ଏବେ ତୁମ ଘର ତୁମେ ସମ୍ଭାଳ, Anubhabଙ୍କ ଘରର ଚାବି ଫେରାଇଲେ Barsha, ଆଉ କହିଲେ…. ଦେଖନ୍ତୁ Video

ନିଅ ତମ ଚାବି ନିଜ ଘର ସମ୍ଭାଳ । ଏବେ ତୁମ ଘରେ ମୋର କିଛି ବି ଅଧିକାର ନାହିଁ । ମୋର କିଛି ଗୁରୁତ୍ଵ ପୂର୍ଣ୍ଣ ଜିନିଷ ତୁମ ଘରେ ରହି ଯାଇଥିଲା ସେଥିପାଇଁ ତୁମ ଘର ଚାବି ମୁଁ ମୋ ପାଖରେ ରଖି ଦେଇ ଥିଲି । ସେମିତିରେ ବି ମୋର କୌଣସି ଇଛା ନଥିଲା ସେ ଘରେ ରହିବା ପାଇଁ । ବୋଧ ହୁଏ ଆଜି ଏମିତି କିଛି ଭାବନା ନେଇ ବର୍ଷା ପ୍ରିୟଦର୍ଶନୀ ଆଜି ଏସଡିଜିଏମ କୋର୍ଟରେ ତାଙ୍କ ଶାଶୂ ଘର ଚାବି ଅନୁଭବ ମହାନ୍ତି ଙ୍କୁ ଫେରାଇ ଛନ୍ତି । ତେବେ ବର୍ଷା ପ୍ରିୟଦର୍ଶନୀ ତାଙ୍କ ଶାଶୂ ଘର ଛାଡିବା ବେଳେ ଚାବି ଫେରାଇ ନ ଥିଲେ ।

ଯାହାକୁ ନେଇ ଅନୁଭବ ମହାନ୍ତି ଏସଡିଜିଏମ କୋର୍ଟରେ ଆବେଦନ କରିଥିଲେ । କୋର୍ଟଙ୍କ ନିର୍ଦ୍ଦେଶ ପରେ ବର୍ଷା ତ ଘର ଛାଡି ଚାଲି ଯାଇଥିଲେ ହେଲେ ଅନୁଭବ ତାଙ୍କ ପୈତୃକ ଘରକୁ ଆସି ପାରୁ ନ ଥିଲେ କାରଣ ବର୍ଷା ତାଙ୍କ ଘର ଚାବି ନିଜ ସାଙ୍ଗରେ ନେଇ ଚାଲି ଯାଇଥିଲେ । ଏହାକୁ ନେଇ ଅନୁଭବ ମହାନ୍ତି ଯେତେବେଳେ ଅନୁଭବ ମହାନ୍ତି ଏସଡିଜିଏମ  କୋର୍ଟରେ ଆବେଦନ କରିଲେ ସେତେବେଳେ ଏସଡିଜିଏମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ, ୨ ତାରିଖ ସୁଧା କୋର୍ଟକୁ ଚାବି ଫେରାଇବା ପାଇଁ ।

ଆଉ ବର୍ଷା ଏଥିରେ ବିଲୁକୁଲ ବି ଅବହେଳା କରି ନାହାନ୍ତି । କାରଣ ଗତ କାଲି ଥିଲା ୨ ତାରିଖ ଆଉ ବର୍ଷା ଆଜି କୋର୍ଟ ଆସି ତାଙ୍କ ଶାଶୂ ଘର ଚାବି ଫେରାଇ ଦେଇଛନ୍ତି । ଆମେ ଆପଣଙ୍କୁ କହି ଦେବାକୁ ଚାହିଁବୁ ଯେ, ବର୍ଷା ଆଉ ଅନୁଭବ ଙ୍କ ପାରିବାରିକ ମାମଲାରେ ଆଜି କୋର୍ଟରେ ଶୁଣାଣି ଥିଲା । ଏହା ପୂର୍ବରୁ ବର୍ଷା ଅନେକ ଥର କୋର୍ଟର ସମୟକୁ ଅବମାନନା କରୁଥିଲେ କିନ୍ତୁ ଏବେ ସେ ପୁରା ସୁଧୁରି ଯାଇଛନ୍ତି । ଯେତେ କାମ ଥାଉ ପଛେ କୋର୍ଟରେ ସମୟ ପୂର୍ବରୁ ଆସି ହାଜର ହୋଇ ଯାଉଛନ୍ତି ।

ଆଜି ଆସି  ସେ କୋର୍ଟରେ ହାଜର ହୋଇ ଥିଲେ ଠିକ ସମୟରେ । ଯଦି ଦେଖିବା ଏହି ଷ୍ଟାର ଦମ୍ପତ୍ତିଙ୍କ ପାରିବାରିକ ବିବାଦ ମାମଲା ଏବେ କଟକ ଫ୍ୟାମିଲି କୋର୍ଟରେ ଚାଲିଛି । ହେଲେ ଖାଲି ତାରିକ ଗଡୁଛି ହେଲେ ବିବାଦ ସମାଧାନ ହୋଇପାରୁ ନାହିଁ । ଦୁହେଁ ପରସ୍ପର ଠାରୁ ଅଲଗା ହୋଇ ରହୁଥିଲେ ବି ଏ ଯାଏଁ ଦୁହିଙ୍କର ଛାଡପତ୍ର ହୋଇପାରି ନାହି । ଏହା ପୂର୍ବରୁ ବର୍ଷା କୋର୍ଟ ଙ୍କ ସମୟ ଗଡାଉ ଥିଲେ । ଠିକ ସମୟରେ କୋର୍ଟ କୁ ଆସୁ ନ ଥିଲେ ।

ଯାହା ପାଇଁ ବିବାଦର ସମାଧାନ ହୋଇପାରୁ ନ ଥିଲା । ହେଲେ ବର୍ଷା ଙ୍କୁ କୋର୍ଟ ଙ୍କ ତାଗିଦ ପରେ ଯେତେ କାମ ଥିଲେ ବି ବର୍ଷା କୋର୍ଟ କୁ ଠିକ ସମୟରେ ହାଜର ହେଉଛନ୍ତି । ଗତ କାଲି ଧାମନଗର ପ୍ରଚାରରେ ବ୍ୟସ୍ତ ଥିବା ବର୍ଷା ଆସି କୋର୍ଟ ରେ ହାଜର ହୋଇଥିଲେ । ଆଉ ଆଜି ବର୍ଷା ଅନୁଭବଙ୍କୁ ଚାବି ଫେରାଇ ଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *