ଦୁନିଆରେ ମଣିଷ ବଞ୍ଚିବା ପାଇଁ ଅନେକ ସଂଘର୍ଷ କରିଥାଏ । ଦୁନିଆରେ ବଞ୍ଚିବା ପାଇଁ ମଣିଷକୁ କଣ ସବୁ କରିବାକୁ ପଡିପାରେ ତାହା ସେ ନିଜେ ବି ସ୍ଵପ୍ନରେ ଭାବି ନ ଥାଏ । ପରିଚୟ ସୃଷ୍ଟି କରିବାରେ ମଣିଷର ଅନେକ ସମୟ ବିତିଯାଏ ଓ ପରିଚୟ ଖୋଜିବାରେ ବହୁତ କଷ୍ଟ ହୋଇଥାଏ । ଆଜି ଆମେ ଆପଣଙ୍କୁ ଏମିତି ଜଣେ ନିଆରା ମଣିଷ, କିନ୍ନର ସ୍ଵିଟି ସାହୁଙ୍କ ସଂଘର୍ଷ କାହାଣୀ ବିଷୟରେ କହିବାକୁ ଯାଉଛୁ । ସ୍ଵିଟି ଭୁବନେଶ୍ଵରରେ ନିଜକୁ ପ୍ରତିସ୍ଥିତି ବ୍ୟକ୍ତି ଭାବେ ପରିଚୟ କରିବା ପାଇଁ ଅନେକ ସଂଘର୍ଷ କରିଛନ୍ତି ଆଉ ଆଜି ନିଜ ଜାତିର ଲୋକଙ୍କ ସେବାରେ ଲାଗିଛନ୍ତି ।
ସେ ଯେବେ ପଞ୍ଚମ ଶ୍ରେଣୀରେ ପାଠ ପଢୁଥିଲେ ସେହି ସମଯରୁ ସେ ଝିଅ ପିଲାଙ୍କ ଭଳି ସଜବାଜ ହେବ ସହ ଝିଅଙ୍କ ଡ୍ରେସ ପିନ୍ଧିବାକୁ ପସନ୍ଦ କରୁଥିଲେ । ଝିଅମାନେ ଯେମିତି ରହିବାକୁ ପସନ୍ଦ କରିଥାନ୍ତି ସେ ମଧ୍ୟ ନିଜକୁ ସେଭଳି ଢାଞ୍ଚାରେ ପକାଇ ଦେଇଥିଲେ । ସେହି ଦିନ ଠାରୁ ସେ ଜଣେ ଭିନ୍ନ ମଣିଷ ବୋଲି ଜାଣିବାକୁ ପାଇଥିଲେ ।
କିନ୍ତୁ ସେ ଜଣେ ବ୍ରାମ୍ହଣ ପରିବାରର ପିଲା ହୋଇଥିବାରୁ ତାଙ୍କ ବାପା ଓ ଭାଇ ଭଉଣୀଙ୍କୁ ଭୟ କରୁଥିଲେ । ସେଥିପାଇଁ ସେ କାହାକୁ କିଛି କହୁ ନ ଥିଲେ । ସ୍କୁଲରେ ସେ ନିଜକୁ ପୁଅ ଭଳି ଦେଖାଇବା ପାଇଁ ଚେଷ୍ଟା କରୁଥିଲେ ଆଉ ସେମାନଙ୍କ ସହ ମିତ୍ରତା ମଧ୍ୟ କରୁଥିଲେ । ଦଶମ ଶ୍ରେଣୀ ଯାଏଁ ସେ ଘରେ ରହି ପାଠ ପଢୁଥିଲେ । ତାଙ୍କର ଚାଲିଚଳନରେ ପରିବର୍ତ୍ତନ କରିବାକୁ ଭାଇ ଭଉଣୀ ଓ ବାପା କହୁଥିଲେ ।
ଯଦି ଚେଞ୍ଜ ନ ହେବେ ତେବେ ବାହାରକୁ ପଢିବାକୁ ପଠାଇ ଦେବେ ବୋଲି କହୁଥିଲେ । ଏମିତିକି ମହାରାଷ୍ଟ୍ର ତାଙ୍କୁ ପଢିବାକୁ ପଠା ଯାଇଥିଲା ଯେଉଁଠି ପଢିବା ପାଇଁ ବହୁତ କଷ୍ଟ ହେଉଥିଲା । କାରଣ ତାଙ୍କୁ ମରାଠୀ ଭାଷା ଆସୁ ନ ଥିଲା । ସେଠାରେ ଘର ଅପେକ୍ଷା ଅଧିକ ନିର୍ଯ୍ୟାତନା ପାଉଥିଲେ । ଓଡିଶାରେ ଯେମିତି ଟାହୀ ଟପରା ହେଉଥିଲା ସେଠାରେ ମଧ୍ୟ ସେମିତି ହେବାରୁ ସେ ପାଠ ପଢା ଛାଡି ଦେଇଥିଲେ ।
ଭାଇ ତାଙ୍କୁ କଲେଜରେ ଆଡମିସନ କରାଇଥିଲେ ଆଉ ସେଠାରେ ସେ କମ୍ପ୍ୟୁଟର ଶିଖିଥିଲେ । ଦିନେ ସେ ଟ୍ରେନରେ ଘରୁ ଫେରିବା ସମୟରେ ଅନ୍ୟ ଜଣେ କିନ୍ନରଙ୍କ ସହ ଭେଟ ହୋଇଥିଲା । ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଆଉ ମେକପ ଆର୍ଟିଷ୍ଟ ଥିଲେ । ଦୁହେଁ ପରସ୍ପର କଷ୍ଟକୁ ବୁଝିପାରି ବନ୍ଧୁତା ସ୍ଥାପନ କରିଥିଲେ । ପଢା ଛାଡିବା ପରେ ସେ ବାର ରେ ଯୋଗ ଦେଇଥିଲେ ଯେଉଁଠାରେ ୫୦ରୁ ୬୦ ଜଣ ଝିଅ ଥିଲେ । ସେ ପ୍ରଥମ ଥର ପାଇଁ ବାର ରେ ପ୍ରଥମ ରାତିରେ ୫୦-୬୦ ହଜାର ଟଙ୍କା ରୋଜଗାର କରିଥିଲେ ।
ଏହା ପରେ ସେ କେବେ ପଛକୁ ଫେରି ନାହାନ୍ତି । ପରିବାର ତାଙ୍କୁ ଗ୍ରହଣ କରିବା ପାଇଁ ସଂଘର୍ଷ କରିଛନ୍ତି । ଏମିତିକି ହୋଟେଲରେ ମଧ୍ୟ ତାଙ୍କୁ ଝିଅ ବୋଲି ଭାବୁଥିଲେ କାରଣ ସେ ଜଣେ ଭଲ ଡ୍ୟାନ୍ସର ଥିଲେ । ବର୍ତ୍ତମାନ ସେ ସମାଜର କଲ୍ୟାଣ ପାଇଁ କାମ କରୁଛନ୍ତି । ବନ୍ଧୁଗଣ ଆପଣଙ୍କର ସ୍ଵୀଟିଙ୍କ ଜୀବନର ସଂଘର୍ଷ ବିଷୟରେ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ ।