ବାସ୍ତୁ ଅନୁଯାଇ ରୋସେଇଘର ଘରର ବହୁତ ମହତ୍ଵପୂର୍ଣ ଭାଗ ହୋଇ ଥାଏ, ଏଠାରେ ତିଆରି ହୋଇ ଥିବା ଖାଦ୍ୟ ଆପଣଙ୍କୁ ପ୍ରତି ଦିନ କାର୍ଯ୍ୟ ପାଇଁ ଶକ୍ତି ପ୍ରଦାନ କରି ଥାଏ । ସେଥିପାଇଁ ରୋସେଇଘରେ ସକାରାତ୍ମକ ଊର୍ଜା ରହିବା ଅତି ଆବଶ୍ୟକ ଅଟେ, ଯଦି ଆପଣ ରୋସେଇଘର ବାସ୍ତୁ ଅନୁଯାଇ ରଖି ନାହାନ୍ତି ତେବେ ସେଠାରେ ନକାରାତ୍ମକ ଊର୍ଜା ଆସିବା ଆରମ୍ଭ ହୋଇ ଯିବ । ତେବେ ଆସନ୍ତୁ ଜାଣିବା କେମିତି ଆମେ ଏହାକୁ ସଠିକ କରି ଏହି ନେଗେଟିଭ ଏନର୍ଜିରୁ ଦୂରେଇ ରହି ପାରିବା ।

ବାସ୍ତୁ ଅନୁଯାଇ ନିଜ ଘର ରୋସେଇ ଏମିତି ରଖନ୍ତୁ :
ଆପଣ ନିଜ ରୋସେଇ ଘରେ କେଉଁ ଜିନିଷ କେଉଁଠାରେ ରଖୁଛନ୍ତି ତାହା ମଧ୍ୟ ଆପଣଙ୍କ ରୋସେଇ ଉପରେ ସକାରାତ୍ମକ ବା ନକାରାତ୍ମକ ଊର୍ଜା ପ୍ରଦାନ କରି ଥାଏ । ଏହି ନକାରାତ୍ମକ ଊର୍ଜା ଘରେ ରୋଗ ଏବଂ ଦରିଦ୍ରତା ଆଣି ଥାଏ, ଯଦି ଆପଣ ନିଜ ରୋସେଇ ବାସ୍ତୁ ଅନୁଯାଇ ଜିନିଷ ରଖନ୍ତି ତେବେ ଘରେ ସକାରାତ୍ମକ ଊର୍ଜା ଆସି ଥାଏ ଯାହା ଫଳରେ ଆପଣଙ୍କ ଘରେ ଅନ୍ନ ଓ ଧନ ହାନି କେବେ ବି ହୋଇ ନଥାଏ ।

ଗ୍ୟାସ ଚୁଲହା :
ରୋସେଇଘରେ ସବୁ ସାମଗ୍ରୀ ମଧ୍ୟରୁ ଗ୍ୟାସ ଚୁଲହା ସବୁ ଠାରୁ ଆବଶ୍ୟକ ଜିନିଷ ହୋଇ ଥାଏ, କାହିଁକିନା ଗ୍ୟାସ ଚୁଲହା ସିଧା ସମ୍ବନ୍ଧ ଅଗ୍ନି ଦେବଙ୍କ ସହ ହୋଇ ଥାଏ ସେଥିପାଇଁ ଗ୍ୟାସ ଚୂଳହାକୁ ପୂର୍ବ-ଦକ୍ଷିଣ ଦିଶା ରେ ରଖିବା ଉଚିତ ଅଟେ । ବାସ୍ତୁ ଅନୁଯାଇ ଏହି ଦିଶା ଅଗ୍ନି ଦେବଙ୍କର ଅଟେ, ଏହି ଦିଶା ରେ ଗ୍ୟାସ ଚୁଲହା ରଖିଲେ ଘରେ ସୁଖ ଓ ଶାନ୍ତି ଆସି ଥାଏ । ଏହା ସହ ନିୟା ସବନ୍ଧିତ ଘଟଣା ନା ସମାନ ହୋଇ ଯାଇ ଥାଏ ।

ପିବା ପାଣି :
ଗ୍ୟାସ ପରେ ପିବା ପାଣି ଆବଶ୍ୟକ ଜିନିଷ ଅଟେ, ଏହାର ସିଧା ସମ୍ପର୍କ ବହୁ ଥିବା ପାଣି ସହ ହୋଇ ଥାଏ । ଈଶାନ କଣରେ ଜଳ ତତ୍ଵ ହୋଇ ଥାଏ ସେଥିପାଇଁ ପିବା ପାଣିକୁ ଈଶାନ କଣରେ ରଖିବା ଉଚିତ ଯାହା ପୂର୍ବ-ଉତ୍ତର ଦିଶା ହୋଇ ଥାଏ । ଏମିତି କଲେ ଘରେ କେହି ରୋଗରେ ପଡନ୍ତି ନାହିଁ ।

ରୋସେଇ ଜିନିଷ : ରୋସେଇଘର ବାସ୍ତୁ ଅନୁଯାଇ ରୋସେଇ ବାସନ ଏବଂ ଅନ୍ୟ ରୋସେଇ ଜିନିଷ ରଖିବା ପାଇଁ ଦକ୍ଷିଣ-ପଶ୍ଚିମ ଦିଶା ଉଚିତ ଅଟେ, ଏମିତି କୁହା ଯାଏ ଯେ ଏହି ଦିଶା ରେ ଅନନ୍ତ ଏବଂ ନେତ୍ରତ ଦେବତାଙ୍କ ବାସ ହୋଇ ଥାଏ ଯାହା ପାଇଁ ଘରେ ଅନ୍ନ କେବେ କମ ପଡେ ନାହିଁ ।
ଏଲେକ୍ଟ୍ରୋନିକ ଜିନିଷ :
ରୋସେଇଘରେ ଉପଯୋଗ ହଉଥିବା ଏଲେକ୍ଟ୍ରୋନିକ ଜିନିଷ ଯେମିତିକି ଫ୍ରିଜ, ମିକ୍ସର, ମାଈକ୍ରୋୱେବ ଭଳି ଜିନିଷ ଦକ୍ଷିଣ ପୂର୍ବ ଦିଶା ରେ ରଖିବା ଉଚିତ ଅଟେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।