍ଯ୍ୟ ନିଜ ହାତରେ ନେଲେ, ୨୦୧୧ ଡିସେମ୍ବର ପର୍ଯ୍ୟନ୍ତ ମନ୍ଦିର ଜିଣୋଉଧାର ପୂର୍ଣ ହେଲା । ମନ୍ଦିର ଏବଂ ଡ୍ୟାମ ରେ ସ୍ଥିତ ଗୋଟେ ଏଣ୍ଟ୍ରି ପାଇଁ ଲୋକଙ୍କୁ ୩୦ ଟଙ୍କା ଦବାକୁ ପଡିଥାଏ, ତେବେ କେବଳ ମନ୍ଦିରରେ ଯିବା ପାଇଁ କେବଳ ୧୫ ଟଙ୍କା ଫି ଦବାକୁ ପଡିଥାଏ ।
ଇଣ୍ଟରନେଟରେ ଥିବା ବିଷୟବସ୍ତୁ ଉପରେ ଆଧାର କରି ଏହି ସୂଚନା ଦିଆଯାଇଛି । ଏହାର ସଠିକତା, ସମୟାନୁବର୍ତ୍ତୀତା ଏବଂ ବାସ୍ତବତା ପାଇଁ ଆମେ ଦାୟିତ୍ଵ ଗ୍ରହଣ କରୁନାହୁଁ । ଏହା ଆପଣଙ୍କୁ ଆମର ଅନୁରୋଧ ଯେ କୌଣସି ପ୍ରତିକାର ଚେଷ୍ଟା କରିବା ପୂର୍ବରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେବା ଆବଶ୍ୟକ ।