ଗଙ୍ଗା ସିରିୟଲ ରେ ଛୋଟ ଗଙ୍ଗା ଅଭିନୟ କରୁଥିବା ଛୋଟ ଝିଅ ଆଜି ନିଜ ଜୀବନରେ କଣ କରୁଛନ୍ତି!

ଆଣ୍ଡ ଟିଭିରେ ଗୋଟେ ବିଧବା ମାନଙ୍କ ଉପରେ ଗୋଟେ ସିରିୟଲ ଆସିଥିଲା ଗଙ୍ଗା, ଏହି ସିରିୟଲରେ ଛୋଟ ଗଙ୍ଗା ଅଭିନୟ କରିଥିବା ଝିଅ ଆପଣ ମାନଙ୍କୁ ବେସ ଭଲ ଭାବରେ ମନେ ଥିବ କାହିଁକିନା ସେ ଦେଖିବା ପାଇଁ ଯେତେ ସୁନ୍ଦର ଅଛନ୍ତି ସେତିକି ଚୁଲବୁଲି ମଧ୍ୟ ଓ ତାଙ୍କ ଅଭିନୟ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଥିଲା ଏହା ଛଡା ସେହି ସିରିୟଲରେ କାମ କରୁଥିବା ସବୁ କଳାକାର ନିଜ ଅଭିନୟ ବହୁତ ଭଲ ଭାବରେ ସମ୍ପୂର୍ଣ କରିଛନ୍ତି ।

Image Courtesy: Google

ଗଙ୍ଗାଙ୍କ ଅସଲ ନାମ ରୁହାନା ଖନ୍ନା ଅଟେ ଓ ସେ ଅକ୍ଟୋବର ୨୦୦୮ରେ ଦିଲ୍ଲୀରେ ଜନ୍ମ ହୋଇଥିଲେ । ବର୍ତମାନ ରୁହାନା ନିଜ ପାଠ ଇନ୍ଦ୍ରପ୍ରସ୍ତ ଦିଲ୍ଲୀ ହାଇ ସ୍କୁଲରେ ନିଜ ପାଠ କରୁଛନ୍ତି, ରୁହାନା ବର୍ତ୍ତମାନ ନିଜ ପାଠ ଉପରେ ଧ୍ୟାନ ଦଉଛନ୍ତି, ତେବେ ଅଭିନୟରେ କେରିଅର ବିଷୟରେ ରୁହାନା କହିଛନ୍ତି ଯେ ତାଙ୍କୁ ଅଭିନୟ କରିବା ଛୋଟବେଳୁ ପସନ୍ଦ ତେବେ ସେ ସ୍କୁଲରେ ମଧ୍ୟ ଛୋଟ ବେଳୁ ସବୁ ପ୍ରତିଯୋଗୀତାରେ ଭାଗ ନଉଥିଲେ ଓ ପୁରସ୍କାର ମଧ୍ୟ ପ୍ରାପ୍ତ କରିଥିଲେ । ତେବେ ରୁହାନା ଛୋଟବେଳୁ ବହୁତ ଫ୍ରି ଏବଂ ଖୁସି ମିଜାଜର ପିଲା ଅଟନ୍ତି ।

Image Courtesy: Google

ଥରେ ସେ ନିଜ ପରିବାର ସହ କେଉଁ ଜାଗା ବୁଲିବାକୁ ଯାଇଥିଲେ ଓ ସେହି ଜାଗାରେ କୌଣସି ସିରିୟଲ ଶୁଟିଙ୍ଗ ଚାଲୁଥିଲା ତେବେ ସେଠି ରୁହାନାଙ୍କୁ ଦେଖି ଡାଇରେକ୍ଟର ତାଙ୍କୁ ନିଜ ସିରିୟଲରେ କାଷ୍ଟ କରିବା ପାଇଁ କହିଥିଲେ ଯାହା ପରେ ରୁହାନା ଘର ଲୋକ ମନା କରିଥିଲେ କାହିଁକିନା ସେତେବେଳେ ରୁହାନା ବହୁତ ଛୋଟ ଥିଲେ ସେ କେବଳ ୮ ବର୍ଷର ଥିଲେ । ରୁହାନା କିଛି ବଡ ହେଲା ପରେ ତାଙ୍କ ମା ବାପା ମାନି ଯାଇଥିଲେ, ଓ ତାଙ୍କୁ ଅଭିନୟ କରିବା ପାଇଁ ଛାଡିଥିଲେ ।

Image Courtesy: Google

ଗଙ୍ଗା ସିରିୟଲରେ ରୁହାନାକୁ ଛୋଟ ଗଙ୍ଗା ଅଭିନୟ ଦିଆ ଗଲା, ଯାହା ପରେ ତାଙ୍କ ଅଭିନୟ ଦେଖି ଦର୍ଶକ ମାନେ ବହୁତ ଖୁସି ହୋଇଥିଲେ ଏବଂ ସିରିୟଲକୁ ପସନ୍ଦ କରିଥିଲେ ତେବେ ଏହି ସିରିୟଲ ରୁ ରୁହାନାଙ୍କ ଅଭିନୟ ସମାପ୍ତି ବେଳେ ସିରିୟଲ ଟିଆରପି ବହୁତ କମି ଯାଇଥିଲା ଯାହା ପରେ ଡାଇରେକ୍ଟର ଫୁଣି ତାଙ୍କୁ ଅଲଗା ଅଭିନୟ ପାଇଁ ସିରିୟଲରେ ରଖିଥିଲେ । ତେବେ ରୁହାନା ବର୍ତମାନରେ ପାଠ ପଢିବାରେ ଲାଗିଛନ୍ତି ଓ ଏହା ମଧ୍ୟ କହିଛନ୍ତି ଯେ ବହୁତ ସିଗର ଅଭିନୟ ଦୁନିଆକୁ ଫେରିବେ । ଏହିଭଳି ଭିନ୍ନ ଭିନ୍ନ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *