ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ଆମ ଜୀବନ ରେ ଶାସ୍ତ୍ର ର ବହୁତ ମହତ୍ତ୍ୱ ରହିଛି । ଶାସ୍ତ୍ର କୁ ବିଶ୍ଵ ର ପ୍ରାୟ ସମସ୍ତ ଲୋକ ବିଶ୍ୱାସ କରିଥାନ୍ତି । ଶାସ୍ତ୍ର ରେ ଲେଖା ହୋଇଥିବା ସମସ୍ତ କଥା ସତ୍ୟ ହୋଇଥାଏ ବୋଲି ଆମେ ମାନେ ବିଶ୍ୱାସ କରିଥାଉ ଏବଂ ଏହା ପ୍ରମାଣିତ ମଧ୍ୟ ହୋଇଛି । ଶାସ୍ତ୍ର ରେ ଅନେକ ଉପକାରୀ ଜିନିଷ ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଯାହା ସବୁ ଲେଖା ହୋଇଥାଏ ତାହା ସତ୍ୟ ଅଟେ ବୋଲି ଭଗବାନ ଶିବ ମଧ୍ୟ କହିଛନ୍ତି ।
ଶାସ୍ତ୍ର ରେ ଏପରି କିଛି ଲେଖା ହୋଇଥାଏ ବେଳେବେଳେ ଆମେ ଏହାକୁ ଦେଖିଲେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥାଉ । ଶାସ୍ତ୍ର ରେ ବିଭିନ୍ନ କଥା ସମ୍ପର୍କରେ ଲେଖା ହୋଇଥାଏ । ଶାସ୍ତ୍ର ରେ ଘର ର ମଙ୍ଗଳ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥାଏ ।

କଣ କଲେ ଆପଣଙ୍କ ର ସମସ୍ତ ଦୁଃଖ ଦୂର ହେବ ତାହା ଵିଷୟ ରେ ମଧ୍ୟ ଅନେକ କଥା କୁହାଯାଇଛି । ଶାସ୍ତ୍ର ଅନୁସା ରେ ହୋଲି ଦିନ କିଛି ଖାଇବାକୁ ବାରଣ କରାଯାଇଥାଏ । ଯଦି ଆପଣ ଏହାକୁ ଖାଇଥାନ୍ତି ତେବେ ଆପଣଙ୍କ ଘରକୁ ଦରିଦ୍ର୍ୟତା ମାଡି ଆସିଥାଏ । ତେବେ ସେହି ଜିନିଷ କଣ ଆସନ୍ତୁ ଜାଣିବା । ବନ୍ଧୁଗଣ ହୋଲି ଦିନ ଗ୍ରହ ମାନଙ୍କ ପ୍ରଭାବ ବହୁତ ଅଧିକ ରହିଥାଏ । ସେଥିପାଇଁ ହୋଲି ଦିନ ରାତିରେ ବହୁତ ଗୁଣି ଗାରେଡି ହୋଇଥାଏ ।

ତେଣୁ ଆପଣ ଏହିଦିନ କାହା ଘରେ କିମ୍ବା କୌଣସି ବ୍ୟକ୍ତି ଠାରୁ କିଛି ମଧ୍ୟ ଖାଆନ୍ତୁ ନାହିଁ । କେବଳ ଖାଦ୍ୟ ନୁହେଁ ପାଣି ମଧ୍ୟ ପିଅନ୍ତୁ ନାହିଁ । ଏହି ଦିନ ହୋଲିକା ଦହନ ହେଉଥିବା ସମୟ ରେ କୌଣସି ଚଉରା ରେ ଲାଗି କରି ଠିଆ ହୁଅନ୍ତୁ ନାହିଁ । କାରଣ ଏହି ଦିନ ଅନେକ ଲୋକ ସେହିଠାରେ ଛୁଆ ମାନଙ୍କ ର ଦେହ କୁ ଝଡା ଫୁଙ୍କା କରିଥାନ୍ତି । ଝଡା ଫୁଙ୍କା କରିବା ସମୟ ରେ ଲଙ୍କା ଲେମ୍ବୁ ଇତ୍ୟାଦି ସେହିଠାରେ ପକାଇଥାନ୍ତି ଯଦି ଏହା ଉପରେ ଆପଣଙ୍କ ର ପାଦ ପଡ଼ିଯାଏ ତେବେ ସମସ୍ତ ପ୍ରକାର ନକରାତ୍ମକ ଶକ୍ତି ଆପଣଙ୍କ ପାଖକୁ ଚାଲି ଆସିଥାଏ ।

ତେଣୁ ଏହି ଦିନ ଏଥିପ୍ରତି ବିଶେଷ ଭାବେ ଧ୍ୟାନ ଦେବେ । ଏହି ଦିନ ନାରୀ ମାନେ ନିଜର କେଶ କୁ ଖୋଲା ରଖନ୍ତୁ ନାହିଁ । କାରଣ କେଶ ଖୋଲା ରହିବ ଦ୍ଵାରା ନକରାତ୍ମକ ଶକ୍ତି କେଶ ମଧ୍ୟ ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାନ୍ତି । ତେଣୁ ଏହି ଦିନ କେଶକୁ ବାନ୍ଧି କରି ରଖନ୍ତୁ । ହୋଲି ଦିନ କାହାକୁ ମଧ୍ୟ ଟଙ୍କା ପଇସା ଉଧାର ସ୍ୱରୂପ ଦିଅନ୍ତୁ ନାହିଁ । ଯଦି ଆପଣ ଏହି ଦିନ କାହାକୁ ଉଧାର ଦିଅନ୍ତି ତେବେ ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଚାଲି ଯାଇଥାନ୍ତି । ଆପଣଙ୍କ ଘରେ ଅର୍ଥ ଜନିତ ବିଭିନ୍ନ ପ୍ରକାର ସମସ୍ୟା ଦେଖା ଦେଇଥାଏ ।

ଏହା ବ୍ୟତୀତ ହୋଲି ଦିନ ମାତା ଲକ୍ଷ୍ମୀ ଙ୍କ ସହିତ ସମ୍ଭନ୍ଧିତ କୌଣସି ଵସ୍ତୁ କାହାକୁ ଦିଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ଆପଣଙ୍କ ଘରେ ଦରିଦ୍ର୍ୟତା ଦେଖା ଦେଇଥାଏ । ହୋଲି ଦିନ କୌଣସି ପ୍ରକାର ଧଳା ଖାଦ୍ୟ ଖାଆନ୍ତୁ ନାହିଁ । କାରଣ ଅଧିକ ଭାବେ ଧଳା ଖାଦ୍ୟ ରେ ହିଁ ଗୁଣି ଗାରେଡି ହୋଇଥାଏ । ତେଣୁ ଏହି ଦିନ ଧଳା ଜିନିଷ ଯେପରି କି ମିଠା,ଖିରି କିମ୍ବା ଅନ୍ୟ କୌଣସି ଖାଦ୍ୟ ଖାଇବା ଉଚିତ ନୁହେଁ ।

ଏହି ଦିନ ଆପଣ ନିଜର ପୋଷାକ କୁ ବାହାରେ ସୁଖାନ୍ତୁ ନାହିଁ । ଏହା ଦ୍ଵାରା ଆପଣଙ୍କ ପୋଷାକ ରେ ନକରାତ୍ମକ ଶକ୍ତି ର ପ୍ରବେଶ ହୋଇଥାଏ । ଯାହା ଫଳରେ ଆପଣଙ୍କ ଘର ଉପରେ ଏହାର କୁ ପ୍ରଭାବ ପଡିଥାଏ । ତେଣୁ ଏହି ସବୁ ଜିନିଷ ହୋଲି ଦିନ ବିଲକୁଲ କରନ୍ତୁ ନାହିଁ । ତେବେ ବନ୍ଧୁଗଣ ଆଶା କରୁଛି ଏହା ଆପଣଂକୁ ନିଶ୍ଚିତ ଭାବରେ ବହୁତ ଭଲ ଲାଗିଥିବ ।
