ହନିମୁନ ରେ ନିଜ ମା କୁ ସାଙ୍ଗରେ ନେଇଥିଲା ଝିଅ, କିଛି ମାସ ପରେ ମା ଦେଲେ ଜ୍ୱାଇଁର ପିଲା କୁ ଜନ୍ମ

ମା ଝିଅର ସମ୍ପର୍କ କେତେ ଯେ ମଧୁର ଏହା ତ ଆପଣ ଜାଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଏଭଳି ମା ଝିଅଙ୍କ ବିଷୟରେ କହିବୁ ଯାହା ଶୁଣି ଆପଣ ମୁଣ୍ଡରେ ହାତ ଦେବେ । କାହିଁକି ନା ମା ଝିଅ ସହ ଏଭଳି କାମ କରିଛି ଯାହା କେବେବି କୌଣସି ଝିଅ ସ୍ଵପ୍ନରେ ବି ଭାବିବ ନାହିଁ । ଗୋଟେ ମା ତା ନିଜ ଜ୍ଵାଇଁ ସହ ଅବୈଧ ସମ୍ପର୍କ ରଖି ତାର ସନ୍ତାନକୁ ଜନ୍ମ ଦେଇଛି ।

ଓ ନିଜ ଝିଅର ବିଶ୍ଵାସରେ ବିଷ । ତେବେ ଆସନ୍ତୁ ଜାଣିବା ସଂପୂର୍ଣ୍ଣ ଘଟଣା କଣ ।

ଏଇ ଖବର ଟି ସୋସିଆଲ୍ ମିଡ଼ିଆ ରେ ବହୁତ ଭାଇରାଲ୍ ହୋଇଛି, ଯେଉଁଥିରେ କି ବହୁତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିବାହ କରିବା ପରେ ସବୁ ଯୋଡ଼ି ସାତ ଜନ୍ମ ପାଇଁ ଏକାଠି ରହିବାର କଥା ଦିଅନ୍ତି, କିନ୍ତୁ ଏଠି ଅଲଗା ଦେଖିବାକୁ ମିଳିଛି । ଏଇ ଘଟଣା ଟି ଲଣ୍ଡନ୍ ର ଯେଉଁଠି ୩୪ବର୍ଷ ର ମହିଳା ନିଜ ସାଙ୍ଗ କୁ ବିବାହ କରିବା ପରେ ବହୁତ ଖୁସି ଥିଲେ ।  ତାଙ୍କ ନା ଲାରୈନ, ତାଙ୍କ ମାଆ ବାହାଘର ରେ ୧୫୦୦୦ ପାଉଣ୍ଡ ବା ୧୪ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲେ ।

ଲାରୈନ ଓ ପାଲ୍ ବହୁତ ଆଗରୁ ପ୍ରେମ ସଂପର୍କ ରେ ଥିଲେ । ସେମାନଙ୍କ ବିବାହ ପୂର୍ବରୁ ଗୋଟେ ପିଲା ହୋଇ ସାରିଥିଲା । ସେ କହିବା ଅନୁସାରେ ଯେବେ ବିବାହ ହେଲା ତ ହନିମୁନ ରେ ସେ ନିଜ ସାଥୀ ରେ ମା କୁ ନେଇଥିଲେ । ତାପରେ ପତି ଓ ମା ମଧ୍ଯ ରେ ଭଲ କଥାବାର୍ତ୍ତା ଥିଲା, ଦିଜଣ ବେଶି ମିଶିଥିଲେ, ହସୁଥିଲେ ଓ ମଜା କରୁଥିଲେ । ଲାରୈନ ଅଜଣା ଥିଲେ ତାଙ୍କ ଭିତରେ କଣ ଚାଲିଛି ।

୨ ମାସ ପରେ ସେମାନଙ୍କ ସତ ଜଣାପଡ଼ିଲା ପରେ ମା ଓ ପତି, ତାଙ୍କୁ ଛାଡିକି ପଳେଇଲେ, ଓ ଏକାଠି ରହିଲେ । ତାପରେ କିଛି ମାସ ପରେ ମା ପାଲ୍ ଙ୍କ ପିଲା ର ମା ହେଲେ । ଘଟଣା ଜଣାପଡିବା ପରେ ତାଙ୍କ ମା ସତ ସ୍ବୀକାର କରିଥିଲେ, ହେଲେ ଯେତେବେଳେ ଜ୍ୱାଇଁ ଙ୍କ ପିଲା କୁ ଜନ୍ମ ଦେଲେ ସେତେ ବେଳେ ସେ ସତ କୁ  ସ୍ବୀକାର କରିଥିଲେ ।

Leave a Reply

Your email address will not be published. Required fields are marked *