ଫ୍ରିଜ ପାଣି ପିଉଥିଲେ ସାବଧାନ ହୋଇ ଯାଆନ୍ତୁ! ଜାଣନ୍ତୁ ଫ୍ରିଜ ପାଣି ପିଇଲେ ଶରୀରରେ କେଉଁ କେଉଁ ରୋଗ ସମସ୍ଯା ଦେଖାଯାଏ ?

ବନ୍ଧୁଗଣ ଅନେକ ସମୟରେ ଗରମ ନ ଥାଇ ମଧ୍ୟ ଲୋକ ମାନେ ଫ୍ରିଜ ପାଣି ବା ଥଣ୍ଡା ପାଣି ପିଇଥାନ୍ତି । ଅନେକ ଲୋକଙ୍କର ଅଭ୍ଯାସ ଥାଏ ପ୍ରତି ଦିନ ଫ୍ରିଜ ପାଣି ପିଇବାର । ଏହା ପରେ ଗରମ ସମୟରେ ଫ୍ରିଜ ପାଣି ପିଇବାକୁ ମିଳିଗଲେ ଏହା ଠାରୁ ଭଲ ପାଣି କିଛି ବି ହୋଇ ନ ଥାଏ । କିନ୍ତୁ ଥଣ୍ଡା ପାଣି ଆମ ଶରୀର ପାଇଁ ବିଷ ସମାନ ହୋଇଥାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରରେ ଏତେ ରୋଗ ମାଡି ବସିଥାଏ ଯାହା ଖୁବ କମ ଲୋକ ଜାଣିଥାନ୍ତି । ଆଜି ଆମେ ଜାଣିବା ଥଣ୍ଡା ପାଣି ପିଇବା ଦ୍ଵାରା ଶରୀରର କେଉଁ କ୍ଷତି ହୋଇଥାଏ ।

ଥଣ୍ଡା ପାଣି ପିବା ଦ୍ଵାରା ପେଟରେ ଥିବା ବଡ ବଡ ଅନ୍ତ ସଙ୍କୋଚିତ ହୋଇଯାଏ । ଏହା ସଙ୍କୁଚିତ ହେବା ଦ୍ଵାରା ଶରୀରରେ ଖାଦ୍ଯ ପାଚନ କ୍ରିୟା ଭଲ ଭାବେ ହୋଇପାରେ ନାହିଁ । ଏହା ଦ୍ଵାରା ଖାଦ୍ୟ ପେଟରେ ସଢି ଯାଇଥାଏ ଓ ପେଟରେ ଏସିଡିଟି ହେବାର ସମ୍ଭାବନା ଅଧିକ ଥାଏ । ଏମିତି କି ପାଇଲ୍ସ ରୋଗ ମଧ୍ୟ ହୋଇଯାଏ । ଥଣ୍ଡା ପାଣି ପିଇବା ଦ୍ଵାରା ଶରୀର ରେ କୋଷ ଗୁଡିକ ସଙ୍କୁଚିତ ହୋଇଯାଏ ।

ଏହା ଦ୍ଵାରା ହାର୍ଟ ବିଟ ମଧ୍ୟ କମ ହୋଇଯାଏ । ଥଣ୍ଡା ପାଣି ପିଇଲେ ଏହାର ପ୍ରଭାବ ସିଧା ସଳଖ ହାର୍ଟ ଉପରେ ପଡିଥାଏ । ବ୍ୟାୟାମ ବା ଯୋଗ କରିବା ସମୟରେ ହାର୍ଟ ବିଟ ଜଲ୍ଦି ବଢି ଯାଇଥାଏ । କିନ୍ତୁ ବ୍ୟାୟାମ ପରେ ଥଣ୍ଡା ପାଣି ତୁରନ୍ତ ପିଇଲେ ଶରୀରରେ ହାର୍ଟ ବିଟ କମି ଯାଇଥାଏ । ଓ ଶରୀରକୁ ଯେଉଁ ଅକ୍ସିଜେନ ର ଦରକାର ପଡିଥାଏ ତାହା ମିଳିପାରେ ନାହିଁ । ଏହା ଦ୍ଵାରା ହାର୍ଟ ଆଟାକ ଭଳି ସମସ୍ଯା ଦେଖାଯାଏ ।

ଥଣ୍ଡା ପାଣି ପିଇବା ଦ୍ଵାରା ଲିଭର ଜନିତ ସମସ୍ଯା ଦେଖାଯାଏ । ଅନେକ ସମୟରେ ଲିଭର ରେ ଯନ୍ତ୍ରଣା ଦେଖାଯାଏ । ଆଉ କିଛି କ୍ଷେତ୍ରରେ ଲିଭର ର ସାଇଜ ମଧ୍ୟ ବଢି ଯାଇଥାଏ । ଅନେକ ସମୟରେ ପେଟ ଯନ୍ତ୍ରଣା ମଧ୍ୟ ହୋଇଥାଏ । ତେବେ ଏ ସବୁର ମୁଖ୍ୟ କାରଣ ହେଉଛି ଥଣ୍ଡା ପାଣି ର ସେବନ । ଯାହା ଫଳରେ ଲିଭର ରେ ଏଭଳି ସମସ୍ଯା ସୃଷ୍ଟି ହୋଇଥାଏ ।

ଏହା ବ୍ଯତୀତ ଥଣ୍ଡା ପାଣି ପିଇବା ଦ୍ଵାରା ତଣ୍ଟି ଖରାପ ହୋଇପାରେ । ଓ ଥଣ୍ଡା, କାସ ଭଳି ସମସ୍ଯା ଦେଖାଯାଏ । ଥଣ୍ଡା ପାଣି ହେଲଥି ଡାଏଟ କରିଲେ କିଛି ବି ଲାଭ ହୁଏ ନାହିଁ । ଏହା ଶରୀରର ପୋଷାକ ତତ୍ତ୍ଵ କୁ ନଷ୍ଟ କରି ଦେଇଥାଏ । ଯାହା ଫଳରେ ହେଲଥି ଡାଏଟ ଖାଇଲେ କୌଣସି ଲାଭ ହୋଇ ନ ଥାଏ । ତେବେ ଆପଣ ମାନେ ଜାଣିଲେ ତ ଥଣ୍ଡା ପାଣି ପିଇବା ଦ୍ଵାରା କେଉଁ କେଉଁ ସମସ୍ଯା ଶରୀରରେ ଦେଖା ଯାଇଥାଏ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *