ଗରୁଡ ପୁରାଣ: ନର୍କ ରେ ମିଳୁଥିବା ଏହି 4 ଭୟାନକ ଦଣ୍ଡ ହୋଇଥାଏ, କୃଷ୍ଣ ଉପଦେଶ….

ବନ୍ଧୁଗଣ ମଣିଷ ଜୀବନରେ ନର୍କ ର କଳ୍ପନା କରିବା ବହୁତ ଦୁଃଖଦାୟକ ଅଟେ । କାରଣ ନର୍କ ର ନାମ ମନରେ ଆସିଲେ ମନରେ ନେଗେଟିଭ ଚିନ୍ତାଧାରା ଆସିଥାଏ । ହିନ୍ଦୁ ଧାର୍ମିକ ପୁରାଣ ଅନୁଯାୟୀ ନର୍କ ଏମିତି ଏକ ସ୍ଥାନ ଯେଉଁଠି ପାପ କରିଥିବା ଆତ୍ମା କୁ ଦଣ୍ଡ ଭୋଗିବାକୁ ପଠା ଯାଇଥାଏ । ଦଣ୍ଡ ଭୋଗିବା ପରେ କ୍ରମ ଅନୁସାରେ ଦ୍ଵିତୀୟ ଯୋନି ରେ ଜନ୍ମ ହୋଇଥାଏ । ପାପୀ ଆତ୍ମା ବଞ୍ଚିଥିବା ଅବସ୍ଥାରେ ନର୍କ ଭୋଗିଥାଏ ।

ମୃତ୍ୟୁ ପରେ ମଧ୍ୟ ପାପ ଅନୁଯାୟୀ ଅଲଗା ଅଲଗା ନର୍କ ରେ 28 ପ୍ରକାରର ଦଣ୍ଡ ମିଳିଥାଏ । କିନ୍ତୁ ସେମାନଙ୍କ ମଧ୍ୟ ରୁ ଏହି 4ଟି ଦଣ୍ଡ ଭୟାନକ ହୋଇଥାଏ । ଆଜି ଆମେ ଜାଣିବା ନର୍କରେ ମିଳୁଥିବା 4ଟି ଭୟାନକ ଦଣ୍ଡ ବିଷୟରେ ଯାହା ମୃତ୍ୟୁ ପରେ ବ୍ୟକ୍ତି କୁ ମିଳିଥାଏ ତାର କର୍ମ ଅନୁଯାୟୀ ।

1- କୁମ୍ଭିପାକମ : କୁମ୍ଭିପାକମ ର ଅର୍ଥ ହେଉଛି ଗରମ ତେଲ ରେ ଜଳିବା । ଏହି ଦଣ୍ଡ ସେମାନଙ୍କୁ ଦିଆଯାଏ ଯେଉଁ ମାନେ ନିଜ ଖୁଆ ପାଇଁ ପଶୁପକ୍ଷୀ ଙ୍କୁ ହତ୍ୟା କରିଥାନ୍ତି । ଯେଉଁ ବ୍ରହ୍ମଚାରିଙ୍କ ମନରେ ସ୍ତ୍ରୀ ପାଇଁ କାମନା ବାସ୍ନା ରହିଥାଏ କିମ୍ବା ଯେଉଁ ସନ୍ତାନ ନିଜ ମାତା ପିତାଙ୍କର ସେବା କରେ ନାହି ଏମିତି ଲୋକ କୁମ୍ଭିପାକମ ଦଣ୍ଡ ଭୋଗ କରିଥାନ୍ତି ।

2- ଅସିତାପତ୍ରମ : ନିଜ କର୍ତ୍ତବ୍ୟ ରୁ ଓହରୁଥିବା ବ୍ୟକ୍ତି ଙ୍କ ପାଇଁ ନର୍କ ରେ ଏହା ନିର୍ମମ ଦଣ୍ଡ ଅଟେ । ଯମ ଙ୍କ ସେବକଙ୍କ ଦ୍ଵାରା ଅସିତାପତ୍ରମ ଯାହା ତେଜ ଖଣ୍ଡା ଭଳି ପତ୍ର ହୋଇଥାଏ ଚାବୁକ ମରା ଯାଇଥାଏ । ପାପୀ ବ୍ୟକ୍ତି ମୁହଁକୁ ପଥର ପିଙ୍ଗାଯାଏ । କଣ୍ଟା ଉପରେ ଚଲା ଯାଇଥାଏ । ବେହୋସ ହେବା ଯାଏଁ ଖଣ୍ଡା ଧାରା ବୁଲା ଯାଇଥାଏ । ଏହି ଦଣ୍ଡ ସମାପ୍ତ ହେବା ଯାଏଁ ଏହି ପ୍ରକ୍ରିୟା ଚାଲିଥାଏ ।

3- କ୍ରୀମିଭୋଜନ : ଯେଉଁ ବ୍ୟକ୍ତି ଅତିଥି, ଗୁରୁଜନ, ପିଲା, ଦେବତାଙ୍କ ସହ ନିଜର ଭୋଜନ ବାନତେ ନାହିଁ ଓ ସ୍ଵାର୍ଥପର ହୋଇ ଏକା ଭୋଜନ କରିଥାଏ ନର୍କ ରେ ଦଣ୍ଡିତ କରାଯାଏ । ଏହି ଦଣ୍ଡର ଅବଧି ଏକ ଲକ୍ଷ ହୋଇଥାଏ । ପାପୀ ଆତ୍ମା କୁ ଲକ୍ଷ ଲକ୍ଷ କୀଟପତଙ୍ଗ ମଧ୍ୟରେ ଛଡା ଯାଇଥାଏ । ଏଥିରେ ପାପୀ ଆତ୍ମା କୀଟପତଙ୍ଗକୁ ଖାଇଥାନ୍ତି ଓ ପରେ କୀଟପତଙ୍ଗ ଏମାନଙ୍କୁ ଖାଇଥାନ୍ତି । ଯିଏ ନିଜର ପିତା, ପୁଜକ, ଦେବତା ଙ୍କୁ ଘୃଣା କରିଥାଏ ସେ ଏହି ଦଣ୍ଡ ର ଅଧିକାରୀ ହୋଇଥାଏ ।

4- ତପ୍ସସୁର୍ମୀ ନର୍କ : ଏହି ନର୍କରେ ସେମାନଙ୍କୁ ପଠାଯାଇଥାଏ ଯେଉଁ ମାନେ ଧରିତ୍ରିରେ ଅନ୍ୟ ସ୍ତ୍ରୀ ସହ ସମ୍ଭୋଗ କରିଥାନ୍ତି । ବା ଖରାପ ସମ୍ପର୍କ ରଖିଥାନ୍ତି । ଏମିତି ଆତ୍ମାଙ୍କୁ ପ୍ରଥମେ ଟିର ଦ୍ଵାରା ମାଡ ମରାଯାଏ ଓ ଗରମ ଖୁଣ୍ଟ ରେ ବନ୍ଧାଯାଇ ଯନ୍ତ୍ରଣା ଦିଆଯାଏ । ଯେବେ ଯାଏଁ ଏହି ଦଣ୍ଡ ନ ସରିଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *