ଏହି ଗାଁରେ ସବୁ ମଣିଷ ସହ ପଶୁ ପକ୍ଷୀ ବି ଅନ୍ଧ, ଏହାକୁ ନେଇ ବିଜ୍ଞାନ କଣ କହୁଛି ଦେଖନ୍ତୁ

ଦର୍ଶକ ବନ୍ଧୁ ମ୍ୟାକ୍ସିକୋରେ ରହିଛି ଏକ ଗାଁ ତିଲତେପେଟ । ଏହି ଗାଁ ସବୁଠାରୁ ବିଚିତ୍ର ଓ ରହସ୍ୟମୟ ଗାଁ । ବିଚିତ୍ରି ଏଥିପାଇଁ କାରଣ ଏଠାରେ ରହୁଥିବା ସବୁ ଲୋକେ ଅନ୍ଧ । ପିଲାଠୁ ବୁଢା କାହାକୁ ଦେଖାଯାଏ ନାହି । ଏଠାରେ ଖାଲି ମଣିଷ ନୁହନ୍ତି ଏଠି ରହୁଥିବା ପଶୁପକ୍ଷୀ ବି ଅନ୍ଧ । ଶୁଣିବାକୁ ବିସ୍ମୟ ଅବିଶ୍ଵସନୀୟ ଲାଗିଲେ ବି ସତ । ମାତ୍ର ୬୦୦ ଜନସଂଖ୍ୟା ଥିବା ଏହି ଗାଁରେ ଯୋକ୍ତିତ ଜନଜାତି ରୁହନ୍ତି ।

ତେବେ ଜାଣିବାକୁ ଇଚ୍ଛା ହୁଏ ଏଠି କଣ ପିଲା ବି ଅନ୍ଧ ଜନ୍ମ ନିଅନ୍ତି ? ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଠି ଯେଉଁ ଶିଶୁ ଜନ୍ମ ନିଏ ଜନ୍ମରୁ ସାଧାରଣ ପିଲାଙ୍କ ଭଳି ଆଖି ଏକଦମ ଠିକ ଥାଏ । ଏମିତି ଯେମିତି ତାର ବୟସ ବଢେ ତାର ଆଖିକୁ ଆଉ ଦେଖାଯାଏ ନାହି । ଧୀରେ ଧୀରେ ଆଖିକୁ ଝାପସା ଦେଖାଯାଏ ପରେ ଆଖି ସଂପୂର୍ଣ୍ଣ ନିଷ୍କ୍ରିୟ ହୋଇଯାଏ । ପାଖାପାଖି ୪ରୁ ୫ ବର୍ଷ ହେଲା ବେଳକୁ ପିଲାର ଆଖି ନଷ୍ଟ ହୋଇଯାଏ ।

ଗାଁରେ ସବୁ ଲୋକଙ୍କର ଆଖି ଏପରି ହେବାର କାରଣ ଲୋକେ ଗାଁରେ ଥିବା ପୁରୁଣା ବିଶାଳ ଗଛକୁ ମାନୁଛନ୍ତି । ଲୋକଙ୍କ କହିବା ହେଲା ଏହି ଗଛ ଅଭିଶପ୍ତ ଯାହାର ନାଁ ଜ୍ବେଲାର । ସ୍ଥାନୀୟ ଲୋକେ କୁହନ୍ତି ଯିଏ ଏହି ଗଛକୁ ଥରେ ଦେଖିନିଏ ତାର ଆଖି ଅନ୍ଧ ହୋଇଯାଏ । ଏହି ବିଶ୍ବାସକୁ ନେଇ ବୈଜ୍ଞାନିକମାନେ ଏହାର ସତ୍ୟତା ଜାଣିବାକୁ ପହଞ୍ଚିଥିଲେ ମ୍ୟାକ୍ସିକୋ ର ଏହି ଗାଁରେ । ପୂର୍ବରୁ ୧୦୦ ବର୍ଷ ହେବ କେହି ବି ବୈଜ୍ଞାନିକ ଟିମ ଏଠାକୁ ଆସି ନ ଥିଲା ।

ତିଲତେପେଟ ଗାଁରେ ବୈଜ୍ଞାନିକ ପହଞ୍ଚି ଜାଣିବାକୁ ପାଇଲେ ଯାହା ଲୋକେ ବିଶ୍ଵାସ କରୁଛନ୍ତି ତାହା ଅନ୍ଧବିଶ୍ଵାସ । ପରିକ୍ଷା ପରେ ଜଣାପଡିଲା ଲୋକଙ୍କର ଅନ୍ଧ ହେବାର କାରଣ ଏହି ଗଛ ନୁହେଁ ବରଂ ଗାଁରେ ଥିବା ବିଷାକ୍ତ ପ୍ରଜାତିର ମାଛି । ସେହି ମାଛି ଏତେ ବିଷାକ୍ତ ଯେ ଯାହାକୁ କାମୁଡେ ବା ଶୁଣ୍ଢ ମାରେ ସେ ଧୀରେ ଧୀରେ ଅନ୍ଧ ହୋଇଯାଏ । ତିଲତେପେଟ ଗାଁର ଏହି ରହସ୍ୟକୁ ଆପଣ ବିଶ୍ଵାସ କରିବେନି କିନ୍ତୁ ସତ ହେଲା ଏହି ଗାଁରେ କାହାକୁ ବି ଦେଖାଯାଏ ନାହି । ଅନ୍ଧ କାରଣରୁ କେହି ପକ୍ଷୀ ବି ଉଡିପାରନ୍ତି ନାହି ।

ଯେଉଁ ପକ୍ଷୀ ଚେଷ୍ଟା ଆରେ ଉଡିବାକୁ ଏଠି ଶେଠୀ ବାଡେଇ ହୋଇ ତଳେ ପଡେ । ଏହି ଜାତି ଗାଁ ଛାଡି କାହିଁକି ଯାଉ ନାହାନ୍ତି ଏହାର କାରଣ ସେମାନେ ପରିକ୍ଷା ବା ବୈଜ୍ଞାନିକଙ୍କ କଥାରେ ବିଶ୍ଵାସ କରୁ ନାହାନ୍ତି ବରଂ ସେହି ଅଭିସକ୍ତ ଗଛକୁ ବିଶ୍ଵାସ କରି ସେମାନେ ଗାଁରେ ପଡି ରହିଛନ୍ତି । ସେମାନଙ୍କ ଅନୁଯାୟୀ ସେମାନେ ଗାଁ ଯଦି ଛାଡିବେ ତେବେ  ମୃତ୍ୟୁ ହୋଇଯିବ ।

ଗାଁରେ ଥିବା କଳା ରଙ୍ଗର ସ୍ଵତନ୍ତ୍ର ପ୍ରଜାତିର ମାଛି ହିଁ ସେମାନଙ୍କ ଅନ୍ଧ ହେବା ପାଇଁ ଦାୟୀ ବୋଲି ବୈଜ୍ଞାନିକ କହିଛନ୍ତି । କାରଣ ମାଛି କାମୁଡିବା ପରେ ଶରୀରରେ ବିଷ ଖେଳିଯାଏ ଯାହାର ସିଧା ପ୍ରଭାବ ଆଖିରେ ପଡିଥାଏ । ବନ୍ଧୁଗଣ ଆପଣଙ୍କର ଏହି ଗାଁ ବିଷୟରେ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *