ମା’ ଲକ୍ଷ୍ମୀ ଘରକୁ ଆସିବାର 8ଟି ସଂକେତ, ଆପଣଙ୍କୁ ବି ମିଳୁଛି କି ଏହି ସଂକେତ? ଥରେ ନିଶ୍ଚୟ ଦେଖନ୍ତୁ

ବନ୍ଧୁଗଣ ପ୍ରତେକ ବ୍ୟକ୍ତି ନିଜ ଜୀବନରେ ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ କରିବାକୁ ଇଚ୍ଛା ରଖିଥାଏ । ପ୍ରତେକ ବ୍ୟକ୍ତି ଜୀବନରେ ଧନୀ ହେବାକୁ ଆଶା ରଖି ମା ଲକ୍ଷ୍ମୀଙ୍କ ପୂଜା କରିଥାଏ । କିନ୍ତୁ ଶାସ୍ତ୍ର ଅନୁଯାୟୀ ଏମିତି କିଛି ସଂକେତ ରହିଛି ଯାହା ମା ଲକ୍ଷ୍ମୀଙ୍କ ଆଗଣ ପୂର୍ବରୁ ମଣିଷକୁ ମିଳିଥାଏ ଯାହାକୁ ସହଜରେ ବୁଝିବା ସମ୍ଭବ ନୁହେଁ । ଏହି ସବୁ ସଂକେତ ପ୍ରକୃତି ବା ପଶୁ ପକ୍ଷୀଙ୍କ ଦ୍ଵାରା ମିଳିଥାଏ । ଆଜି ଆମେ ଆପଣଙ୍କୁ ସେମିତି କିଛି ସଂକେତ ଗୁଡିକ ବିଷୟରେ କହିବାକୁ ଯାଉଛୁ ।

୧- ଅମାବାସ୍ୟା ଦିନ ଘରେ ପାଖରେ ପେଚା ଦେଖନ୍ତି ବା ବିଲେଇ ଘରେ ପଶି କ୍ଷୀର ପୀବର ଦେଖିଲେ ବା ରାତିରେ ମୂଷା କି ଚୁଚୁନ୍ଦ୍ରା ଦେଖନ୍ତି ତେବେ ଏହା ଗୃହକୁ ମା ଲକ୍ଷ୍ମୀଙ୍କ ଆଗମନର ସୂଚନା ଦେଇଥାଏ ।

୨- ଗୁରୁବାର ବା ଶନିବାର ଦିନ କୌଣସି ସାମଗ୍ରୀ ବିକ୍ରି କରନ୍ତୁ ନାହି । ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲି ଯାଇଥାନ୍ତି ।

୩- ଘରେ ଯଦି ସର୍ବଦା ଅଭାବ ଲାଗି ରହୁଥାଏ କିମ୍ବା ଯେତେ ରୋଜଗାର କରିଲେ ବି ନିଅଣ୍ଟ ହେଉଥାଏ ତେବେ ଛୋଟ ପିତଳ ଢାଳ ରେ ଖୁଚୁରା ମୁଦ୍ରା ଭର୍ତ୍ତି କରି ଘରର ପଶ୍ଚିମ ଦିଗରେ ରଖି ପ୍ରତି ଦିନ ନମସ୍କାର କରନ୍ତୁ । ଏହି ଉପାୟ ଟି କରିବା ଦ୍ଵାରା ଘରର ସବୁ ଅଭାବ ଦୂର ହୋଇଥାଏ ।

୪- ଘରର ଆଗରେ ପଥର ଜମା କରି ରଖନ୍ତୁ ଅନହି । କଣ୍ଟା ଜାତୀୟ ଗଛ ଘରେ ଆଗରେ ବା ଭିତରେ ରଖନ୍ତୁ ନାହି । ଏହା ଅଶୁଭ ହୋଇଥାଏ । ଠାକୁର ଘରେ ଗରୁଡ ଥିବା ଘଣ୍ଟି ରଖିଲେ ଅତ୍ୟନ୍ତ ଶୁଭ ହୋଇଥାଏ । ଏଭଳି ଘଣ୍ଟି ରଖିବା ଦ୍ଵାରା ଅଗ୍ନି, ଚୋର ଭୟ ରହେ ନାହି ।

୫- ଯଦି ଆପଣ କୌଣସି ଜାଣ ବାହନ ବିକ୍ରି କରୁଛନ୍ତି ବା ଲୁହା ଜିନିଷ ବିକ୍ରି କରୁଛନ୍ତି ତେବେ ମଙ୍ଗଳବାର ଦିନ କରନ୍ତୁ ନାହି । ଏହା ଛଡା ଜମିବାଡି ଗୁରୁବାର ଦିନ ଭୁଲରେ ବି ବିକ୍ରି କରନ୍ତୁ ନାହି ।

୬- ଧଳା ପେଚା ଯଦି ଘରର ଉପରେ ବାସନ୍ତୀ ବା ଘର ଭିତରେ ପ୍ରବେଶ କରନ୍ତି କିମ୍ବା ରାସ୍ତା ରେ ଯାଉଥିବା ସମୟରେ ଦେଖନ୍ତି ତେବେ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ ।

୭- ଘରେ ଯଦି ଧଳା ପାରା, ନେଉଳ ବା ଧଳା ପାରାର ମୂର୍ତ୍ତି ରଖିବେ ତେବେ ଘରର ମଙ୍ଗଳ ହୋଇଥାଏ । ଘରର ଦକ୍ଷିଣ ଦିଗରେ ତୁଳସୀ ଗଛ ଲଗାନ୍ତୁ । ଘରୁ ଯାତ୍ରା କରିବା ସମୟରେ ତୁଳସୀ ମାଟି ମୁଣ୍ଡରେ ଲଗାଇଲେ ଯାତ୍ରା ଶୁଭ ହୋଇଥାଏ ।

୮- ଅଗ୍ନି କୋଣରେ ଘର ଅରନ୍ତୁ ନାହି । ଏରୁଣ୍ଡି ବନ୍ଧରେ ପାଦ ରଖିବା ଉଚିତ ନୁହେଁ । ରୋଷେଇ ଘରେ କେବେ ବି ଝାଡୁ ରଖିବା ଉଚିତ ନୁହେଁ । ଝାଡୁ ଯେପରି କାହା ଦୃଷ୍ଟିରେ ନ ପଡେ ସେଥିପ୍ରତି ଧ୍ୟାନ ଦେବେ । ଏହା ସହ ଝାଡୁକୁ ସର୍ବଦା ଲୁଚାଇ ରଖନ୍ତୁ । ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *