ଚିକିତ୍ସା ଛାଡି କ୍ୟାନ୍ସର ପୀଡ଼ିତା ଖାଇବାକୁ ଆରମ୍ଭ କଲେ “ହଳଦିର ବଟିକା”, ପରିଣାମ ଦେଖି ଡାକ୍ତର ବି ହୋଇଗଲେ ଆଶ୍ଚର୍ଯ୍ୟ

ଆଜିର ସମୟରେ ଏଲୋପାଥୀ ଔଷଧ ଓ ଚିକିତ୍ସା ବିଧିର ପ୍ରଚଳନ ବଢିଯାଇଥିଲେ ମଧ୍ୟ ଆଜି ବି ଆମର ପୁରୁଣା ଆୟୁର୍ବେଦିକ ପଦ୍ଧତି ହେଉଛି ବହୁତ ଉପଯୋଗୀ । ଆୟୁର୍ବେଦରେ କେବଳ ଅସାଧ୍ୟ ରୋଗ ଭଲ ହୁଏ ତା ନୁହେଁ ଏହା ପୁର୍ଣ୍ଣ ରୂପେ ସୁରକ୍ଷିତ ଅଟେ । କିଛି ଥର କିଛି ବଡ ରୋଗରେ ଏଲୋପାଥୀ ଔଷଧ କାମ କରି ନଥାଏ ତେବେ ତାହାର ସମାଧାନ ଆୟୁର୍ବେଦରେ ମିଳିଥାଏ । ଏବେ କିଛି ଦିନ ତଳେ କିଛି ଏମିତି ଦେଖିବାକୁ ମିଳିଛି…ଯେଉଁଠି କ୍ୟାନ୍ସର ପୀଡ଼ିତା ଏକ ମହିଳା ଯେବେ ଚିକିତ୍ସା କରି ଥକିଗଲେ ସେତେବେଳେ ସେ ହଳଦି ଗୁଲି ଖାଇବାକୁ ଆରମ୍ଭ କଲେ ଓ ପୁଣି କିଛି ଦିନରେ ତାର ପରିଣାମ ଦେଖିବାକୁ ମିଳିଲା ଯାହା ୫ ବର୍ଷର ଚିକିତ୍ସାରେ ଦେଖିବାକୁ ମିଳିନଥିଲା ।

ଏହି ମାମଲା ବ୍ରିଟେନର ଅଟେ ଯେଉଁଠି ଗୋଟିଏ ମହିଳା କେବଳ ଘରୋଇ ଔଷଧୀର ପ୍ରୟୋଗ କରି ଭୟାନକ ରୋଗ “ବ୍ଲଡ କ୍ୟାନ୍ସର” କୁ ହରାଇ ଦେଇଛନ୍ତି । ଆଜ୍ଞା ହଁ, ତାହା ବି ଏମିତି ଗମ୍ଭୀର ପରିସ୍ଥିତିରେ ଯେଉଁଠି ଚିକିତ୍ସା କରୁଥିବା ଡାକ୍ତର ବି ହାର ମାନିଥିଲେ । ଉତ୍ତର ବ୍ରିଟେନ ରେ ରହୁଥିବା ୬୭ ବର୍ଷୀୟ ଡିଏନେକ ଫେର୍ଗସନ ଗତ ୫ ବର୍ଷରୁ ବ୍ଲଡ କ୍ୟାନ୍ସର ର ଶିକାର ଥିଲେ । ସେ ଏହାର ଚିକିତ୍ସା କରାଇଲେ କିନ୍ତୁ କୌଣସି ଲାଭ ମିଳିଲା ନାହିଁ । ଶେଷରେ ଯେବେ ସେ ନିଜେ ଏହାର ଚିକିତ୍ସା ବନ୍ଦ କରି ହଳଦିର ଗୁଲି ଖାଇବା ଆରମ୍ଭ କରିଦେଲେ ତେବେ ତାଙ୍କ ଅବସ୍ଥାରେ ବହୁତ ପରିବର୍ତ୍ତନ ଆସିଲା ଓ ଶେଷରେ ସେ କ୍ୟାନ୍ସର ରୁ ମୁକ୍ତି ପାଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ପଙ୍ଗୁ କରିଦେବା ରୋଗ ବ୍ଲଡ କ୍ୟାନ୍ସର ‘ମାଏଲୋମା’ ଦ୍ଵାରା ପୀଡିତ ଫେର୍ଗସନଙ୍କର ତିନି ଥର କେମୋଥେରାପି କରାଯାଇଥିଲା କିନ୍ତୁ ସେଥିରୁ ଲାଭ ମିଳିବା ବଦଳରେ ତାଙ୍କର କଷ୍ଟ ଅଧିକ ବଢି ଯାଇଥିଲା । ଏମିତିରେ ଡାକ୍ତର ବି ଏହି କଥାକୁ ନେଇ ଡରିବାକୁ ଲାଗିଲେ କି ଏବେ ଫେର୍ଗସନଙ୍କ ଏହି ସ୍ଥିତିରେ ଚିକିତ୍ସା କରି ତାଙ୍କର ଜୀବନ ବଞ୍ଚାଯାଇ ପାରିବ କି ନାହିଁ ।

ଯେତେ ବେଳେ ତାଙ୍କର ଚିକିତ୍ସାରେ କୌଣସି ଲାଭ ମିଳିଲା ନାହିଁ ସେ ଚିକିତ୍ସା କରାଇବା ବନ୍ଦ କରିଦେଲେ ଓ ପ୍ରତିଦିନ ୮ ଗ୍ରାମ ହଳଦିର ଗୁଲି ଖାଇବା ଆରମ୍ଭ କରିଦେଲେ । ଏମିତି ସେ ବହୁତ ଦିନ ପର୍ଯ୍ୟନ୍ତ କଲେ ଓ ଏହାର ଫଳ ସ୍ୱରୂପ ଯେତେବେଳେ ସେ କିଛି ବର୍ଷ ପରେ ଡାକ୍ତର ପାଖରେ ପହଞ୍ଚିଲେ ତାଙ୍କ ସ୍ଥିତିରେ ସୁଧାର ଦେଖି ଡାକ୍ତର ବି ଆଶ୍ଚର୍ଯ୍ୟ ହୋଇଗଲେ ।

ଆପଣଙ୍କୁ ଜଣାଇ ଦେଉଛୁ କି ଏହି ଗୁଲି ରୋଷେଇରେ ବ୍ୟବହାର କରାଯାଉଥିବା ସାମାନ୍ୟ ହଳଦିର ଗୁଲି ନଥିଲା । ଏହା ତା ଠାରୁ ବହୁତ ଅଲଗା ଥିଲା । ଅନୁମାନ କରାଯାଏ କି ଦଶ ଦିନର ଏହି ଗୁଲିର ମୂଲ୍ୟ ୪୨୯୭ ଟଙ୍କା ଅଟେ । ଏଥିରେ ରୋଷେଇରେ ବ୍ୟବହାର କରାଯାଉଥିବା ହଳଦି ଅପେକ୍ଷା ଅଧିକ ମାତ୍ରାରେ କରକ୍ୟୁମିନ ଥାଏ । ପ୍ରକୃତରେ କରକ୍ୟୁମିନ ଏକ ପ୍ରକାରର ତତ୍ଵ ଅଟେ ଯାହା ହଳଦୀରୁ ମିଳିଥାଏ ଓ ଏହି କାରଣରୁ ହଲଦିର ଗୁଲି ମହିଳା ଜଣଙ୍କର କ୍ୟାନ୍ସର ରୋଗକୁ ଭଲ କରିବାରେ ସକ୍ଷମ ହୋଇଛି ।

ତେବେ ଆପଣଙ୍କୁ ଏହି ଲେଖାଟି କିପରି ଲାଗିଲା କମେଣ୍ଟ ବକ୍ସରେ ଜଣାନ୍ତୁ ଓ ଆହୁରି ଏହି ଭଳି କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *