ଆମ ଦେଶରେ ପ୍ରତିବର୍ଷ IAS, IPS ଓ UPSC ଆଦି ପରୀକ୍ଷା ପାଇଁ ଲକ୍ଷ ଲକ୍ଷ ପିଲା ପ୍ରସ୍ତୁତି କରିଥାନ୍ତି । କିନ୍ତୁ ଅନେକ ସମୟରେ ପରୀକ୍ଷାରେ ପାସ କରିବା ପରେ ମଧ୍ୟ କେତେକ ପିଲା ଇଣ୍ଟରଭ୍ୟୁ ସମୟରେ ପଚରା ଯାଇଥିବା ଏକ ସାମାନ୍ୟ ପ୍ରଶ୍ନର ଉତ୍ତର ଦେଇ ନ ପାରି ଫେଲ ହୋଇଯାନ୍ତି । ତେବେ ଆପଣ ଯଦି କେଉଁ ଚାକିରି ପାଇଁ ପ୍ରସ୍ତୁତ ହେଉଛନ୍ତି ତେବେ ନିଶ୍ଚୟ ଆମ ପ୍ରଶ୍ନ ଓ ଉତ୍ତର ସବୁ ପଢନ୍ତୁ ଓ ସେଗୁଡିକୁ ନିଜ ବନ୍ଧୁମାନଙ୍କ ସହ ସେୟାର ମଧ୍ୟ କରନ୍ତୁ ।
୧- ଡାଳ ନାହି କି ପତ୍ର ନାହି ଫୁଲ ନାହି କି ଫଳ ନାହି ରଙ୍ଗ ତାର କଳା ଆଉ ଗଛ ସିଏ ଲତା ମଣିଷକୁ ଛାଇ ଦିଏ ଖରାକୁ ସେ ଛତା ତାହା କଣ ?
ଉତ୍ତର- କେଶ
୨- ଦୁହେଁ ମିଶିଲେ କରଇ ଶବ୍ଦ ଜନ୍ତ୍ର ନୁହେଁ ସେ ତଥାପି ବାଦ୍ୟ । ଏଥର ଉତ୍ତର ଦିଅ ତାହା କଣ ?
ଉତ୍ତର- ହାତ ତାଳି ବା କର ତାଳି
୪- ଗଛ ଦାରୁ ପତ୍ର ସାରୁ ଫୁଲ ଧଳା ଫଳ କଳା ସେ ଫଳ ଯଦି ଖାଇବ ପାଖରେ ପାଣି ଥୋଇବ, ଏହା କଣ ?
ଉତ୍ତର- କଞ୍ଚାଲଙ୍କା
୫- ପବନ କହେ ସେ ପବନ ପିଏ ପବନରେ ତାର ଜୀବନ ଥାଇ ବାଜିଗଲେ କଣ୍ଟା ଦେହରେ ତାର କାଳରେ ତାର ଜୀବନ ଯାଏ, ତାହା କଣ ?
ଉତ୍ତର- ବେଲୁନ
୬- ଲାଞ୍ଜ ଅଛି ହେଲେ ଡେଣା ନାହି ଆକାଶରେ ଉଡେ ସାଇଁ ସାଇଁ ଏହି ଉତ୍ତର କହିବ ଯିଏ ମକର ଚାଉଳ ଖାଇବ ସିଏ ?
ଉତ୍ତର- ଗୁଡି
୭- ଏମିତି ବାଘ ସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ନ ଦେଖିଲେ ମାଉସୀ ଦେଖା ଲୋ କୁକୁରକୁ ତାର ପ୍ରବଳ ଡର, ଏହାର ଉତ୍ତର କଣ ?
ଉତ୍ତର- ବିଲେଇ
୮- ଦଉଡି ଦେଇ ଗଛରେ ଝୁଲେ ଖୁସି ହୁଅନ୍ତି ଦେଖିଲେ ପିଳେ ବାସନ୍ତୀ ଯାଇ ତା ଉପରେ ଗାଆନ୍ତି ଗୀତ ମନ ଖୁସିରେ ଏହାର ଉତ୍ତର କଣ ?
ଉତ୍ତର- ଦୋଳି
୯- କଞ୍ଚା ବେଳେ ଡାକନ୍ତି ଗୋଟିଏ ନାମ, ଶୁଖିଲା ପରେ ଡାକନ୍ତି ଆଉ ଗୋଟିଏ ନାମ ତାହା କଣ ?
ଉତ୍ତର- ପଇଡ ବା ନଡିଆ
୧୦- ସରଗରୁ ଆସିଲା ଟୋକାଟିଏ, ତା ମୁଣ୍ଡରେ ଟୋପି ଟିଏ ଏହାର ଉତ୍ତର କଣ ?
ଉତ୍ତର- ତାଳ
୧୧- ମୋ ସମାନାକୁ ଆସେ ସେ ମୁରୁକି ହସେ ମୁଁ କିଏ ?
ଉତ୍ତର- କ୍ୟାମେରା
୧୨- ତୁ ଯେତେ ହଲାଉଛୁ ହଲା, ମୁଁ ତଳେ ନ ପଡିଲେ ଗଲା ତାହା କଣ ?
ଉତ୍ତର- ଦୋଳି
୧୩- ଗୋଟିଏ ଶବ୍ଦରେ ଉତ୍ତର ଦିଅ, ଗୋଟିଏ ଫଳର ନାମ, ଗୋଟିଏ ଝିଅର ନାମ, ଗୋଟିଏ ରଙ୍ଗର ନାମ ତାହା କଣ ?
ଉତ୍ତର- କମଳା
୧୪- ମୁଁ ସବୁଜ ମୋ ଛୁଆ କଳା ଲୋକେ ମୋତେ ଛାଡି ମୋ ଛୁଆକୁ ଖାଇଥାନ୍ତି, ମୁଁ କିଏ ?
ଉତ୍ତର- ଗୁଜୁରାତି
୧୫- ଅଧା ଫୁଲ ମୁଁ ଅଧା ଫଳ ହେଲେ ତୋଳା ହୁଏ ନାହି ଗଚରୁ ଡଉଲ ଡାଉଲ ଖାଇଆର ରଙ୍ଗ ମହୁ ଝାରେ ରସ ମୋ ଦେହରୁ ?
ଉତ୍ତର- ଗୋଲାପ ଯାମୁନ
ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।