ଏଚଆଇଭି ରୋଗରୁ ସମ୍ପୁର୍ଣ୍ଣ ଭାବରେ ଭଲ ହୋଇଗଲେ ଏହି ବ୍ୟକ୍ତି, ଜାଣନ୍ତୁ କି ଭଳି ହେଲା ଚିକିତ୍ସା

ଏଚଆଇଭି ଦ୍ଵାରା ପୀଡିତ ଥିବା ବ୍ୟକ୍ତି ଏବେ ପୂର୍ଣ ଭାବରେ ଭଲ ହୋଇ ନିଜେ ନିଜ ପରିଚୟ ସାର୍ବଜନୀକ କରିବା ପାଇଁ ଆଗକୁ ଆସିଛନ୍ତି । ଏହା ଆଗରୁ ସେହି ଲୋକକୁ ଲଣ୍ଡନ ପେସେଣ୍ଟ ବୋଲି କୁହା ଯାଉଥିଲା, ଏଚଆଇଭି ଦ୍ଵାରା ପୀଡିତ ଏହି ବ୍ୟକ୍ତି ନା ଏଡମ କେଷ୍ଟିଲେଜୋ ଅଟେ ଯିଏ ଏଚଆଇଭି ଭଳି ଭୟଙ୍କର ଓ କେବେ ଭଲ ନହବା ରୋଗକୁ ମଧ୍ୟ ହରେଈ ଦେଇଛନ୍ତି । ହେଲେ କେମିତି ସେ ବିଷୟରେ ଜାଣିବା ପାଇଁ ନିଶ୍ଚୟ ପଢନ୍ତୁ ଆମର ଏହି ଆର୍ଟିକ୍ଲ ।

ଏଡମ ଦୁନିୟାର ଦ୍ୱିତୀୟ ଏମିତି ମଣିଷ ଯିଏ ଏଚଆଇଭିରୁ ସମ୍ପୂର୍ଣ ଭାବରେ ଭଲ ହୋଇଛନ୍ତି, ଏଚଆଇଭି ଠାରୁ ସମ୍ପୂର୍ଣ ଭାବରେ ଭଲ ହୋଇଥିବା ପ୍ରଥମ ବ୍ୟକ୍ତି ନା ଟିମୋଥି ବ୍ରାଉନ ଅଟେ ।

ଏହା ଆଗରୁ ୨୦୦୮ରେ ଟିମୋଥି ଏଚଆଇଭି ଠାରୁ ମୁକ୍ତ ହେଲା ପରେ ଘୋଷଣା କରିଥିଲେ, ଟିମୋଥି ଓ ଏଡମ ଦୁହିଙ୍କ ଏଚଆଇଭି ଗୋଟେ ପ୍ରକାର ଚିକିତ୍ସା ଦ୍ଵାରା ଭଲ ହୋଇଛି । ସୋମବାର ଦିନ ହୋଇଥିବା ଗୋଟେ ଇଣ୍ଟରଭ୍ୟୁ ରେ ୪୦ ବର୍ଷୀୟ ଏଡମ ନିଜ ପରିଚୟ ଦେଇଥିଲେ, ଏଡମ କହିବା ଅନୁଯାଇ ସେ ଅନ୍ୟ ଲୋକଙ୍କ ପାଇଁ ଗୋଟେ ଆଶାର ଆଲୋକ ହବାକୁ ଚାହନ୍ତି ସେଥିପାଇଁ ସେ ନିଜ ପରିଚୟ ଲୋକଙ୍କ ମଧ୍ୟରେ ଆଣିଛନ୍ତି ।

ଏଡମକୁ ଗତ ବର୍ଷ ଏଚଆଇଭି ଘୋଷିତ କରା ଯାଇଥିଲା, ୧୮ ମାସ ଏନ୍ଟିରେଟ୍ରୋଭାଇରାଲ ଥେରେପି ଅଟକେଇଲା ପରେ ମଧ୍ୟ ଏଡମ ଶରୀରରେ ଭାଇରସ ନଥିଲା । ଏଡମ କହିବା ଅନୁଯାଇ ୨୦୦୩ଠାରୁ ସେ ଏଚଆଇଭି ସହ ପୀଡିତ ଥିଲେ, ବ୍ଲଡ କ୍ୟାନ୍ସର ଭଲ କରିବା ପାଇଁ ବୋନମ୍ୟାରୋ ଟ୍ରାନ୍ସପ୍ଳାଣ୍ଟ କରା ଗଲା । ଏହା ଦ୍ଵାରା ଏଡମ ଏଚଆଇଭି ଦ୍ଵାରା ମୁକ୍ତ ହୋଇ ପାରିଲେ, ସବୁ ଏଚଆଇଭି ରୋଗୀମାନଙ୍କ ପାଇଁ ବୋନମ୍ୟାରୋ ଟ୍ରାନ୍ସପ୍ଳାଣ୍ଟ ଉଚିତ ମନେ କରା ଯାଏ ନାହିଁ । ୨୦୧୨ରେ ଜଣା ପଡିଥିଲା ଯେ ଏଡମକୁ Hodgkin lymphoma ଗୋଟେ ପ୍ରକାର କ୍ୟାନ୍ସର ଅଛି ଯାହା ଦ୍ଵାରା ସେ ପୀଡିତ ଥିଲେ ପରେ ତାଙ୍କର ବୋନ ମ୍ୟାରୋ ଟ୍ରାନ୍ସପ୍ଳାଣ୍ଟ କରା ଯାଇଥିଲା ।

Leave a Reply

Your email address will not be published. Required fields are marked *