ଏହି ମନ୍ଦିରରେ ନାରୀ ବେଶରେ ପୂଜା ପାଆନ୍ତି ହନୁମାନ, ସମସ୍ତ ପ୍ରକାର ରୋଗ ଭଲ କରିବା ପାଇଁ ଆସନ୍ତି ଲୋକ

ହନୁମାନ ଶ୍ରୀ ରାମଙ୍କର ପରମ ଭକ୍ତ ଥିଲେ ଏବଂ ଲୋକମାନେ ମାନନ୍ତି କି କଳିଯୁଗରେ ମଧ୍ୟ ହନୁମାନ ଅଛନ୍ତି । ଯେବେ କେହି ଭକ୍ତ ହନୁମାନଙ୍କୁ କୌଣସି ନାମରେ ମନେ ପକାନ୍ତି ସେ ତାର ପାର୍ଥନ ଅବଶ୍ୟ ଶୁଣନ୍ତି । ସୁନ୍ଦରକାଣ୍ଡରେ ମଧ୍ୟ ବର୍ଣିତ ଅଛି “ଔର ଦେବତା ଚିତ୍ତ ନ ଧରଇ , ହନୁମାନ ସେହି ସର୍ବ ସୁଖ କରଇ” । ଏହାର ଅର୍ଥ ଅନ୍ୟ ଦେବତା ମାନେ ପ୍ରାର୍ଥନା ଶୁଣିବାକୁ ଡେରି ଲଗେଇ ପାରନ୍ତି କିନ୍ତୁ ଶ୍ରୀ ହନୁମାନ ତୁରନ୍ତ ଭକ୍ତର ଡାକ ଶୁଣିଥାନ୍ତି । ବାଳବ୍ରହ୍ମଚାରୀ ହନୁମାନଙ୍କର ମନ୍ଦିର ଆପଣଙ୍କୁ ଅଲଗା ଅଲଗା ପ୍ରକାରର ମିଳିଯିବ କେଉଁଠି ଶୋଇଥିବା ଅବସ୍ଥାରେ ତ କେଉଁଠି ନିଜ ପତ୍ନୀଙ୍କ ସହିତ ବିରାଜମାନ ହୋଇଥାନ୍ତି କିନ୍ତୁ ଏପରି ଏକ ମନ୍ଦିର ଅଛି ଯେଉଁଠି ସେ ନିଜେ ଗୋଟିଏ ନାରୀ ବେଶରେ ପୂଜା ପାଉଛନ୍ତି ।

ଏହି ମନ୍ଦିର ଛତିଶଗଡର ରତନପୁର ଗ୍ରାମରେ ଅବସ୍ଥିତ ଏବଂ ଏହା ଏକ ମାତ୍ର ମନ୍ଦିର ଯେଉଁଠି ଶ୍ରୀ ହନୁମାନ ସ୍ତ୍ରୀ ରୂପରେ ପୂଜା ପାଉଛନ୍ତି । ଏହି ପ୍ରତିମା ଆଜିର ନୁହେଁ ଦଶ ହଜାର ବର୍ଷ ପୁରୁଣା ଅଟେ । ଯେଉଁ ଭକ୍ତ ଏଠାକୁ ଶ୍ରଦ୍ଧାର ସହିତ ଆସେ ଓ ମଥା ଟେକିଥାଏ ତାର ସବୁ ମନୋକମାନ ହନୁମାନ ପୂରଣ କରିଥାନ୍ତି ।

ହନୁମାନଙ୍କୁ ସ୍ତ୍ରୀ ରୂପରେ ପୂଜା ଯାଉଥିବା ଓ ଏହି ମନ୍ଦିର ଏଠାରେ ସ୍ଥାପିତ ହେବା ପଛରେ ଗୋଟିଏ କଥା ଅଛି । ବହୁତ ବର୍ଷ ପୂର୍ବେ ରତନପୁରର ରାଜା ଦେବଜୁ କୁଷ୍ଠ ରୋଗରେ ପୀଡିତ ଥିଲେ । ବହୁତ ବୈଦ୍ୟ ଦେଖାଇବା ପରେ ମଧ୍ୟ ରୋଗ ଭଲହେଲା ନାହି । ସେ ହନୁମାନଙ୍କର ଭକ୍ତ ଥିଲେ ।

 

ସ୍ଵପ୍ନରେ ହନୁମାନ ରାଜାଙ୍କୁ ତାଙ୍କର ଏକ ମନ୍ଦିର ନିର୍ମାଣ କରିବାକୁ ଆଦେଶ ଦେଲେ । ସେ ରାଜାଙ୍କୁ ତାଙ୍କର ପ୍ରତିମାକୁ ମହାମାୟା କୁଣ୍ଡରୁ ଆଣି ମନ୍ଦିରରେ ସ୍ଥାପିତ କରିବା ପାଇଁ ଆଦେଶ ଦେଲେ । ତା ପର ଦିନ ରାଜା ନିଜେ ସେହି କୁଣ୍ଡରୁ ହନୁମାନଙ୍କ ପ୍ରତିମା ବାହାର କଲା ପରେ ସେ ଚକିତ ହୋଇଗଲେ କାରଣ ସେହି ପ୍ରତିମା ଗୋଟିଏ ସ୍ତ୍ରୀ ରୂପରେ ଥିଲା ।

 

ରାଜା ହନୁମାନଙ୍କ ଆଦେଶ ମାନି ମନ୍ଦିର ନିର୍ମାଣ କଲେ । ମନ୍ଦିର ନିର୍ମାଣ କରିବା ପରେ ତାଙ୍କର କୁଷ୍ଠ ରୋଗ ଭଲ ହୋଇଗଲା । ରାଜା ହନୁମାନଙ୍କର ମହିମା ଜାଣିଗଲେ । ତାଙ୍କର ରୋଗ ଭଲ ହୋଇଯିବା ଦେଖି ପ୍ରଜା ବି ଚକିତ ହୋଇଗଲେ। ଏହା ପରେ ଏହି ମନ୍ଦିରର ଗୁଣଗାନ ଜଗତ କରିବାକୁ ଲାଗିଲା । ଆଜି ବି ଏଠାରେ ହନୁମାନଙ୍କର ନାରୀ ପ୍ରତିମା ପୂଜା ପାଆନ୍ତି ଏବଂ ଦୂର ଦୁରାନ୍ତରୁ ଲୋକ ନିଜ ସମସ୍ୟା ନେଇ ଆସନ୍ତି।

Leave a Reply

Your email address will not be published. Required fields are marked *