ଆସିଲା ନୂଆ ନିୟମ, ଜୀବନ ସାଥି ଜରୁରୀ ହେଲେ ଗାର୍ଲଫ୍ରେଣ୍ଡ କଲେ ଯିବେ ଜେଲ… ଦେଖନ୍ତୁ କେଉଁଠି ଲାଗୁ ହୋଇଯିଛି ଏହି ନିୟମ

ଦର୍ଶକ ବନ୍ଧୁ ଜୀବନ ସାଥି ଜରୁରୀ କିନ୍ତୁ ଆପଣ ଗାର୍ଲଫ୍ରେଣ୍ଡ କରିଲେ ଜେଲ ଯିବେ । ହାଣ ଆଜ୍ଞା ଏ ଦେଶରେ ଗାର୍ଲଫ୍ରେଣ୍ଡ କରିବାକୁ ଅନୁମତି ନାହି । ବିବାହ ପୂର୍ବରୁ ଏକା ସାଙ୍ଗରେ ଧରା ପଡିଲେ ହୋଇପାରେ ଜେଲ । ତେବେ କଥାରେ ଅଛି ଯେ ଦେଶ ଯାଇ ସେ ଫଳ ଖାଇ । ସେଭଳି ଏ ଦେଶରେ ଅନେକ ନିୟମ କାନୁନ ରହିଛି ଯାହା ଜାଣିବା ନିହାତି ଜରୁରୀ । ନଚେତ ସେଠାକୁ ଆଇ ଗାର୍ଲଫ୍ରେଣ୍ଡ କରିବେ ବା ତା ସହ ବୁଲାବୁଲି କରିବେ ଧରା ପଡିବା ପରେ ଆପଣ ସିଧା ଜେଲ ଯିବେ ।

ଏ ଦେଶ ଆମ ଠାରୁ ବେସୀ ଦୂରରେ ନାହି ଅତି ପାଖରେ ରହିଛି । ତେବେ ସେହି ଦେଶର ନାମ ହେଉଛି ପାକିସ୍ତାନ । ଯାହା ଆପଣଙ୍କୁ ଚିନ୍ତାରେ ପକାଇ ଦେବ । ଏଠାରେ ରହିଛି ଏମିତି କିଛି ନିୟମ । ମହିଳାଙ୍କ ଉପରେ ଥିବା ସବୁ ପ୍ରତିବନ୍ଧକ ଓ ଅନେକ ଅଜବ କଥା ରହିଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଭାରତରେ ବନ୍ଧୁ ଓ ପ୍ରିୟଜନଙ୍କ ମଧ୍ୟରେ ପରସ୍ପର ଫୋନ ଦେଖିବା ଓ ବ୍ୟବହାର କରିବା ସାଧାରଣ କଥା । କିନ୍ତୁ ପାକିସ୍ତାନରେ ଏମିତି କରିପାରିବେ ନାହି । ଯଦି ଧାରା ପଡିବେ ତେବେ ଜେଲ ହେବ ।

ବାସ୍ତବରେ ପାକିସ୍ତାନ ଫୋନକୁ ମୂଲ୍ୟବାନ ବସ୍ତୁର ମାନ୍ୟତା ଦିଆଯାଇଛି । ସେଠାରେ ଆପଣ ବିନା ଅନୁମତିରେ କାହାର ଫୋନ ଛୁଇଁ ପାରିବେ ନାହି । ଏହା ବେଆଇନ ବୋଲି ବିବେଚନା କରାଯାଏ । ଏହି ଆଇନକୁ ଉଲଂଘନ କରିଲେ ଆପଣଙ୍କୁ ୬ ମାସ ଜେଲ ଯିବାକୁ ପଡିପାରେ । ସେଠାରେ ଅଧିକ ପଢିବା କ୍ଷତିକାରକ ହୋଇପାରେ । ଏଠାରେ ଅଧିକ ପଢିବା ପରେ ଟ୍ୟାକ୍ସ ଅଛି । ଧରାଯାଉ ଜଣେ ଛାତ୍ରୀଙ୍କ ଶିକ୍ଷାରେ ବର୍ଷକୁ ୨ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରାଯାଏ ତେବେ ତାଙ୍କୁ ୫ ପ୍ରତିଶତ ଟିକସ ଦେବାକୁ ପଡିବ ।

ବିଶେଷଜ୍ଞ ମାନେ କହିଛନ୍ତି ଯେ ଏଠାରେ ଥିବା ଲୋକ ମାନେ କମ ଶିକ୍ଷିତ ହେବା ପାଇଁ ଏଭଳି ନିୟମ ଓ ଟିକସ ବଡ କାରଣ । ପାକିସ୍ତାନରେ ବିବାହ ପୂର୍ବରୁ ପୁଅ ଓ ଝିଅ ଏକାଠି ରହିପାରିବେ ନାହି । ଏଠିକାର ଲୋକଙ୍କୁ ଗାର୍ଲଫ୍ରେଣ୍ଡ କରନ୍ତି ବା ବିବାହ ବିନା ଏକାଠି ରୁହନ୍ତି ତେବେ ତାଙ୍କୁ ଜେଲ ଦଣ୍ଡ ମିଳିପାରେ । ଏଠିକାର ଲୋକଙ୍କୁ ଇଜରାଇଲ ଯିବାକୁ ଅନୁମତି ନାହି । ସେଠିକାର ସରକାର ଏହାର ନାଗରିକଙ୍କୁ ଯିବା ପାଇଁ ଭିଜା ଦିଅନ୍ତି ନାହି । ବାସ୍ତବରେ ପାକିସ୍ତାନ ଇଜରାଇଲ ଦେଶକୁ ସ୍ବୀକୃତି ଦେଇ ନାହି ।

ତେଣୁ ଏହି ନିୟମ ଏଠାରେ ପ୍ରଯୋଜ୍ୟ । ଟ୍ରାନ୍ସଲେଟର ଏପରି ଏକ ଜିନିଷ ଏଠାରେ ପ୍ରଯୋଜ୍ୟ ଯାହା ଗୋଟିଏ ବାହାସାରେ ଥିବା ଜିନିଷକୁ ଅନ୍ୟ ଭାଷାରେ ଜାଣି ହୁଏ । ସେଥିପାଇଁ ଟ୍ରାନ୍ସଲେଟର ବ୍ୟବହାର ହୁଏ । କିନ୍ତୁ ପାକିସ୍ତାନରେ କିଛି ଶବ୍ଦର ଅନୁବାଦ ନିଷେଧ ଅଛି । ସେଠାରେ ଆଲ୍ଲା, ମହଜିଦ, ରସୁଲ, ଭବିଷ୍ୟ ବକ୍ତାଙ୍କୁ ଇଂରାଜୀରେ ଅନୁବାଦ କରିବା ବେଆଇନ ଅଟେ । ବନ୍ଧୁଗଣ ଆପଣ ମାନଙ୍କର ଏହି ନିୟମକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *