ଘଣ୍ଟା,କ୍ୟାଲେଣ୍ଡର ଆଉ ଦର୍ପଣ କୁ ଯଦି ଏହି ଦିଗରେ ଲଗେଇଛନ୍ତି ତାହେଲେ ଏବେ ହିଁ ବାହାର କରି ଦିଅନ୍ତୁ- Vastu Tips

ବନ୍ଧୁଗଣ ଆମ ଜୀବନରେ ସମୟ ବହୁତ ଅଧିକ ମହତ୍ଵ ରହିଥାଏ । କିଛି ଲୋକ ସମୟ ଅନୁସାରେ ନିଜ କାମ କରିଥାନ୍ତି । ଖାସ କରି କିଛି ଏମିତି କାମ ହୋଇଥାଏ ଯାହାକୁ ଘଣ୍ଟା ଦେଖି କରିବାକୁ ପଡେ । ଘରର ମହିଳା ସବୁ କାମ କରିବା ବେଳେ ଘଣ୍ଟା ଦେଖିଥାନ୍ତି ଓ ସମୟ ଅନୁଯାୟୀ କାମ କରିଥାନ୍ତି । ଘଣ୍ଟା ରେ ଭାଗ୍ୟ ଲୁଚି ରହିଥାଏ ଯାହା ଖୁବ କମ ଲୋକ ଜାଣିଥାନ୍ତି । ସମୟ ଦେଖୁଥିବା ସବୁ ଉପକରଣକୁ ରଖିବାର ସ୍ଥାନ ରହିଥାଏ । ଆଜି ଆମେ ଜାଣିବା ଘରେ ଘଣ୍ଟା ଓ କ୍ଯାଲେଣ୍ଡର ରଖିବାର ସଠିକ ସ୍ଥାନ ବିଷୟରେ ।

1- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘଡି କୁ ସର୍ବଦା ଦୁଇ ତିନି ମିନିଟ ଆଗୁଆ ରଖିବା ଉଚିତ । କିନ୍ତୁ ଭୁଲରେ ଘଣ୍ଟାର ସମୟକୁ ପଛକୁ କରିବା ଅନୁଚିତ । ଏହା ଦ୍ଵାରା କାମ ଡେରି ରେ ହୋଇଥାଏ ।

2- ଘରେ ବନ୍ଦ ବା ଭାଙ୍ଗି ବା ଯାହାର କାଚ ଭାଙ୍ଗିଥିବ ବା ଅଧିକ ଶବ୍ଦ କରୁଥିବା ଘଣ୍ଟା ଘରେ ରଖିବା ଅନୁଚିତ । ଏହା ସହ ଧୁଳି ଲାଗିଥିବା ଘଣ୍ଟା ରଖିବା ଦ୍ଵାରା ପରିବାର ଉପରେ ନେଗେଟିଭ ପ୍ରଭାବ ପଡିଥାଏ ।

3- ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରର ମୁଖ୍ୟଦ୍ଵାର ସାମନାରେ ଓ ତଳେ ରଖିବା ଉଚିତ ନୁହେଁ । ଘରର ଉତ୍ତର ଓ ପୂର୍ବ ଦିଗରେ ଘଣ୍ଟା ଲଗାଇବା ଉଚିତ । ଏହାକୁ ଯୋଗ୍ୟ ଦିଗ କୁହାଯାଏ । ପଶ୍ଚିମ ଦିଗରେ ଘଣ୍ଟା ଲଗାଇବା ଦ୍ଵାରା ପରିବାର ଲୋକଙ୍କ ଜୀବନରେ ସୁଖ ଶାନ୍ତି ସମୃଦ୍ଧି ଆସିଥାଏ ।

4- ସମୟ ଦେଖିବା ପାଇଁ ବ୍ୟକ୍ତି ବାରମ୍ବାର ଘଣ୍ଟା ଦେଖିଥାଏ । ଏଥିପାଇଁ ଭୁଲରେ ବି ଦକ୍ଷିଣ ଦିଗରେ ଘଣ୍ଟା ଲଗାଇବା ଅନୁଚିତ । କାରଣ ଦକ୍ଷିଣ ଦିଗ ଯମ ଙ୍କ ଦିଗ ମାନାଯାଏ । ଏହା ନେଗେଟିଭ ଊର୍ଜାରେ ପ୍ରଭାବିତ ହୋଇଥାଏ । ଏହି ଦିଗକୁ ବାରମ୍ବାର ଦେଖିଲେ ନେଗେଟିଭ ପ୍ରଭାବ ପଡିବା ସହ ପ୍ରଗତି ହେବ ନାହିଁ ।

5- ଅନେକ ଲୋକ ପୁରୁଣା କ୍ଯାଲେଣ୍ଡର ତଳେ ନୂଆ କ୍ଯାଲେଣ୍ଡର ରଖିଥାନ୍ତି । ଏହା ବାସ୍ତୁ ଅନୁଯାୟୀ ଭୁଲ ଅଟେ । ପୁରୁଣା କ୍ଯାଲେଣ୍ଡର ରଖିଲେ ଶୁଭ କାମ ଅଟକିଯାଏ । ନୂଆ କ୍ଯାଲେଣ୍ଡରକୁ ଦୂରରେ ଲଗାଇବା ଉଚିତ । ଏବେ ଆସନ୍ତୁ ଜାଣିବା ଘରେ ଆଇନା କେଉଁଠି ରଖିବା ଉଚିତ । ଘରେ ଯେଉଁଠି ଟଙ୍କା ପଇସା ରହିଥାଏ ତାର ସାମନାରେ ଆଇନା ବା କାଚ ବସ୍ତୁ ରଖିବା ଦ୍ଵାରା ଧନର ବୃଦ୍ଧି ହୋଇଥାଏ ।

ଘରେ ବ ଦୋକାନାରେ ମୁଖ୍ୟଦ୍ଵାର ପାଖରେ ଆଇନା ବା କାଚ ବସ୍ତୁ ରଖିଲେ କୌଣସି ପ୍ରକାରର ନେଗେଟିଭ ଊର୍ଜା ପ୍ରବେଶ କରେ ନାହିଁ । ଟିଭି ଓ କମ୍ପ୍ୟୁଟର ଆଗରେ ଆଇନା ରଖିବା ଦ୍ଵାରା ପରିବାରରେ କଳହ ର ସମ୍ଭାବନା ଅଧିକ ଥାଏ । ଘରର ସିଡି ପାଖରେ ଆଇନ ରଖିବା ଅନୁଚିତ । ଏହା ଦ୍ଵାରା ଉନ୍ନତି ହୁଏ ନାହିଁ । ଯେଉଁ ଘରେ ଆବଶ୍ଯକୀୟ ସାମଗ୍ରୀ ଥାଏ ସେଠାରେ ଆଇନା ଲଗାଇଲେ ଧନର ଅଭାବ ରୁହେ ନାହିଁ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *