ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଅଭିନେତା ମନୋଜ ମିଶ୍ରଙ୍କୁ ବେସ ଭଲ ଭାବେ ଜଣାଇଥିବେ । ସେ ଗତ କିଛି ସମୟ ହେବ ଗଣମାଧ୍ୟମରେ ହକି ୱାର୍ଲ୍ଡ କପକୁ ନେଇ ନିଜର ବଡ ବୟାନ ଦେଇଛନ୍ତି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ସେ କହିଛନ୍ତି ଯେ “ଗତ କାଲି ଓଡିଶାର କଟକ ବାରବାଟୀ ଷ୍ଟାଡିୟମରେ ୱାର୍ଲ୍ଡକପ ହକି ର ଏନାଗ୍ରୋସେନ ସେରିମନି ହୋଇଥିଲା । ବହୁତ ଭବ୍ୟ, ସୁନ୍ଦର, ବଢିଆ ।
ଆମ ଓଲିଉଡ, ବଲିଉଡ ଷ୍ଟାର ମାନେ ସେଥିରେ ପର୍ଫୋମାଂସ କରିଥିଲେ । ବହୁତ ଖୁସି ଲାଗିଲା । ସାଧାରଣର ଲୋକ ହିସାବରେ ମୋତେ ବହୁତ ଖୁସି ଲାଗିଲା ଯେ ଆମକୁ ବି ମାନେ ଓଲିଉଡ କଳାକାରଙ୍କୁ ସେଥିରେ ଚାନ୍ସ ମିଳିଥିଲା ପର୍ଫୋମାଂସ କରିବା ପାଇଁ । କିନ୍ତୁ ପୁଣି ଯଦି ମୁଁ ଭାବିବି ଯେ ମୋର ସିନେମାର ପରିଧିରେ ଦେଖିକି ତା ହେଲେ ଯଦି ଓଡିଶାରେ ନ ହୋଇକି ହାଇଦ୍ରାବାଦରେ ହୋଇଥାନ୍ତା ତାହେଲେ କଣ ମେନ ଟାଇମିଙ୍ଗ ଯାହା 6ଟା ରୁ 8ଟା ଯେଉଁଥିରେ ନ୍ୟାସନ୍ୟାଲ ଟେଲିକାଷ୍ଟ ହୋଇଥିଲା ଯାହା କି ମେନ ଇଭେଣ୍ଟ ଥିଲା ।
ସେହି ସମୟରେ କଣ ଯଦି ହାଇଦ୍ରାବାଦରେ ହୋଇଥାନ୍ତା ତାହେଲେ କଣ ତେଲୁଗୁ କଳାକାରଙ୍କୁ ସେଥିରେ ଚାନ୍ସ ମିଳି ନ ଥାନ୍ତା । ଯଦି ଚେନ୍ନାଇରେ ହୋଇଥାନ୍ତା ସେଠାରେ ଯେଉଁ ବଡ ବଡ ଷ୍ଟାର ଅଛନ୍ତି ସେମାନଙ୍କୁ ପର୍ଫୋମାଂସ କରିବାକୁ ଚାନ୍ସ ମିଳି ନ ଥାନ୍ତା । ଯଦି ସାଉଥର କୌଣସି ଜାଗାରେ ହୋଇଥାନ୍ତା ତେବେ ସାଉଥର ହିରୋଇନ ମାନଙ୍କୁ ଏଥିରେ ପର୍ଫୋମାଂସ କରିବାକୁ ଚାନ୍ସ ମିଳି ନ ଥାନ୍ତା ।
ନିଶ୍ଚିନ୍ତ ଭାବେ ମିଳିଥାନ୍ତା । ଆମ କଲିକତାରେ ବି ଯଦି ହୋଇଥାନ୍ତା ତାହେଲେ କଣ ପର୍ଫୋମାଂସ ପାଇଁ ଚାନ୍ସ ନିଶ୍ଚୟ ମିଳିଥାନ୍ତା । ଏହାର କାରଣ ସେମାନଙ୍କର ସିନେମା ରାଷ୍ଟ୍ରୀୟ ସ୍ତରରେ ପହଞ୍ଚି ସାରିଛି । ଆଉ ସେମାନଙ୍କୁ ରାଷ୍ଟ୍ରୀୟ ସ୍ତରରେ ଲୋକେ ଜାଣିଛନ୍ତି । ଯେଉଁ ସମୟରେ ଅଭିନେତା ରଣବିର କପୁର, ଅଭିନେତ୍ରୀ ଦିଶା ପଟାନୀ ପର୍ଫୋମ କରିଥିଲେ ସେହି ସମୟରେ ଆମର ବି ଓଡିଆ ଲୋକଙ୍କୁ ବା ସ୍ତରଙ୍କୁ ମିଳିଥାନ୍ତା ଯଦି ଆମକୁ ବି ରାଷ୍ଟ୍ରୀୟ ସ୍ତରରେ ଲୋକେ ଜାଣିଥାନ୍ତେ ।
ତେଣୁ ଏଥିରେ ଦୋଷ କାହାର ? ଆମେ ବହୁତ ସହଜରେ କହିବା କି ଆମକୁ ଚାନ୍ସ ମିଳିଲା ନାହି । ଆମେ କାହାକୁ ଦୋଷ ଦେବା ଉଚିତ ନୁହେଁ । ମୋତେ ବହୁତ ଲୋକ ଫୋନ କରି କହିଲେ ଆମକୁ କାହିଁକି ଚାନ୍ସ ମିଳିଲା ନାହି ? ମୁଁ କହିଲି ଆମକୁ ଚାନ୍ସ ମିଳିନାହି ଏଥିରେ ଆମର ଦୋଷ ଅଛି । ମୁଁ ତ କହୁଛି ମୋର ନିଜ ପରିଚୟ ଭାରତସାରା ବନାଇ ନାହି ତେଣୁ ମୋର ଦୋଷ ।
ମୋର ଯଦି କାଲି ଗୋଟେ ଫିଲ୍ମ 500 କି 1000 କୋଟିର ବିଜନେସ କରିବ ଦେଖିବା କେମିତି ହେବନି ନିଶ୍ଚୟ ହେବ । ଆମେ ନିଜେ ଭୁଲ କରୁଛୁ ଅନ୍ୟକୁ ଦୋଷ ଦେଲେ କିଛି ହେବନି । ଆମେ ଆଜି ଯାଏଁ ଏମିତି କୋଣସି ସିନେମା କରି ନାହୁଁ ଯାହା ପାଇଁ ଆମକୁ ଭାରତରେ ଲୋକେ ଚିହ୍ନିବେ । କଷ୍ଟ ହେଲେ ବି ଏ କଥା ସତ” । ତା ହେଲେ ବନ୍ଧୁଗଣ ଆପଣଙ୍କର ଅଭିନେତା ମନୋଜ ମିଶ୍ର ଦେଇଥିବା ମନ୍ତବ୍ୟକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।