ଏବେ ପୁରା ସଂସାର ଖତର୍ନାକ କରୋନା ଭାଇରସ ଦ୍ଵାରା ପ୍ରଭାବିତ ଅଛି, ଇମ୍ୟୁନିଟି ସିଷ୍ଟମ ସବୁ ପ୍ରକାର ବ୍ୟାକ୍ଟେରିଆ ବା ଭାଇରସ ଠାରୁ ଆମ ଶରୀରକୁ ରକ୍ଷା କରିଥାଏ, ଯାହା ଦ୍ଵାରା ମଣିଷ ରୋଗ ରେ ପଡି ନଥାଏ ବା କମ ରୋଗ ରେ ପଡିଥାଏ । ଇମ୍ୟୁନିଟି ସିଷ୍ଟମ ଖରାପ ହବାରୁ ମଣିଷ ଏହି ଭଳି କରୋନା ଭାଇରସ ଓ ଅନ୍ୟ ମହାମାରୀ ରୋଗ ସମ୍ପର୍କ ରେ ଜଲ୍ଦି ପଡିଥାଏ । ନିଜ ଇମ୍ୟୁନିଟି ସିଷ୍ଟମ ମଜବୁତ କରିବା ପାଇଁ ଆମକୁ ଭାରତ ପ୍ରାଚୀନ ପ୍ରଣାଳୀ ଉପରେ ଧ୍ୟାନ ଦବା ଉଚିତ ଅଟେ, ଏମିତିରେ ହଳଦୀ ଠାରୁ ଅଧିକ ଲାଭଦାୟ ଜିନିଷ କିଛି ନୁହେଁ ।
ହଳଦୀ ରେ କରକ୍ୟୁମିନ ନାମକ ଗୋଟେ ତତ୍ଵ ମିଳିଥାଏ, ଯାହା ଦ୍ଵାରା ହଳଦୀ ଏଂଟୀ-ଇଂଫ୍ଲେମେଟରୀ, ଏଂଟୀସେପ୍ଟିକ ଓ ଏଂଟୀ-ବୈକ୍ଟୀରିୟଲ ଗୁଣ ରେ ସମୃଦ୍ଧ ଅଟେ, ହଳଦୀ ଏହି ଗୁଣର ଲାଭ ପାଇବା ପାଇଁ ରୋଷେଇ କଲା ବେଳେ ଖାଦ୍ୟରେ ଓ ରାତିରେ ଶୋଇବା ଆଗରୁ ଖିରରେ ଅଳ୍ପ ପକେଇ ସେବନ କରିବା ଆବଶ୍ୟକ ବୋଲି କୁହା ଯାଉଛି । ହଳଦିରେ ଥିବା କରକ୍ୟୁମୀନ ଦ୍ଵାରା ଆମ ଇମ୍ୟୁନିଟି ସିଷ୍ଟମ ମଜବୁତ ହୋଇଥାଏ, ଯାହା ଫଳରେ ସାମାନ୍ୟ ଭାଇରସ ବା ଛୋଟ ମୋଟ ରୋଗ ଆମ ଶରୀରକୁ ହାନି କରି ପାରନ୍ତି ନାହିଁ ।
ଆସଥ୍ମା ସମସ୍ୟା ବାସ୍ତବ ରେ ଇମ୍ୟୁନିଟି ସିଷ୍ଟମ ଅତିସଂବେଦନଶୀଳ ରିୟାକ୍ସନ ଉତ୍ପନ କରିଥାଏ, କରକ୍ୟୁମୀନ ଏହି ପ୍ରତିକ୍ରିୟାରେ ସମାନ୍ତା ବସେଇ ଥାଏ ଯାହା ଦ୍ଵାରା ଆସଥ୍ମା ରୋଗୀଙ୍କୁ ଆରାମ ମିଳିଥାଏ । ହଳଦିରେ ମୁଖ୍ୟ ଭାବରେ କରକ୍ୟୁମୀନ ଥାଏ ଯାହା ଆମ ଇମ୍ୟୁନିଟି ସିଷ୍ଟମକୁ ଶକ୍ତି ଦେଇଥାଏ, ଏହା ଗଛ ଦ୍ଵାରା ଉତ୍ପନ ଗୋଟେ ରାସାୟନିକ ୟୋଗିକ ଅଟେ, ଏଥିରେ ଚିକିତ୍ସା ସମ୍ବନ୍ଧିତ ବହୁତ ଗୁଣ ହୋଇଥାଏ ।
ହଳଦୀ ଦ୍ଵାରା ଥଣ୍ଡା, କାସ, ଶ୍ଵାସ ସମ୍ବନ୍ଧିତ ରୋଗ ସଂକ୍ରମଣ ବା ଏହା ସମ୍ବନ୍ଧିତ ରୋଗ ବା ଭାଇରଲ ଜର ଓ କେତେକ ଅନ୍ୟ ସମସ୍ୟାରୁ ମଧ୍ୟ ଆରାମ ଦେଇଥାଏ । ହଳଦୀ ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ ଓ ସଠିକ ମାତ୍ରା ରେ ହଳଦି ସେବନ କଲେ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଭଲ କରିଥାଏ । ତେବେ ଆଜି ଠାରୁ ହଳଦି ସେବନ କରିବା ଆରମ୍ଭ କରନ୍ତୁ ଯାହା ଫଳରେ ଆପଣଙ୍କ ଇମ୍ୟୁନିଟି ସିଷ୍ଟମ ଭଲ ରହିବ ଓ ଆପଣଙ୍କୁ କୌଣସି ପ୍ରକାର ଭାଇରଲ ରୋଗ ହବାରୁ ଅଟକେଇ ପାରେ । ଆଗକୁ ମଧ୍ୟ ଏହିଭଳି ସ୍ୱାସ୍ଥ୍ୟ ଅସମ୍ବନ୍ଧିତ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।