ବନ୍ଧୁଗଣ ପ୍ରତେକ ନାରିଙ୍କ ଜୀବନରେ ମା ହେବା ସ୍ଵପ୍ନ ଥାଏ । ଆଉ ଏହି ସ୍ଵପ୍ନ ଯେବେ ସକାରା ହୋଇଯାଏ ସେତେବେଳେ ଅନେକ ଲୋକ କୁହନ୍ତି ଗର୍ଭବତୀ ସମୟରେ କେଉଁ କେଉଁ କଥା ପ୍ରତି ଧ୍ୟାନ ଦେବା ଉଚିତ । ଖାସ କରି ମହିଳାଙ୍କର ଖାଦ୍ୟକୁ ନେଇ କିଛି ବାରଣ ରହିଥାଏ । ଗର୍ଭ ଧାରଣାର କିଛି ମାସ ଭିତରେ ଅଧିକ ତେଲ ମସାଲା ଖାଦ୍ଯ ଖାଇବାକୁ ବାରଣ କରାଯାଏ । ଏହା ଦ୍ଵାରା ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପଡିଥାଏ । ଗର୍ଭବତୀ ମହିଳା ଓ ଖାଦ୍ୟପେୟକୁ ନେଇ ଅନେକ କଥା ରହିକି । ଆଜି ଆମେ ଆପଣଙ୍କୁ କହିବୁ ଗର୍ଭବତୀ ସମୟରେ କେଉଁ ଖାଦ୍ୟ ଖାଇବା ଉଚିତ ଓ ଅନୁଚିତ ଅଟେ ।
ଗର୍ଭବତୀ ସମୟରେ ସୁଷମ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ । ନଚେତ ଶିଶୁର ବିକାଶ ହୋଇପାରେ ନାହି । ଗର୍ଭବତୀ ମହିଳା ସୁସୁମ ଖାଦ୍ୟ ନ ଖାଇଲେ ରକ୍ତହୀନତା, ଓଜନ କମ ଆଦି ସମସ୍ଯା ହୋଇପାରେ । ବାଲାନ୍ସ ଡାଏଟ ଗର୍ଭ ସମୟରେ ନିହାତି ଦରକାର । ଗର୍ଭବତୀ ସମୟରେ ଭାତ, ଡାଲି, ଶାଗ, ପନିପରିବାର ସାଧାରଣତ ଖାଇବା ଉଚିତ ।
ଗର୍ଭବତୀ ମହିଳା ସକଳ ଜଳଖିଆରେ ଜୁସ, ଫଳ ଇତ୍ୟାଦି ଖାଇପାରିବେ । ତାପରେ ସକଳ 10ଟା ସମୟରେ ଇଡିଲି, ରୁଟି, ତରକାରୀ ଆଦି ଖାଇବା ଉଚିତ । ଅପରାହ୍ନରେ ଲଞ୍ଚ ସମୟରେ ଭାତ, ଡାଲି, ପନିପରିବା ପ୍ରଚୁର ପରିମାଣରେ ଖାଇବା ଉଚିତ । 4ଟା ପରେ ଏକ କପ ଚାହା ସହ ଫଳ କି ବିସ୍କୁଟ ଖାଇପାରିବେ । ଦିନକୁ 2 ଥର କ୍ଷୀର ସହ ରାତିରେ ରୁଟି, ସଂତୁଳା ଖାଇବା ଉଚିତ ।
ପାଣି ନିହାତି 3ରୁ 4 ଲିଟର ପିଇବା ଉଚିତ । ଗର୍ଭବତୀ ମହିଳାଙ୍କର ବାନ୍ତି ଅଧିକ ହେଉଥିଲେ ବେସୀ ସମୟ ଖାଲି ପେଟରେ ରହିବେ ନାହି । ପ୍ରତି 2-3 ଘଣ୍ଟାରେ ଥରେ ଅଳ୍ପ ଅଳ୍ପ କରି ଯାହା କିଛି ଖାଇନେବା ଉଚିତ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ନେବା ଉଚିତ । ସକାଳୁ ଉଠି ଖାଲି ପେଟରେ ପାଣି ବା ଚାହା ସେବନ କରିବା ଅନୁଚିତ । ପ୍ରଥମେ ଖାଦ୍ୟ ଖାଇବା ଉଚିତ ।
ଗର୍ଭାବସ୍ଥାରେ ଆଦୌ ଉପବାସ କରିବା ଅନୁଚିତ । ଏହି ସମୟରେ ବାହାର ର କିଛି ଖାଦ୍ଯ ଖାଇବା ଅନୁଚିତ । କମ ତେଲ ମସାଲାର ଖଦାୟ ଖାଇବା ଉଚିତ । ଫାଷ୍ଟଫୁଡ ଜଙ୍କଫୁଡ ଖାଦ୍ୟ ଠାରୁ ଦୂରେଇ ରହିବା ଉଚିତ । ରେଗୁଲାର ଡାଏଟରେ କାର୍ବୋ-ହାଇଡ୍ରେଡ ଓ ପ୍ରୋଟିନ ଯୁକ୍ତ ଖାଦ୍ଯ ଖାଇବା ଉଚିତ । ପ୍ରଥମ ମାସର 3 ମାସ ଯାଏଁ ଅମୃତଭଣ୍ଡା ଖାଇବା ଅନୁଚିତ ।
ଯେଉଁ ମାନଙ୍କର ଥାଇରଏଡ ସମସ୍ଯା ଆସି ବନ୍ଧାକୋବି କମ ଖାଇବା କୁହିତ । ଆଲରଜି କରାଉଥିବା ଖାଦ୍ଯ ଠାରୁ ଦୂରେଇ ରହିବା ଉଚିତ । ଏହି ସମୟରେ ଲାଇଟ ଏକ୍ସସାଇଜ, ମେଡିତେସନ, ବ୍ୟାୟମ କରିବା ଉଚିତ । ଏହି ସମୟରେ ହିଲ ଚପଲ ପିନ୍ଧିବା ଅନୁଚିତ । ଅଧିକ ନରମ ଯୁକ୍ତ ଗଦିରେ ଶୋଇବା ଅନୁଚିତ । ଏହି ସମୟରେ ଭାରି ଜିନିଷ ଉଠାଇବା ଅନୁଚିତ ଓ ଅଧିକ ଯାତ୍ରା କରିବା ଠାରୁ ଦୂରେଇ ରହିବା ଉଚିତ । ବନ୍ଧୁଗଣ ଆପଣଙ୍କୁ ଆମ ହେଲଥ ଟିପ୍ସଟି ଭଲ ଲାଗିଥିଲେ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।