Gastritis ଥିଲେ କଣ ଖାଇବେ ଓ କଣ ନାହିଁ, (Health tips) ଦେଖନ୍ତୁ କଣ କହୁଛନ୍ତି Dr Sushree Tapaswini

ବନ୍ଧୁଗଣ ଗ୍ୟାଷ୍ଟିକ ସମସ୍ଯା ହେବାର ମୁଖ୍ୟ କାରଣ ହେଉଛି ଜୀବନ ଶୈଳୀରେ ପରିବର୍ତ୍ତନ । ଥରେ ଯଦି ଗ୍ୟାଷ୍ଟିକ ସମସ୍ଯା ଆରମ୍ଭ ହୁଏ ତେବେ ତାହାକୁ ନିୟନ୍ତ୍ରଣରେ ରଖିଲେ ଏହା ସବୁ ଦିନ ପାଇଁ ଦୂର ହୋଇଥାଏ । ଗ୍ୟାଷ୍ଟିକ ହେଉଛି ୩ ପ୍ରକାରର ଯଥା ଆକ୍ୟୁଟ ଡିଜ, ଫ୍ୟାଟଳ ଡିଜିଜ ଓ ଚାରୋନିକ ଡିଜିଜ । ଆକ୍ୟୁଟ ଡିଜିଜ ହେଉଛି ଜ୍ଵର, ଥଣ୍ଡା, ଝାଡା ହେବା ଇତ୍ୟାଦି । ଏହା ଦ୍ଵାରା ଆମ ଶରୀରରୁ କିଛି ଟକସିନ ବାହାରି ଯାଇଥାଏ । ଯଦି ୩ ଦିନ ଜ୍ଵର ରହିବ ତେବେ ଶରୀରରେ ସବୁ ଟକସିନ ବାହାରି ଯାଇଥାଏ ଯାହା ଏକ ସାଧାରଣ କଥା ।

ଯଦି ଜ୍ଵର ସମୟରେ ସ୍କିନ ରେ କିଛି ସମସ୍ଯା ୩ରୁ ୪ ଦିନ ରୁହେ ତେବେ ଏହା ଶରୀର ରୁ କିଛି ଟକସିନ କୁ ବାହାର କରିଥାଏ । ଏହା ସାଧାରଣ ଜ୍ଵର ଅଟେ । କ୍ରୋନିକ ଡିଜିଜ ହେଉଛି ଡାଇବେଟିସ, ରକ୍ତଚାପ ଇତ୍ୟାଦିଯାହା ଥରେ ଆରମ୍ଭ ହେଲେ ଆଉ ଶେଷ ହୁଏ ନାହି , ବରଂ ଜୀବନ ସାରା ଏହା ଲାଗି ରହିଥାଏ ଯାହାକୁ ନିୟନ୍ତ୍ରଣ କରିବା ଜରୁରୀ ଅଟେ । ସେହିପରି ଗ୍ୟାଷ୍ଟିକ ହେଉଛି କ୍ରୋନିକ ଡିଜିଜ ।

ଯଦି ଗ୍ୟାଷ୍ଟିକ ହେବାର ୨ ରୁ ୩ ଦିନ ମଧ୍ୟରେ ଭଲ ହୋଇଯାଏ ତେବ ଏହା ସାଧାରଣ କଥା ଅଟେ । କିନ୍ତୁ ଯଦି ଏହା ଅଧିକ ଦିନ ରୁହେ ତେବେ ଏହାକୁ ନିୟନ୍ତ୍ରଣ ରେ ରଖିବାକୁ ପଡିବ । ତେଣୁ ପ୍ରତିଦିନ ସକାଳୁ ନିୟମିତ ଭାବେ ପାଣି ପିଇବା ଉଚିତ । ଅପରାହ୍ନ ରେ ଦହି ନିଜ ଖାଦ୍ଯରେ ଆଡ କରିବା ଉଚିତ । ରାତି ସମୟରେ କ୍ଷୀର ସେବନ କରିବା ଉଚିତ ।

କିନ୍ତୁ ଯେଉଁ ମାନଙ୍କର ଅଧିକ ସିଭିୟର ଗ୍ୟାସ ସମସ୍ଯା ରହିଛି ସେମାନେ କ୍ଷୀର ସେବନ କରିପାରିବେ ନାହି । ଅଧିକ ମାନସିକ ଚାପ ରହିବା ଉଚିତ ନୁହେଁ । କାରଣ ମାନସିକ ଚାପ ରହିଲେ ହରମୋନ ବାଲାନ୍ସ ରୁହେ ନାହି । ଯଦି ଆମ ଶରୀର ରାତି ଠିକ ସମୟରେ ଶୋଇବା ନାହି ତେବେ ଆମ ଶରୀର ଅସୁସ୍ଥ ରହିଥାଏ । ଯାହା ଫଳରେ ଅନେକ ରୋଗର ଜନ୍ମ ହୋଇଥାଏ ।

ତେଣୁ ରାତ୍ରିରେ ୬ରୁ ୮ ଘଣ୍ଟା ନିହାତି ଶୋଇବା ଦରକାର । ଏହା ଦ୍ଵାରା ଗ୍ଯାସ ଭଳି ସମସ୍ୟା ଏତେ ମାତ୍ରା ରେ ହେବ ନାହି । ସକାଳୁ ଉଠି ନିୟମିତତା ଭାବେ ବ୍ୟାୟମ ବା ଯୋଗ କରିବା ନିହାତି ଜରୁରୀ ଅଟେ । ଏହା ସହ ସକାଳେ ଆଲକାଇନ ଖାଦ୍ୟ, ଦ୍ଵିପହର ରେ ହାଇ କାୟଲୋଏଇ ହାଇ ଫୁଡ ଓ ରାତ୍ରି ଭୋଜନରେ ଲାଇଟ ଫୁଡ ଆଡ କରିବା ଉଚିତ ।

ଏଭଳି ଭାବେ ଖାଦ୍ୟ ମେଣ୍ଟେନ କରିଲେ ଗ୍ଯାସ ଭଳି ସମସ୍ଯା ହେବ ନାହି । ସକାଳେ ଅଧିକ ଖାଇବା, ଦ୍ଵିପହରରେ ଯେତିକି ଦରକର ଖାଇବା ଓ ରାତି ସମୟରେ ଯେତେ ହାଲ୍କା ଖାଦ୍ଯ କାହାଇବା ଉଚିତ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *