ହନୁମାନଙ୍କର ଗୋଟିଏ ଭୁଲ ପାଇଁ ଦଣ୍ଡ ଆଜି ପର୍ଯ୍ୟନ୍ତ ଭୋଗୁଛନ୍ତି ଏଠିକାର ମହିଳାମାନେ

କହିବାକୁ ଗଲେ ବଜରଙ୍ଗବଲିଙ୍କୁ ସଂକଟମୋଚନ ବୋଲି କୁହାଯାଏ । ମାନ୍ୟତା ଅନୁସାରେ କଳିଯୁଗରେ ହନୁମାନ ହିଁ ନିଜ ଭକ୍ତ ମାନଙ୍କର ସଙ୍କଟ ଦୂର କରିଥାନ୍ତି । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଆମ ଦେଶରେ ଏକ ଏମିତି ଜାଗା ଅଛି ଯେଉଁଠି ଆଜି ପର୍ଯ୍ୟନ୍ତ ମହିଳାମାନେ ହନୁମାନଙ୍କର ଗୋଟିଏ ଭୁଲ ପାଇଁ ଦଣ୍ଡ ଭୋଗୁଛନ୍ତି । ଏହା କିନ୍ତୁ ଏକ ସତ ଘଟଣା ଅଟେ । ଆଜି ଆମେ ଆପଣମାନଙ୍କୁ ହନୁମାନଙ୍କର ସେହି ଭୁଲ ବିଷୟରେ କହିବୁ ।

ଗୋଟିଏ ପଟେ ଯେଉଁଠି ଲୋକମାନେ ନିଜ ସମସ୍ୟାରୁ ବଞ୍ଚିବା ପାଇଁ ହନୁମାନଙ୍କର ପୂଜା କରିଥାନ୍ତି ସେଠି ଉତ୍ତରାଖଣ୍ଡରେ ଏକ ଏମିତି ଗ୍ରାମ ଅଛି ଯେଉଁଠି ମହିଳାମାନେ ହନୁମାନଙ୍କର ଭୁଲର ଦଣ୍ଡ ଆଜି ପର୍ଯ୍ୟନ୍ତ ଭୋଗୁଛନ୍ତି । ସେଥିପାଇଁ ଏଠି ହନୁମାନଙ୍କର ମନ୍ଦିର ବି ନାହିଁ । କହିବାକୁ ଗଲେ ଏହି ପ୍ରସଙ୍ଗ ରାମାୟଣ କାଳର ଅଟେ । ଯେତେବେଳେ ହନୁମାନ ଲକ୍ଷ୍ମଣଙ୍କ ପାଇଁ ସଞ୍ଜିବନୀ ବୁଟୀ ନେବା ପାଇଁ ଦ୍ରୋଣାଗିରୀ ପର୍ବତ ଯାଇଥିଲ ଯାହା କି ବର୍ତ୍ତମାନ ସମୟରେ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ଅବସ୍ଥିତ ।

ମାନ୍ୟତା ଅନୁସାରେ ଯେତେବେଳେ ହନୁମାନ ସଞ୍ଜିବନୀ ବୁଟୀ ପାଇଁ ଏହି ଗ୍ରାମରେ ପହଞ୍ଚିଲେ ତେବେ ସେ ଏକ ବୁଦ୍ଧ ମହିଳାଙ୍କୁ ସଞ୍ଜିବନୀ ବିଷୟରେ ପଚାରିଥିଲେ ଏବଂ ସେ ଏକ ସାମନାରେ ଥିବା ପାହାଡକୁ ଦେଖାଇଲେ । ଏମିତିରେ ହନୁମାନ ସେହି ପାହାଡକୁ ପାଖକୁ ଯାଇ ଦୁବିଧାରେ ପଡିଗଲେ କି ଏତେ ବଡ ପାହାଡରେ ସେ ସଞ୍ଜିବନୀ ବୁଟୀ କେମିତି ଖୋଜିବେ ଏବଂ ତାଙ୍କ ପାଖରେ ସମୟ ବି କମ ଥିଲା ।

ଏମିତିରେ ହନୁମାନ କିଛି ନ ଭାବିଚିନ୍ତି ପୁରା ପାହାଡକୁ ଭାଙ୍ଗି ନେଇଗଲେ । କିନ୍ତୁ ସେହି ପାହାଡ ଦ୍ରୋଣାଗିରୀ ଗ୍ରାମବାସୀଙ୍କ ପାଇଁ ବହୁତ ମହତ୍ଵପୂର୍ଣ ଥିଲା । ଏଥିପାଇଁ ସେହି ଗ୍ରାମର ଲୋକମାନେ ହନୁମାନଙ୍କ ଉପରେ ରାଗିଗଲେ ଏବଂ ତାଙ୍କର ରାଗ ଆଜି ପର୍ଯ୍ୟନ୍ତ ଅଛି । କୁହନ୍ତି କି ସେହି ଦ୍ରୋଣାଗିରୀ ଗ୍ରାମର ଲୋକମାନେ ହନୁମାନଙ୍କର ଏହି କାମରେ ଏତେ କ୍ରୋଧିତ ହୋଇଗଲେ ଯେ ହନୁମାନଙ୍କୁ ସେହି ପାହାଡ ବିଷୟରେ କହିଥିବା ସେହି ବୁଦ୍ଧ ମହିଳାଙ୍କୁ ସମାଜରୁ ବହିସ୍କୃତ କରିଦେଲେ । ସେହି ବୁଦ୍ଧ ମହିଳାଙ୍କର ଭୁଲର ଦଣ୍ଡ ଆଜି ପର୍ଯ୍ୟନ୍ତ ସେହି ଗ୍ରାମର ମହିଳାମାନଙ୍କୁ ମିଳୁଛି ।

କାରଣ ସେହି ପାହାଡକୁ ଗ୍ରାମର ପୁରୁଷ ମାନେ ହିଁ ପୂଜା କରି ପାରିବେ ଏବଂ ଏହି ପୂଜାରେ କୌଣସି ମହିଳା ସାମିଲ ହୋଇ ପାରିବେ ନାହିଁ । ଏହି ପୂଜା ଦିନରେ କୌଣସି ପୁରୁଷ କୌଣସି ମହିଳାଙ୍କ ହାତରୁ ଭୋଜନ କରି ପାରିବେ ନାହିଁ । ସେଥିପାଇଁ ଆଜି ପର୍ଯ୍ୟନ୍ତ ହନୁମାନଙ୍କର ଗୋଟିଏ ଭୁଲ ପାଇଁ ଦ୍ରୋଣାଗିରୀର ମହିଳାମାନେ ଦଣ୍ଡ ଭୋଗୁଛନ୍ତି । ସେଥିପାଇଁ ଗ୍ରାମରେ ହନୁମାନଙ୍କର ପୂଜା ବି ହୁଏ ନାହିଁ ଏବଂ ତାଙ୍କର ମନ୍ଦିର ବି ନାହିଁ ।

Leave a Reply

Your email address will not be published. Required fields are marked *